• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପିଅନ୍ତୁ ଏହି ୪ ପ୍ରକାର ଚା’

ବର୍ତ୍ତମାନ ବର୍ଷ ଋତୁ । ହଠାତ୍‌ ଗରମ୍‌ ବା ବର୍ଷ ଯୋଗୁଁ ସମସ୍ତଙ୍କର ସ୍ବାସ୍ଥ୍ୟ ବିଗିଡି ଯାଏ । ଏହି ମନସୁନ୍‌ ତଥା ମୌସୁମୀରେ ଗରମ ଚା ପିଇବାର ମଜା କିଛି ଅଲଗା ଥାଏ । କିନ୍ତୁ ବର୍ଷା ଋତୁରେ ଲୋକମାନେ ବାର ବାର ଚା ପିଇବା ପାଇଁ ସୁଯୋଗ ଖୋଜନ୍ତି । ଘରେ ସାଧାରଣତ କ୍ଷୀର ଚା ତିଆରି କରିବା ଏବଂ ପିଇବା ଏକ ଅଭ୍ୟାସ ରହିଯାଏ। ତଥାପି, ଏହା ଅଧିକ ପିଇବା ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

ଅଧିକ କ୍ଷୀର ଚା ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଆପଣ ଏହି ମନସୁନ୍‌ରେ କ୍ଷୀର ଚା ବଦଳରେ ଏକ ସୁସ୍ଥ ସୁନ୍ଦର ଉପାୟ ରେ ଚା' ବନେଇ ପିଇ ପାରିବେ । ତେବେ ଚାଲନ୍ତୁ ଜାଣିବା ମନ୍‌ସୁନ୍‌ରେ କେଉଁ ଚା' ପିଇବା ଉଚିତ୍ ।

ମନସୁନ୍‌ରେ କେଉଁ ଚା’ ପିଇବା ଉଚିତ୍

ଅଦା ଚା:

  • ଯଦି ଆପଣ ମନସୁନ୍‌ରେ ଅଦା ଚା ପିଅନ୍ତି। ତେବେ ଆପଣଙ୍କୁ ଫ୍ଲୁ, କାଶ, ଥଣ୍ଡା ଇତ୍ୟାଦିରୁ ରକ୍ଷା ପାଇପାରିବେ।
  • ଏହା ବ୍ୟତୀତ ଅଦା ଚା’ ମଧ୍ୟ ଏହି ଦିନମାନଙ୍କରେ ହେଉଥିବା ହଜମ ସମସ୍ୟାରେ ମଧ୍ୟ ଲାଭଦାୟକ ଅଟେ ।
  • ଏହା ବ୍ୟତୀତ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।

ଗ୍ରୀନ ଟି:

  • ଗ୍ରୀନ୍ ଟିରେ ସାଧାରଣତଃ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ। ଏହା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରେ। ଯାହା ଦ୍ବାରା ସଂକ୍ରମକ ରୋଗକୁ ଏଡାଇ ଦିଆ ଯାଇପାରିବ।
  • ଚର୍ମ ଏବଂ କେଶକୁ ମୁକ୍ତ ରେଡିକାଲର କ୍ଷତିରୁ ରକ୍ଷା କରିବାରେ ଗ୍ରୀନ୍ ଟି ମଧ୍ୟ ଲାଭଦାୟକ ଅଟେ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ ।

ତୁଳସୀ ଚା’:

  • ଯଦି ଆପଣ ଏହି ମନ୍‌ସୁନ୍‌ରେ ମୁଣ୍ଡବ୍ୟଥା, ଥଣ୍ଡା, କାଶ ଇତ୍ୟାଦିରେ ଅସୁବିଧାରେ ପଡିଛନ୍ତି। ତେବେ ଏହାକୁ ଆପଣ ଆପଣାଇ ପାରିବେ । କାହିଁକି ନା ଏହାକୁ ପିଇବା ଦ୍ଵାରା ଶରୀରରକୁ ଆରାମ୍‌ ମିଳେ। କିମ୍ବା ମଧୁମେହ, ଚିନ୍ତା ଏବଂ ଡିପ୍ରେସନ୍‌ରେ ଥିଲେ ମଧ୍ୟ ଆରାମ୍‌ ଦିଏ ।
  • ତୁଳସୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ମାତ୍ରା ଥାଏ । ଯାହା ଶରୀରରେ ଯେକୌଣସି ପ୍ରକାରର ରୋଗକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।