• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୭ ତାରିଖ, ବୁଧବାର, ମେଷ ୧୪ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର,କୁମ୍ଭ ରାଶିରେ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ..

ମେଷ:-

ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ ଓ ବ୍ୟବସାୟରେ ଆୟ ବୃଦ୍ଧି ହେବ । ଅପରାହ୍ନରେ ଖୁସି ଖବର ପ୍ରାପ୍ତି ହେବ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ପ୍ରତିକାର:- କୁକୁରଙ୍କୁ ଖାଦ୍ୟ ଦିଅନ୍ତୁ

ବୃଷ:-

ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ । ପଡୋଶୀଙ୍କ ସହ କଳହ ଦେଖାଦେବାର ସମ୍ଭାବନା ରହିଛି ।

ପ୍ରତିକାର:- ଗ୍ରାମଦେବୀଙ୍କର ବେଢା ପରିକ୍ରମା କରନ୍ତୁ

ମିଥୁନ:-

ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତି ହେବ । ମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ଦ୍ୱନ୍ଦ ଉପୁଜିବ ।

ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ

କର୍କଟ:-

ପାରିବାରିକ କଳହ ଲାଗି ରହିବ ଏବଂ ଶରୀରରେ ଆଘାତ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଗୁପ୍ତଶତୃ ବୃଦ୍ଧି ହେବେ । ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।

ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ

ସିଂହ:-

କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଓ ଅଯଥା କଳହ ଦେଖାଦେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ସୁସ୍ୱାଦୁ ଭୋଜନ କରିବେ । ଜମି ଗୃହ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ନେବେ ।

ପ୍ରତିକାର:- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

କନ୍ୟା:-

ଛାତ୍ରଛାତ୍ରୀମାନେ ଭବିଷ୍ୟତ କୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ ଏବଂ ବ୍ୟସ୍ତ ବିବ୍ରତ ହେବେ ।

ପ୍ରତିକାର:-ଶ୍ରୀ ଗଣେଶଙ୍କୁ ଦୁର୍ବା ଅର୍ପଣ କରନ୍ତୁ

ତୁଳା:-

ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦରେ ରହିବେ, ଆୟ ଅନୁପାତରେ ବ୍ୟୟ ଅଧିକ ରହିବ । ଆର୍ଥିକ ସମସ୍ୟା ଦେଖାଦେବ ଓ ମନରେ ଅନେକ ଚିନ୍ତା ବୃଦ୍ଧି ହେବ । ଅଳସୁଆପଣ ବଢିବାରୁ ମନ ଭଲ ରହିବ ନାହିଁ ।

ପ୍ରତିକାର-କୁକୁରକୁ ଖାଦ୍ୟ ଦିଅନ୍ତୁ

ବିଚ୍ଛା:-

ବ୍ୟବସାୟକୁ ନେଇ ପ୍ରତିଦ୍ୱନ୍ଦିଙ୍କ ସହିତ କଳହ ଦେଖାଯିବ । ଧାର କରଜ ବଢିବାରୁ ମନ ଅଶାନ୍ତ ରହିବ, ଆର୍ଥିକ ସମସ୍ୟା ଲାଗି ରହିବ । କୌଣସି ନୂତନ କାଯର୍ୟ କରିବା ପାଇଁ ବ୍ୟସ୍ତ ରହିବେ ।

ପ୍ରତିକାର:- ଶ୍ରୀ ହନୁମାନଙ୍କର ଗାୟତ୍ରୀ ପାଠ କରନ୍ତୁ

ଧନୁ:-

ପରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ ।

ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଭାତୃବିବାଦ ଦୂରେଇଯିବ ।

ପ୍ରତିକାର-ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମକର:-

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସମସ୍ୟା ଦେଖାଦେବ। ବହୁ ଦିନର ସମସ୍ୟାକୁ ନେଇ ମନରେ ବ୍ୟସ୍ତ ବିବ୍ରତ ବଢିବ, ଘରକୁ ଅତିଥିଙ୍କର ଆଗମନ ହେବ ।

ପ୍ରତିକାର- କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ

କୁମ୍ଭ:-

କର୍ମକ୍ଷେତ୍ରରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଏବଂ ମାନ ସମ୍ମାନ ପ୍ରାପ୍ତି ହେବ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ଖୁସି ରହିବ ଓ ସୁସ୍ବାଦୁ ଭୋଜନ କରିବେ ।

ପ୍ରତିକାର-ମଥାରେ ଶ୍ୱେତ ଚନ୍ଦନ ଧାରଣ କରନ୍ତୁ

ମୀନ:-

ସ୍ୱାସ୍ଥ୍ୟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ । ବ୍ୟବସାୟୀମାନଙ୍କର ବ୍ୟୟଭାବ ଦେଖାଦେବାରୁ ମନରେ ଅସ୍ଥିରତା ବଢିବ ।

କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପ୍ରଶଂସିତ ହେବେ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ