/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725886461.jpg)
Man dies after putting cobra's head in his mouth
ମହଙ୍ଗା ପଡ଼ିଲା ରିଲ୍ସ ନିଶା । ରିଲ୍ସ ପାଇଁ ଚାଲିଗଲା ଜୀବନ । ଜଣେ ୨୦ ବର୍ଷୀୟ ଯୁବକ ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ନାଗ ସାପକୁ ପାଟିରେ ଭର୍ତ୍ତି କରି ରଖିବାରୁ ଯୁବକର ଜୀବନ ଚାଲିଯାଇଛି । ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକର ନାମ ଶିବରାଜ ବୋଲି ଜଣାପଡ଼ିଛି ।
ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ରେଡ୍ଡି ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖାଯାଇଛି, ରାସ୍ତା ମଝିରେ ଛିଡ଼ାହୋଇ ଏକ ନାଗସାପକୁ ପାଟି ଭିତରେ ଭର୍ତ୍ତି କରୁଛନ୍ତି ଜଣେ ଯୁବକ । ଏହାର ଠିକ୍ କିଛି ସମୟ ମଧ୍ୟରେ ଯୁବକ ଜଣଙ୍କ ସାପଟିକୁ ପାଟିରୁ ବାହାରକୁ କାଢ଼ିବାରେ ଅସମର୍ଥ ହେଉଛନ୍ତି ଏବଂ ଦୁଇ ହାତରେ ନିଜ ମୁଣ୍ଡ ଉପରେ ରଖୁଛନ୍ତି ।
ପରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସାପଟି ପାଟି ଭିତରେ ଯୁବକଙ୍କୁ କାମୁଡ଼ି ଦେଇଥିବା ଜଣାପଡ଼ିଛି । ସାପ ଉଦ୍ଧାରକାରୀ ଭାବେ ମୃତ ଯୁବକ ଓ ତାଙ୍କର ବାପା କାମ କରୁଥିଲେ ବୋଲି ଜଣାପଡ଼ିଛି। ତେବେ ଭିଡିଓ ସୁଟିଂ ପାଇଁ ସେମାନେ ଏହ ସାପଟିକୁ ଧରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ ଯୁବକର ବାପା ଏପରି ଏକ ଭିଡିଓ ସୁଟିଂ କରି ହ୍ୱାଟ୍ସଆପ୍ ଗ୍ରୁପରେ ପଠାଇବାକୁ ପୁଅକୁ ଅନୁରୋଧ କରିଥିଲେ ।
ସାପଟି କାମୁଡ଼ିବା ପରେ ନିଜ ଚେଷ୍ଟାରେ ବାହାରକୁ ଆସିଥିବା ଜଣାପଡ଼ିଛି । ଜୀବନକୁ ବିପଦରେ ପକାଇ ଏପରି ଭିଡିଓ ସୁଟ୍ କରିବାକୁ ନେଇ ଅନେକ ୟୁଜର୍ସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କମ୍ ସମୟରେ ଲୋକପ୍ରିୟତା ପାଇଁ ଏପରି ବିପଦପୂର୍ଣ୍ଣ ଭିଡିଓ ସୁଟ୍ କେତେ ଯଥାର୍ଥ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
Here is the gullible youngster, who held a cobra in his mouth to get filmed possibly for posting on social media platforms.
He died later as the snake bit him in his mouth. This bizarre incident happened in Desaipet village of #Kamareddy district in #Telangana. #bizarrepic.twitter.com/oNneAoydo8— Srinivas Reddy K (@KSriniReddy) September 6, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)