Advertisment

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ କଳହ ହେବ, ପ୍ରତିକାର ପାଇଁ କଣ କରିବେ

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା

author-image
Chandan Shishu
undefined

Daily Horoscope 4 April 2022

ମେଷ:
ଶନିଙ୍କର ତୃତୀୟ ଦୃଷ୍ଟି ମେଷ ରାଶିକୁ ରହିଥିବାରୁ କର୍ମକ୍ଷେତ୍ରରେ ଲାଭ ମିଳିଲେ ମଧ୍ୟ ପରିବାରରେ ଦ୍ୱନ୍ଦ୍ୱ ଉପୁଜିବ। ନୂଆ ବ୍ୟବସାୟ ଆରମ୍ଭ ହେବା ସହିତ ଚାକିରୀକ୍ଷେତ୍ରରେ ପ୍ରମୋସନ ହେବ। କୌଣସି ବଡ ବ୍ୟବସାୟ କରିବା ପାଇଁ ଚୁକ୍ତି ମଧ୍ୟ କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
ପ୍ରତିକାର: ୧୧ଟି ଶନିସ୍ତୋତ୍ର ବହି ମନ୍ଦିରରେ ବାଣ୍ଟିଦିଅନ୍ତୁ। 

Advertisment

ବୃଷ:
ପୁରାତନ ରୋଗରୁ ମୁକ୍ତି ମିଳିବ, କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ମାନସମ୍ମାନ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବ ଓ ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ। ଯେଉଁମାନେ ଇଂଜିନିଅରିଂ ପାଠ ପଢୁଛନ୍ତି, ସେମାନେ ମଧ୍ୟ ସଫଳତା ପାଇବେ। ପେଟ୍ରୋଲ ପମ୍ପ ବ୍ୟବସାୟୀମାନେ ଲାଭ ପାଇପାରିବେ।
ପ୍ରତିକାର:- ଓସ୍ତ ଗଛ ମୂଳରେ ୭ଟି ଶନିବାର ଦିନ ମାଟିଦ୍ୱୀପରେ ରାଶିତେଲର ଦୀପ ଜାଳନ୍ତୁ

ମିଥୁନ:
ଦୂରସ୍ଥାନକୁ ଯାତ୍ରାକଲେ ମଧ୍ୟ ଆଶାନୁରୂପ ଲାଭ ମିଳିବ ନାହିଁ। ଅଯଥା ଭ୍ରମଣ କରିବା ଦ୍ୱାରା ଅର୍ଥହାନି ଦେଖାଯିବ। କର୍ମକ୍ଷେତ୍ରରେ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଯିବ। ଯେଉଁମାନେ ଜମିବାଡି କ୍ରୟ କରିବେ ଏବଂ ବିକ୍ରୟ କରିବେ। ସେମାନେ ଭାବିଚିନ୍ତି କରନ୍ତୁ, ନଚେତ ଠକାମିର ଶିକାର ହୋଇପାରନ୍ତି।
ପ୍ରତିକାର- ୯ଗୋଟି ଶନିବାର ଦିନ ପାଣିରେ ୯ଗୋଟି କରି ଲବଙ୍ଗ ଭସାନ୍ତୁ।

Advertisment

କର୍କଟ:
ମନରେ ଅସ୍ଥିରତା ବୃଦ୍ଧିହେବା ସହିତ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ମାନସମ୍ମାନରେ ହାନି ଘଟିବା ସହିତ ବୃଥା ଅପବାଦ ଦେଖାଯିବ।କର୍ମକ୍ଷେତ୍ରରେ କିଛି ଗୁପ୍ତଶତ୍ରୁ କ୍ଷତି ପହଞ୍ଚାଇ ପାରନ୍ତି ଓ ପାରିବାରିକ ସମସ୍ୟା ଦେଖାଦେବା ସହିତ ଅର୍ଥବ୍ୟୟ ହେବ। ଛାତ୍ରଛାତ୍ରୀଙ୍କ ମନ ମଧ୍ୟରେ ଅସ୍ଥିରତା ବୃଦ୍ଧିହେବ ଏବଂ ଯେଉଁ କାର୍ଯ୍ୟ କରିବେ ଭାବିଚିନ୍ତି କରନ୍ତୁ।
ପ୍ରତିକାର: ପ୍ରତ୍ୟେକ ଶନିବାର ଦିନ ମହାଦେବଙ୍କୁ ୯ ଗୋଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ।

ସିଂହ:-
ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଯଥା ଅଶାନ୍ତି ଉପୁଜିବ ଏବଂ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। ବ୍ୟବସାୟୀମାନେ କ୍ଷତି ସହିବେ ଓ ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଅପଯଶ, ଅପମାନ ମିଳିବ। ଗୃହ ନିର୍ମାଣ କାର୍ଯ୍ୟରେ ଉନ୍ନତି ହେଲେ ମଧ୍ୟ ଭାବିଚିନ୍ତି ଅର୍ଥ ଖର୍ଚ୍ଚ କରନ୍ତୁ। ମାଙ୍ଗଳିକ କାର୍ଯ୍ୟରେ ବାଧାବିଘ୍ନ ଆସିଲେ ମଧ୍ୟ ଜୁଲାଇ ମାସ ପରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
ପ୍ରତିକାର: ଶ୍ରୀ ହନୁମାନ ଚାଳିଶା ସବୁଦିନ ପାଠ କରନ୍ତୁ।

କନ୍ୟା:
କୌଣସି ବଡ ବ୍ୟବସାୟ କରିବା ପାଇଁ ଚୁକ୍ତି କରି ପାରନ୍ତି ଏବଂ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ। ଶତ୍ରୁମାନେ କିଛିବି କ୍ଷତି କରିପାରିବେ ନାହିଁ ବରଂ ମିତ୍ରତାର ହାତ ବଢାଇବେ। ନୂତନ ଚାକିରୀ ମିଳିବା ସହିତ ପ୍ରମୋଶନ ମଧ୍ୟ ମିଳିବ। ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ ଏବଂ ସ୍ୱାସ୍ଥ୍ୟରେ କିଛି ସମୟ ପାଇଁ ଅବନତି ଦେଖାଯିବ।
ପ୍ରତିକାର:-ପ୍ରତିଦିନ ଶ୍ରୀ ହନୁମାନ ଗାୟତ୍ରୀ ମନ୍ତ୍ର ୨୭ ଥର ପାଠ କରନ୍ତୁ।

ତୁଳା:
ବାପ ମାଙ୍କ ପ୍ରତି ପିଲାମାନଙ୍କର ସମ୍ମାନ ରହିବ ନାହିଁ ଏବଂ ପାରିବାରିକ ଅଶାନ୍ତି ହେବା ସହିତ ବନ୍ଧୁଙ୍କ ସହ ବିରୋଧ ହେବ। ସ୍ବାସ୍ଥ୍ୟଜନିତ ସମସ୍ୟା ଓ ମାଲିମକଦ୍ଦମାରେ ଅର୍ଥ ବ୍ୟୟ ହେବ। ଛାତ୍ରଛାତ୍ରୀଙ୍କର ପାଠପଢାରେ ବାଧାବିଘ୍ନ ହେବା ସହିତ ପ୍ରେମ ପ୍ରଣୟ ପାଇଁ ମନ ବଳାଇବ। ବ୍ୟବସାୟରେ ଅର୍ଥକ୍ଷତି ହେବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ।
ପ୍ରତିକାର- ଅସହାୟ ପିଲାଙ୍କୁ ବସ୍ତ୍ରଦାନ କରନ୍ତୁ।

ବିଛା:
ପାରିବାରିକ ଅଶାନ୍ତି ଘଟିବା ସହିତ ବନ୍ଧୁମାନେ ଅପଣଙ୍କୁ ଭୁଲ ବୁଝିବେ। କର୍ମକ୍ଷେତ୍ରରେ ଶତୃ ବୃଦ୍ଧିହେବା ସହିତ ସୁଖରେ ବାଧାବିଘ୍ନ ଘଟିବ। କାହାକୁ କଥାଦେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନୂତନ ବ୍ୟବସାୟରେ ଭାବିଚିନ୍ତି ଅର୍ଥ ବିନିଯୋଗ କରନ୍ତୁ।

ପ୍ରତିକାର:- ପ୍ରତ୍ୟେକ ଶନିବାର ଦିନ ଶ୍ରୀ ହନୁମାନଙ୍କୁ ସିନ୍ଦୂର, ଚାମେଲି ତେଲ ଅର୍ପଣ କରନ୍ତୁ।

ଧନୁ:
ସାଢେ ସାତ ଶନିଙ୍କ କବଳରୁ ମୁକୁଳିବାରୁ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ। ମାଲିମକଦ୍ଦମା ଯାହା ଥିଲା ତାହା ସମାଧାନ ହେବା ସହ ପାରିବାରିକ ବୁଝାମଣା ଠିକ ରହିବ। ମାନସମ୍ମାନ ପ୍ରାପ୍ତିହେବା ସହିତ ଋଣରୁ ମୁକ୍ତିହେବେ ଏବଂ ନୂତନ ଘର, ଭୂମି, ଯାନବାହନ କ୍ରୟ କରିବେ। ବ୍ୟବସାୟୀମାନେ ସଫଳତାର ଶୀର୍ଷକୁ ଛୁଇଁବେ ଓ ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ।
ପ୍ରତିକାର- ପ୍ରତି ଶନିବାର ଦିନ ୧୧ଟି ପାନପତ୍ରରେ ରକ୍ତଚନ୍ଦନରେ ଶ୍ରୀରାମ ଲେଖି ଶ୍ରୀ ହନୁମାନଙ୍କୁ ଅର୍ପଣ କରନ୍ତୁ। 

ମକର:
ସ୍ବାସ୍ଥ୍ୟଗତ ସମସ୍ୟା ସହ ପେଟଜନିତ ସମସ୍ୟା ଦେଖାଯିବ ଓ ଯାନବାହନରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ମାନସିକ ଅଶାନ୍ତି ସହିତ ପାରିବାରିକ ଦ୍ୱନ୍ଦ ଉପୁଜିବ ଏବଂ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ କଳହ ହେବ। ନୂତନ କାର୍ଯ୍ୟ,ବ୍ୟବସାୟ ଓ ଚାକିରିକ୍ଷେତ୍ରରେ ବାଧା ଉପୁଜିବ ଏବଂ ଅର୍ଥ ବ୍ୟୟ ହେବ
ପ୍ରେମ ପ୍ରଣୟ ଦିଗରୁ ସମୟ ଅନୁକୂଳ ରହିବ ନାହିଁ, କିନ୍ତୁ ଚନ୍ଦ୍ରଙ୍କର ଶୁଭ ହେତୁ କିଛି ମାତ୍ରାରେ ଶୁଭଫଳ ମିଳିବ।
ପ୍ରତିକାର- ୯ ଗୋଟି ଶନିବାର ଦିନ ୧୧ ଖଣ୍ଡ ଶ୍ରୀ ହନୁମାନ ଚାଳିଶା ବହିକୁ ଶ୍ରୀ ହନୁମାନ ମନ୍ଦିରରେ ବାଣ୍ଟି ଦିଅନ୍ତୁ।

କୁମ୍ଭ:
ଶନିଙ୍କର ମୂଳ ତ୍ରିକୋଣ ରାଶି ହେଉଛି କୁମ୍ଭ ରାଶି, କର୍ମକ୍ଷେତ୍ରରେ ଉନ୍ନତି ହେଲେ ମଧ୍ୟ ମାନସିକ ଅଶାନ୍ତି ବୃଦ୍ଧି ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଓ ମାଲିମକଦ୍ଦମାରେ ଅର୍ଥ ବ୍ୟୟ ହେବ, କିନ୍ତୁ ଆପଣଙ୍କ ନିଷ୍ଠା ଫଳରେ ସମାଧାନ ହୋଇପାରିବ। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ସଫଳତା ପାଇଲେ ମଧ୍ୟ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ବାଧାବିଘ୍ନ ହେବା ସହ ଚାକିରିକ୍ଷେତ୍ରରେ ସଫଳତା ପାଇବା କଷ୍ଟକର ହେବ।
ପ୍ରତିକାର-ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ମଥାରେ ଶ୍ରୀ ହନୁମାନ ସିନ୍ଦୂର ଧାରଣ କରନ୍ତୁ।

ମୀନ:
ଛୋଟ ଛୋଟ କଥାକୁ ନେଇ ମନରେ ଦ୍ୱନ୍ଦ ବଢିବ, ଯାହା ପରିବାରରେ ଅନର୍ଥର କାରଣ ହେବ ଓ ପଡୋଶୀଙ୍କ ସହିତ ଶତୃତା ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅଶାନ୍ତି, ବୃଥା ଅପବାଦ ପାଇବେ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମନରେ ଚିଡିଚିଡା ସ୍ବଭାବ ବୃଦ୍ଧି ହେବ। ମାଲିମକଦ୍ଦମା ପାଇଁ ଠିକ ନିଷ୍ପତ୍ତି ନେଇ ପାରିବେ ନାହିଁ, ଯାହାକି ସ୍ବାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବ। ଛାତ୍ରଛାତ୍ରୀଙ୍କର ପାଠପଢାରେ ବାଧାବିଘ୍ନ ଲାଗିବାରୁ ବାପା ମାଆମାନେ ଚିନ୍ତାଗ୍ରସ୍ତ ହେବେ।
ପ୍ରତିକାର- ପ୍ରତି ଶନିବାର କୁକୁର, କୁଆ ଓ ପାରାଙ୍କୁ ଖାଦ୍ୟ ଦିଅନ୍ତୁ। 

Horoscope Astrology
Advertisment
Advertisment