/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633158069.jpg)
don’t take donations
ପ୍ରାୟତଃ ଆମେ ବହୁବାର ବିନା ମୂଲ୍ୟରେ କିଛି ଜିନିଷ ଅନ୍ୟମାନଙ୍କଠାରୁ ନେଇଥାଉ । ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉଥିବା ଜିନିଷ ଆମ ପାଇଁ କ୍ଷତିକାରକ ହୋଇପାରେ । ଏହା ଆମ ସାଧାରଣ ଜୀବନରେ ଆର୍ଥିକ ଓ ଘରୋଇ ସମସ୍ୟା ସୃଷ୍ଟି କରିଥାଏ ।
Advertisment
- ଲୁଣକୁ କେବେବି ବିନା ପଇସାରେ କାହା ଠାରୁ ନେବା ଉଚିତ ନୁହେଁ । ଏଭଳି କରିବା ଅଶୁଭ ଅଟେ, କାରଣ ଲୁଣର ସମ୍ବନ୍ଧ ଶନିଙ୍କ ସହିତ ରହିଛି । ବିନା ପଇସାରେ ଲୁଣ ନେବା ଦ୍ୱାରା ଘରେ ବିଭିନ୍ନ ରୋଗ ଓ ଋଣ ପ୍ରବେଶ କରିଥାଏ ।
- ବିନା ପଇସାରେ କାହା ନିକଟରୁ ରାଶି ନେବା ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ରାଶିର ସମ୍ବନ୍ଧ ଶନି ସହିତ ରାହୁ-କେତୁଙ୍କର ମଧ୍ୟ ରହିଥାଏ । ଆପଣ ଯଦି ରାଶି କାହା ନିକଟରୁ ବିନା ପଇସାରେ ଆଣନ୍ତି ତେବେ ଜୀବନରେ ପ୍ରତେକ କାର୍ଯ୍ୟରେ ଅସଫଳ ହୋଇ ଥାଆନ୍ତି । କାରଣ ଏହି ସବୁ ଗ୍ରହ ମାନଙ୍କ ପ୍ରଭାବ ଥିଲେ ରାଶି ଦାନ କରାଯାଏ ।
- କାହାରି ନିକଟରୁ କେବେବି ଛୁଞ୍ଚି ମାଗିବା ଉଚିତ ନୁହେଁ । ବିନା ପଇସାରେ ଅଣା ଯାଇଥିବା ଛୁଞ୍ଚି ପରିବାର ମଧ୍ୟରେ ନାକରତ୍ମକ ପ୍ରଭାବ ପକାଇଥାଏ । ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରେମରେ ବାଧା ସୃଷ୍ଟି ହୋଇଥାଏ ଓ କଳହ ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ ।
- କେବେବି ବିନା ପଇସାରେ କାହାରି ନିକଟରୁ ରୁମାଲ ନେବା ଉଚିତ ନୁହେଁ । ରୁମାଲ ଭଳି ଗୋଟିଏ ଛୋଟ ଜିନିଷ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ରୁମାଲ କାହାକୁ ଉପହାର ଭାବରେ ମଧ୍ୟ ଦେବା ଉଚିତ ନୁହେଁ ।
- ଲୁହାର ସମ୍ବନ୍ଧ ଶନି ଦେବଙ୍କ ସହିତ ରହିଛି । ଲୁହାର ଦାନକୁ କୁହାଯାଏ ଶନିଙ୍କ ଦାନ ଆପଣ ନେବା ସହିତ ସମାନ । ଯାହାଠୁ ଆପଣ ଲୁହାଜିନିଷ ନେଉଛନ୍ତି ମନେ ରଖନ୍ତୁ ପଇସା ଦେଇ ନେବା ଆବଶ୍ୟକ ।
- ବିନା ପଇସାରେ ତେଲ ନେବା ଅଶୁଭ ଅଟେ । ତେଲ ଦାନ ନେବା ଦ୍ୱାରା ଜୀବନରେ ଅନେକ ବିପଦ ଆସିଥାଏ । ସେଥିପାଇଁ ତେଲ ସବୁବେଳେ ପଇସା ଦେଇ ନେବା ଆବଶ୍ୟକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)