Advertisment

Poison for Snakes: ଦୁନିଆର ସବୁଠାରୁ ବିଷାକ୍ତ ସାପ ପାଇଁ ମଧ୍ୟ ବିଷ ହୋଇଥାଏ ରୋଷେଇ ଘରେ ଥିବା ଏହି ଜିନିଷ

ସାପକୁ ବହୁତ ଲୋକ ଡରନ୍ତି ସତ କିନ୍ତୁ, ବହୁତ କମ୍ ଲୋକ ଜାଣନ୍ତି ଯେ ଆମ ରୋଷେଇ ଘରେ ଏପରି ଏକ ଜିନିଷ ଅଛି, ଯାହା ଦୁନିଆର ସବୁଠାରୁ ବିଷାକ୍ତ ସାପ ପାଇଁ ମଧ୍ୟ ବିଷ ହୋଇଥାଏ। ଯଦି ସାପ ଏହି ଜିନିଷ ପିଇଥାଏ, ତେବେ ଏହା ଯନ୍ତ୍ରଣାରେ ଶ୍ୱାସରୁଦ୍ଧ ହୋଇଯାଏ।

ଅଦ୍ୟତନ ହୋଇଛି
Feeding milk to snakes can be fatal

Feeding milk to snakes can be fatal

Advertisment

ସାପର ଦୁନିଆ ଯେତେ ରହସ୍ୟମୟ ହୋଇଥାଏ, ସେମାନଙ୍କ ବିଷୟରେ ଲୋକେ ସେତେ କମ ମଧ୍ୟ ଜାଣିଥାନ୍ତି। ସାପ ବାସ୍ତବରେ ଏକ ମାଂସହାରୀ ପ୍ରାଣୀ। ସାପକୁ ଭୋକ ହେଲେ ସେ ବେଙ୍ଗ, ମୂଷା, ପକ୍ଷୀ, ଝିଟିପିଟି କିମ୍ବା  ନିଜଠାରୁ ଛୋଟ ସାପ ଶିକାର କରି ଖାଏ। ଶୋଷ ହେଲେ ସାପ କେବଳ ପାଣି ପିଏ।

Advertisment

ସାପ କାମୁଡି ଦେଲେ ଜୀବନ ଯିବାର ଭୟ ଥିବାରୁ ବହୁତ ଲୋକ ଡରନ୍ତି ସତ କିନ୍ତୁ, ବହୁତ କମ୍ ଲୋକ ଜାଣନ୍ତି ଯେ ଆମ ରୋଷେଇ ଘରେ ଏପରି ଏକ ଜିନିଷ ଅଛି, ଯାହା ଦୁନିଆର ସବୁଠାରୁ ବିଷାକ୍ତ ସାପ ପାଇଁ ମଧ୍ୟ ବିଷ ହୋଇଥାଏ। ଯଦି ସାପ ଏହି ଜିନିଷ ପିଇଥାଏ, ତେବେ ଏହା ଯନ୍ତ୍ରଣାରେ ଶ୍ୱାସରୁଦ୍ଧ ହୋଇଯାଏ।

କିନ୍ତୁ, ଆମ ସମାଜରେ ସାପକୁ ନେଇ ଅନେକ ଭୁଲ ଧାରଣା ଏବଂ ପୌରାଣିକ କାହାଣୀ ରହିଛି। ଦେଶରେ ସାପ ସହିତ ଜଡିତ ଏକ ପରମ୍ପରା ଅଛି ଯାହା ସମ୍ପୂର୍ଣ୍ଣ ଭୁଲ୍, କିନ୍ତୁ ଆମେ ଏହାକୁ ଆମର ଅନ୍ଧବିଶ୍ୱାସରେ ଅନୁସରଣ କରୁ। ଶହ ଶହ ବର୍ଷ ଧରି ଭାରତରେ ସାପମାନଙ୍କୁ କ୍ଷୀର ପିଇବାକୁ ଦେବା ଏକ ପରମ୍ପରା ରହିଆସିଛି।

Advertisment

ଅଧିକ ପଢ଼ନ୍ତୁ: ପାଟିରେ ରଖିଥିଲେ ନାଗ ସାପ ମୁଣ୍ଡ, ଚାଲିଗଲା ଜୀବନ; ଆଶ୍ଚର୍ଯ୍ୟ କରିବ କାରଣ

ବିଶେଷଜ୍ଞମାନେ କ’ଣ କୁହନ୍ତି?

ସାପ ବିଶେଷଜ୍ଞଙ୍କ ଅନୁଯାୟୀ କ୍ଷୀର କେବଳ ସାପ ପାଇଁ ନୁହେଁ ବରଂ ସବୁ ପ୍ରକାର ସରୀସୃପ ପାଇଁ କ୍ଷତିକାରକ। ବିଶେଷଜ୍ଞଙ୍କ ମତରେ ସରୀସୃପମାନେ କ୍ଷୀର ଉତ୍ପାଦନ କରନ୍ତି ନାହିଁ କି କ୍ଷୀରକୁ ହଜମ କରିବା ପାଇଁ ସେମାନଙ୍କ ଠାରେ ଏନ୍‌ଜାଇମ୍ ଉତ୍ପାଦନ ହୁଏ ନାହିଁ।

Advertisment

ତେଣୁ ସାପ ପାଇଁ କ୍ଷୀର ଲାଭଦାୟକ ନୁହେଁ। ଆମେରିକାର ପେନ୍‌ସିଲ୍‌ଭାନିଆର ଲେହ ବିଶ୍ୱବିଦ୍ୟାଳୟର ଜଣେ ବିଶେଷଜ୍ଞ ଏକ ଲେଖାରେ କହିଥିଲେ ଯେ ପ୍ରକୃତି ଜୀବମାନଙ୍କ ଠାରେ କେବଳ ସେହି ଅଙ୍ଗ ଏବଂ ରାସାୟନିକ ପଦାର୍ଥ ଉତ୍ପାଦନ କରିଥାଏ ଯାହା ସେମାନଙ୍କ ପାଇଁ ଆବଶ୍ୟକ। କ୍ଷୀର ହଜମ କରିବା ପାଇଁ ଆବଶ୍ୟକ ରାସାୟନିକ ପଦାର୍ଥ ସାପର ପେଟ କିମ୍ବା ଅନ୍ତନଳୀରେ ଉତ୍ପନ୍ନ ହୁଏ ନାହିଁ। ସେଥିପାଇଁ ସାପମାନେ କ୍ଷୀର ପିଅନ୍ତି ନାହିଁ।

ସାପ କିପରି କ୍ଷୀର ପିଏ:

ଭାରତୀୟ ପରମ୍ପରାରେ ନାଗ ପଞ୍ଚମୀରେ ସାପକୁ କ୍ଷୀର ଦେବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେବେ ଏଠାରେ ପ୍ରଶ୍ନ ଉଠେ ଏହି ଦିନ ସାପ କିପରି କ୍ଷୀର ପିଏ? ପ୍ରକୃତ କଥା ହେଉଛି ନାଗ ପଞ୍ଚାମୀ ପୂର୍ବରୁ ସାପ ଧରି ତା’ର ଦାନ୍ତ ଭାଙ୍ଗିଦିଆ ଯାଏ ଏବଂ ସେମାନଙ୍କର ବିଷାକ୍ତ ଗ୍ରନ୍ଥି ମଧ୍ୟ ବାହାର କରିଦିଆ ଯାଏ।

ଏଭଳି ପରିସ୍ଥିତିରେ, ଯଦିବି ସେମାନେ କାହା ଉପରେ ଆକ୍ରମଣ କରନ୍ତି, କିଛି କ୍ଷତି ହୁଏ ନାହିଁ। ନାଗପଞ୍ଚମୀ ପୂର୍ବରୁ ଅନେକ ଦିନ ପର୍ଯ୍ୟନ୍ତ ସାପମାନଙ୍କୁ ଭୋକିଲା ଏବଂ ଶୋଷିଲା ରଖାଯାଏ। ଅନେକ ଦିନ ଧରି ଭୋକିଲା ରହିଥିବା ସାପମାନେ ନାଗପଞ୍ଚମୀରେ ଦିଆଯାଇଥିବା କ୍ଷୀରକୁ ପାଣି ଭାବି ପିଇ ଦିଅନ୍ତି।

ଅଧିକ ପଢ଼ନ୍ତୁ:  ଆଚାର ଆଣିବାକୁ ଛାତ ଉପରକୁ ଯାଇଥିଲେ, କାମୁଡ଼ି ଦେଲା ସାପ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ