• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୧୮ ତାରିଖ, ସୋମବାର, ମେଷ ୫ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ଦ୍ୱିତୀୟାତିଥି, ବିଶାଖା ନକ୍ଷତ୍ର, ତୁଳାରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:

ଶରୀର ସୁସ୍ଥ ରହିବା ସହ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ମିତ୍ରଭାବ ଆଚରଣ କରିବେ ।

ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ

ବୃଷ:

ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ ଓ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ ।

ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ

ମିଥୁନ

ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ସହ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ:

ଶତୃମାନଙ୍କ ଠାରୁ ଉପସମ ମିଳିବା ସହ ପଡୋଶୀଙ୍କ ସହିତ ମଧୁର ସଂପର୍କ ରହିବ । କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ପ୍ରେମିକ ପ୍ରେମିକା ମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ସିଂହ:

ବ୍ୟବସାୟିକ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ନୂତନ ଗୃହ ର୍ନିମାଣ କରିବାର ଯୋଜନା କରିପାରନ୍ତି । କର୍ମକ୍ଷେତ୍ରରେ ସାଧୁ ଓ ସଚ୍ଚୋଟ ଭାବେ କର୍ମକରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ ।

ପ୍ରତିକାର-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ

କନ୍ୟା:

ସନ୍ତାନ ମାନଙ୍କ ଭବିଷ୍ୟତ ଚିନ୍ତା କରି ଶାନ୍ତି ପାଇବେ । ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାଯର୍ୟ ସଂସ୍ଥାରେ ସାମିଲ ହେବେ । ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ।

ପ୍ରତିକାର:କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ତୁଳା:

ଶରୀର ସୁସ୍ଥ ରହିବା ସହ ସମସ୍ତ ଆଶା ପୂରଣ ହେବ । କର୍ମକ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହୋଇ ସୁସ୍ଥ ବାତାବରଣ ସୃଷ୍ଟି ହେବ । ଆୟର ସ୍ରୋତ ବୃଦ୍ଧି ହେବା ଫଳରେ ର୍ନିମାଣାଧିନ କାମ ପୂର୍ଣ୍ଣାଙ୍ଗ ହେବ ।

ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ

ବିଚ୍ଛା:

ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାନୁରୂପ ଫଳ ପାଇବେ । ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ରାଜନୀତିରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ପାଇବେ ।

ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ

ଧନୁ:

ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହୋଇ ଆର୍ଥିକସ୍ଥିତି ଭଲ ରହିବ । ରାଜନୈତିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇ ଆଶା ଆକାଂକ୍ଷା ପୂର୍ଣ୍ଣହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ମକର:

କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ । ପୁରାତନ ରୋଗର ପ୍ରକୋପ ହ୍ରାସ ହେବା ଫଳରେ ମନଶାନ୍ତ ରହିବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା କ୍ଷେମତା ଓ ପ୍ରତିପତ୍ତି ବିସ୍ତାର କରି ପାରିବେ ।

ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

କୁମ୍ଭ:

ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ପାରିବେ । ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ । ସହକର୍ମୀ ମାନଙ୍କର ସହଯୋଗ ପାଇ କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମୀନ:

ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା,ତପ୍ରତିଦୋନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । କଷ୍ଟ ଓ କଠିନ ପରିଶ୍ରମ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ ।

ପ୍ରତିକାର-ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ