• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆଜି ୨୦୨୨ ମସିହା ମେ ମାସ ୯ ତାରିଖ, ସୋମବାର, ମେଷ, ୨୬ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ:

ଆଜି କୋର୍ଟ-କଚେରୀର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ, ସମସ୍ତ ଦିଗରେ ସଫଳତା ହାସଲ କରିବେ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ ଏବଂ ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ।

ପ୍ରତିକାର-ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ, ଓଁ ରାମ ଦୂତାୟ ବିଦ୍ ମହେ, ପବନ ପୁତ୍ରାୟ ଧୀମହୀ ,ତନ୍ନୋ ହନୁ ପ୍ରଚୋଦୟାତ୍

ବୃଷ:

ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ, ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ । ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ବ୍ୟବସାୟରେ ଆର୍ଥିକ ଲାଭ ହେବ, ମଧ୍ୟାହ୍ନ ପରେ ଭାବିଚିନ୍ତି କାଯର୍ୟକଲେ ସୁଫଳ ପାଇବେ ।

ପ୍ରତିକାର-ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,ଓଁ ମହାଲକ୍ଷ୍ମୀ ଚ ବିଦ୍ ମହେ, ବିଷ୍ଣୁ ପତ୍ନୀ ଚ ଧୀମହୀ, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍

ମିଥୁନ:

ଆଜିର ଦିନ ଲାଭଦାୟୀ ହେବ, ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ, ଗୁରୁଜନମାନଙ୍କ ସ୍ନେହ ଆର୍ଶ୍ରିବାଦ ଲାଭ କରିବେ । କୌଣସି ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ପଡ଼ିପାରେ ।

ପ୍ରତିକାର-ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ, ଓଁ ଏକଦନ୍ତାୟ ବିଦ୍ ମହେ, ବକ୍ର ତୁଣ୍ଡାୟ ଧୀମହୀ, ତନ୍ନୋ ଦନ୍ତୀ ପ୍ରଚୋଦୟାତ୍

କର୍କଟ:

ଆଜି କର୍ମକ୍ଷେତ୍ରର ଉଚ୍ଚ କତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ, ଆର୍ଥିକ ଦୃଷ୍ଟିରୁ ଲାଭ ହେବ । ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ । ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ

ପ୍ରତିକାର- ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,ଓଁ ନିଶାକରାୟ ବିଦ୍ ମହେ, କ୍ଷପାକରାୟ ଧୀମହୀ ,ତନ୍ନୋ ଚନ୍ଦ୍ର ପ୍ରଚୋଦୟାତ୍

ସିଂହ:

ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ଏବଂ ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଯାହାଫଳରେ ଧାର କରଜ କରିବାକୁ ପଡିପାରେ । ପାରିବାରିକ ଜୀବନ ସୁଖପ୍ରଦ ହେବ, ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ ।

ପ୍ରତିକାର-ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ, ଓଁ ଆଦିତ୍ୟାୟ ବିଦ୍ ମହେ,ମାର୍ତଣ୍ଡାୟ ଧୀମହୀ ,ତନ୍ନୋ ସୂଯର୍ୟ ପ୍ରଚୋଦୟାତ୍

କନ୍ୟା:

ଆଜି ଆକସ୍ମିକ ଅର୍ଥଖର୍ଚ୍ଚ ହୋଇପାରେ, ଦୂର ଯାତ୍ରା କରିବାକୁ ପଡିପାରେ, ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ । ମନୋରଞ୍ଜନରେ ଦିନ ବିତିବ, ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ । ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାଯର୍ୟରେ ବ୍ୟସ୍ତ ରହିବେ, ଛାତ୍ର ଛାତ୍ରୀମାନେ ପାଠ ପଢା ପ୍ରତି ମନୋନିବେଶ କରିବେ ।

ପ୍ରତିକାର- ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,

ଓଁ ବିଧୁ ତୁନ୍ଦାୟ ବିଦ୍ ମହେ,ରୋହିଣାୟ ଧୀମହୀ ,ତନ୍ନୋ ବୁଧ ପ୍ରଚୋଦୟାତ୍

ତୁଳା:

ଆଜି ଆତ୍ମବିଶ୍ୱାସର ସହିତ ପ୍ରତ୍ୟେକ କାଯର୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ, ସ୍ୱଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।

ପ୍ରତିକାର-ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ, ଓଁ ଉସନସ୍ମୈ ବିଦ୍ ମହେ,ଭୃଗୁ ପୁତ୍ରାୟ ଧୀମହୀ ,ତନ୍ନୋ ଶୁକ୍ର ପ୍ରଚୋଦୟାତ୍

ବିଚ୍ଛା:

ଆଜି ଶାରୀରିକ ମାନସିକ ସୁଖ ଶାନ୍ତି ମିଳିବ, ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବେ । ବ୍ୟବସାୟରେ ସଫଳତା ମିଳିବ, ଭାବୁକତାର ମାତ୍ରା ଅଧିକ ରହିବ

ପ୍ରତିକାର-ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,

ଓଁ ଅଙ୍ଗାରକାୟ ବିଦ୍ ମହେ, ଭୂମୀପୁତ୍ରାୟ ଧୀମହୀ, ତନ୍ନୋ ଭୌମ ପ୍ରଚୋଦୟାତ୍

ଧନୁ:

ଆଜି ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ, ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ । ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ, ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି । କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ

ପ୍ରତିକାର- ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,

ଓଁ ବିଧୁ ତୁନ୍ଦାୟ ବିଦ୍ ମହେ,ରୋହିଣାୟ ଧୀମହୀ ,ତନ୍ନୋ ବୁଧ ପ୍ରଚୋଦୟାତ୍

ମକର:

ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ, ଭାତୃ ସମ୍ପର୍କ ସୁଦୃଢ ହେବ, ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବ । ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ । ଦୂର ଯାତ୍ରା କରିବାକୁ ପଡିପାରେ, ଯାତ୍ରାରେ ସଫଳତା ମିଳିବ ।

ପ୍ରତିକାର- ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ,ଓଁ ଶନିଶ୍ଚରାୟ ବିଦ୍ ମହେ, ସୂଯର୍ୟ ପୁତ୍ରାୟ ଧୀମହୀ ,ତନ୍ନୋ ସୌରୀ ପ୍ରଚୋଦୟାତ୍

କୁମ୍ଭ:

ଆଜି କର୍ମକ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ, କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ । ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ, ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

ପ୍ରତିକାର- ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ, ଓଁ ବିଧୁତୁନ୍ଦାୟ ବିଦ୍ ମହେ, ସିଂହିକାୟ ଧୀମହୀ ,ତନ୍ନୋ ରାହୁ ପ୍ରଚୋଦୟାତ୍

ମୀନ:

ଆଜିର ଦିନ ଶୁଭଫଳଦାୟୀ ହେବ, ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି

ପ୍ରତିକାର- ଅଶୁଭତ୍ତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭଫଳ ପାଇବା ପାଇଁ ନିମ୍ନ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ, ଓଁ ଅଙ୍ଗିରସାୟ ବିଦ୍ ମହେ,ସୁରାଚାଯର୍ୟାୟ ଧୀମହୀ ,ତନ୍ନୋ ଜୀବ ପ୍ରଚୋଦୟାତ୍