Advertisment

Daily Horoscope, 11 Sept 2021: ଜାଣନ୍ତୁ ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳରେ ? କେମିତି କଟିବ ଆଜିର ଦିନ ? ଜାଣନ୍ତୁ ଆଜିର ଦୈନିକ ରାଶିଫଳରୁ।

author-image
Minati Mishra
daily horoscope

daily horoscope

ଭୁବନେଶ୍ୱର:ଆଜି ୨୦୨୧, ସେପ୍ଟେମ୍ବର ମାସ ୧୧ ତାରିଖ, ଶନିବାର, ସିଂହ ୨୬ ଦିନ। ଭାଦ୍ରବ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ସ୍ୱାତୀ ନକ୍ଷତ୍ର, ତୁଳା ଚନ୍ଦ୍ର । ଆଜି ପଶ୍ଚିମ ଓଡିଶାର ବିଶିଷ୍ଟ ପର୍ବ ନୂଆଁଖାଇ। ଆଜି ବୃଷ, ସିଂହ, କନ୍ୟା ରାଶିର ଘାତବାର। ସେହିପରି  ସିଂହ, କନ୍ୟା, ମକର ରାଶି ମହିଳାଙ୍କର ଘାତଚନ୍ଦ୍ର।  ଆଜି ବେଲ ଖାଇବା ମନା। ତେବେ କେମିତି କଟିବ ଆଜିର ଦିନ ଆସନ୍ତୁ ଜାଣିବା। 

Advertisment

ମେଷ-କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ । ସେଥିପାଇଁ ସତର୍କ ରହିବାକୁ ପଡିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ।
ପ୍ରତିକାର- ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ

ବୃଷ-ସରକାରୀ କାର୍ଯ୍ୟରେ ଲାଭବାନ ହେବେ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ପ୍ରତିକାର- ମା ତାରଣୀଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ 

Advertisment

ମିଥୁନ-ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ। ବନ୍ଧୁଙ୍କ ସାହାଯ୍ୟ ସହାନୁଭୂତି ମିଳିବ। ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବଢିବ।
ପ୍ରତିକାର- ବିଷ୍ଣୁଙ୍କ ମନ୍ଦିରରେ ଘିଅ ଦୀପ ଜାଳନ୍ତୁ

କର୍କଟ-
କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ। ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ। ଛାତ୍ରଛାତ୍ରୀଙ୍କର ପାଠ ପଢାରେ ମନ ଲାଗିବ ନାହିଁ।
ପ୍ରତିକାର- ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ  

ସିଂହ-ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଅପମାନ ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ।
ପ୍ରତିକାର- ବେଲଗଛ ମୂଳରେ ଜଳ ଅର୍ପଣ କରନ୍ତୁ  

କନ୍ୟା- ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇବେ। ପରିବାରରେ ହସଖୁସିର ବାତାବରଣ ରହିବ। ଦୂର ସ୍ଥାନକୁ ଭ୍ରମଣ କରିବାର ଯୋଗ ରହିଛି।ପ୍ରତିକାର- ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ।

ତୁଳା-ବ୍ୟବସାୟରେ ସଫଳତା ପାଇବେ ଏବଂ ବନ୍ଧୁଙ୍କର ସାହାଯ୍ୟ ନେବେ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ମିଡିଆ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ।
ପ୍ରତିକାର- ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ

ବିଛା-ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ। ସଭା ସମିତିରେ ମାନ ସମ୍ମାନ ପ୍ରତିଷ୍ଠା ହେବ
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ- ବ୍ୟବସାୟରେ ଅଚାନକ ଧନ ଲାଭ ହେବ। କ୍ୟାରିୟରକୁ ଆଗକୁ ବଢିବା ଲାଗି ସୁଯୋଗ ମିଳିବ।  ଭ୍ରମଣ ଯୋଗ ରହିଛି, ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ  

ମକର-
ପାରିବାରିକ ସମସ୍ୟାର ସମାଧାନ ହେବ। ଶତୃମାନେ ମିତ୍ରତାର ହାତ ବଢାଇବେ। ଆର୍ଥିକ ସ୍ଥିତି ସୁଦୃଢ ହେବ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ପ୍ରତିକାର- ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରନ୍ତୁ    

କୁମ୍ଭ-ଚାକିରୀରେ ମାନ ସମ୍ମାନ ମିଳିବ। ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟରେ ଲାଭ ପାଇପାରିବେ।
ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ     

ମୀନ- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେବେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। କର୍ମକ୍ଷେତ୍ରକୁ ନେଇ ବନ୍ଧୁ ସାହାଯ୍ୟ ସହଯୋଗ କରିବେ
ପ୍ରତିକାର- ମିଠା ଦହି ଖାଆନ୍ତୁ    

Horoscope Daily Horoscope
Advertisment
Advertisment