Advertisment

କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ୍, ଜାଣନ୍ତି କି

ଧାର୍ମିକ ବିଶ୍ୱାସ ଅନୁଯାୟୀ ବାର ଅନୁସାରେ ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ତେବେ ବାରକୁ ନେଇ ଘରର କାର୍ଯ୍ୟ ସଂପନ୍ନ କଲେ ଶୁଭପ୍ରଦ ହୋଇଥାଏ । ଚାଲନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ୍ ।

author-image
Pallipuspa Samal
ଅଦ୍ୟତନ ହୋଇଛି
religious beliefs in 7 days

religious beliefs in 7 days

ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଏ । ଏହି ପରମ୍ପରା ବହୁ ପୁରାତନ କାଳରୁ ଆରମ୍ଭ ହୋଇଛି। ଜାଣନ୍ତୁ କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ । 

Advertisment

ରବିବାର:

  • ରବିବାର ଦିନ ସୂର୍ଯ୍ୟଙ୍କର ଅଧିକ ପ୍ରଭାବ ଥାଏ। ଏହି ବାରରେ କୌଣସି ରୋଗ ପାଇଁ ନୂତନ ଔଷଧ ଆରମ୍ଭ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ। ନୂତନ ଯାନ ମଧ୍ୟ ଏହି ଦିନ କିଣିପାରିବେ। ଏହି ଦିନ ସୁନା, ତମ୍ବା କିଣିପାରିବେ ଓ ଧାରଣ ମଧ୍ୟ କରିପାରିବେ। ବିଦ୍ୟୁତ ଉପକରଣ ମଧ୍ୟ କିଣିପାରିବେ।

ସୋମବାର:

  • ସୋମବାର ଦିନ କୃଷି ସମ୍ବନ୍ଧୀୟ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ। ବସ୍ତ୍ର-ଆଭୂଷଣ ମଧ୍ୟ କିଣିପାରିବେ।
Advertisment

ମଙ୍ଗଳବାର:

  • ମଙ୍ଗଳବାର ଦିନ ଋଣ ଆଣନ୍ତୁ ନାହିଁ। କାରଣ ଏହା ସୁଝିବା ପାଇଁ କଷ୍ଟ ହୋଇଥାଏ।

ବୁଧବାର:

  • ବୁଧବାର ଦିନ ବିଦ୍ୟା, ଅଧ୍ୟୟନ, ପାଠ୍ୟ ଉପକ୍ରମ କିଣନ୍ତୁ। ଏହି ଦିନ ଧନ ସଞ୍ଚୟ କରିଲେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

ଗୁରୁବାର:

  • ଗୁରୁବାର ଖୁବ ଶୁଭବାର ଅଟେ। ଏହି ଦିନରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ, ଆଇନ କାର୍ଯ୍ୟ, ମଙ୍ଗଳ କାର୍ଯ୍ୟ କରିବା ଶୁଭଦାୟକ।

ଶୁକ୍ରବାର:

  • ଶୁକ୍ରବାର ଦିନ ମିତ୍ରତା, କୃଷି ଆଦି କରିବା ଶୁଭ ହୋଇଥାଏ।

ଶନିବାର:

  • ଶନିବାର ଦିନ ଗୃହପ୍ରବେଶ, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ। ଏହି ଦିନ ତେଲ, କାଠ, କୋଇଲା, ଲୁଣ, ଲୁହାରେ ନିର୍ମିତ ବସ୍ତୁ କିଣନ୍ତୁ ନାହିଁ।
Lifestyle
Advertisment
Advertisment