• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ମେ ମାସ ୫ ତାରିଖ, ଗୁରୁବାର, ମେଷ, ୨୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ:

ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରାଇବ ଭ୍ରମଣର ଯୋଗ ରହିଛି । ମହିଳା ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ। ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖା ଦେଇପାରେ ।

ପ୍ରତିକାର-ସାତୋଟି ଲବଙ୍ଗ ପାଖରେ ରଖନ୍ତୁ

ବୃଷ:

ପାରିବାରିକକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ । ଯାତ୍ରା, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ।

ପ୍ରତିକାର-କୈଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ମିଥୁନ:

ଅପ୍ରିୟସତ୍ୟ ଭାଷଣ ଜନିତ ବନ୍ଧୁଙ୍କ ସହ କଳହର ସୂଚନା ରହିଛି । ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ ।ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି ।

ପ୍ରତିକାର-ଶିବଙ୍କୁ କର୍ପୂରର ଆଳତୀ କରନ୍ତୁ ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ

କର୍କଟ:

ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ ।ଅଫିସ୍ କାମରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ । ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ସିଂହ:

ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହେବେ ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ କରିବାକୁ ପଡ଼ିବ । କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ ।

ପ୍ରତିକାର-ଓମ ନମଃ ଭଗବତେ ଶ୍ରୀ ସୂଯର୍ୟ ନାରାୟଣାୟ ଏହି ମନ୍ତ୍ରକୁ ଦଶଥର ଜପ କରନ୍ତୁ

କନ୍ୟା:

ଆଜି ମନରେ ଭାବପ୍ରବଣତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ଉଦ୍ରେକ କରିବ । ସାମାଜିକ ସ୍ତରରେ କାମ କରି ସମାଲୋଚିତ ହୋଇ ପାରନ୍ତି ।

ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ତୁଳା:

ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇ ପାରେ ।ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ମାଲି ମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ପ୍ରତିକାର-ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ

ବିଛା:

ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ଯାତ୍ରାରେ ସଫଳତା ହାସଲ କରିବେ । ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ।

ଧନୁ:

ସଭାସମିତି କିମ୍ବା ପାରିବାରିକ କ୍ଷେତ୍ରର ଦ୍ୱନ୍ଦ୍ୱ ଉପୁଜିପାରେ । ଚେଷ୍ଟା କରୁଥିବା କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୁଳ ସେୁ୍ୟାଗ ସୃଷ୍ଟି ହେବ ।

ପ୍ରତିକାର-୯-ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ମକର:

ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍ ଭାବରେ ହେବା କଷ୍ଟକର ହେବ । ପ୍ରତ୍ୟେକ କ୍ଷେତ୍ରରେ ଧର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଆଜି ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପଡିବେ ।

ପ୍ରତିକାର-ଶିବଙ୍କ ପାଖରେ ପାଞ୍ଚୋଟି ତ୍ରୀଶାଖା ବେଲପତ୍ର ମହାମୃତ୍ଯୁଞ୍ଜୟ ମନ୍ତ୍ରରେ ପ୍ରଦାନ କରନ୍ତୁ

କୁମ୍ଭ:

ଆଜି ସକାଳୁ ସକାଳୁ ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି । ଖାଦ୍ୟ ପେୟର ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହୋଇପାରେ । ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି ।

ପ୍ରତିକାର-ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ

ମୀନ:

ପାରିବାରିକ କ୍ଷେତ୍ରରେ ସମସ୍ୟାଦେଖା ଦେଇପାରେ । ଯାନବାହନ ଚଳାଇବାବେଳେ ଆଜି ସତର୍କତା ଅବଲମ୍ବନ କରନ୍ତୁ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ ରାଶି ତେଲର ଦୀପ ଟିଏ ପ୍ରଦାନ କରନ୍ତୁ