• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି୨୦୨୨ ମସିହା, ମାର୍ଚ୍ଚ ମାସ ୨୧ ତାରିଖ, ସୋମବାର, ମୀନ୭ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ସ୍ୱାତୀନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର । ଚାଲନ୍ତୁ ଜାଣିବା ଆଜିର ରାଶିଫଳ....

ମେଷ:

ସମସ୍ତ ଚେଷ୍ଟା ସଫଳ ହେବା ଫଳରେ ଅନେକ କ୍ଷେତ୍ରରେ ଶାନ୍ତି ପାଇବେ । ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବା ସହ ନିଜ ଲୋକମାନେ ସହଯୋଗ କରିବେ । ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ବୃଷ:

ଆୟବୃଦ୍ଧି, ଋଣମୁକ୍ତି ଓ କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ ଓ ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ମିଥୁନ:

ସାମାଜିକ ପତିଆରା ଅମଳିନ ରହିବା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ

ପ୍ରତିକାର:ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ

କର୍କଟ:

ସମ୍ମାନର ସହ ଦିନଚଯର୍ୟା ସମ୍ପାଦନ କରିବେ। ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ପରିଣାମ ଅନୁକୂଳ ହେବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବା ଫଳରେ ଇଚ୍ଛା ମୁତାବକ ଲାଭ ପାଇବେ ।

ପ୍ରତିକାର:ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ସିଂହ:

ଆର୍ଥିକ ସ୍ଥିତି ସୁଦୃ ହେବା ଫଳରେ ନୂତନ କାଯର୍ୟ କିଛି ଶୁଭାରମ୍ଭ କରି ପାରନ୍ତି । ବହୁକ୍ଷେତ୍ରରେ ପ୍ରିୟତା ଯୋଗେସମାଜ ସେବା ଓ ରାଜନୀତିରେ ସ୍ନାମ ଅର୍ଜନ କରି ପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି

ପ୍ରତିକାର: ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

କନ୍ୟା:

ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ

ପ୍ରତିକାର: ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ତୁଳା:

ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ପାରିବାରିକ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ବିଦ୍ୟାକ୍ଷେତ୍ରରେ ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ ।

ପ୍ରତିକାର:ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ

ବିଚ୍ଛା:

ସମସ୍ତ ଫଇସଲା ଓ ର୍ନିଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ବିଦେଶ ଯାତ୍ରାରେ ଲାଭବାନ ହେବେ ଓ ଚିତ୍ତପ୍ରସନ୍ନ ଯୋଗେ କାଯର୍ୟ ସିଦ୍ଧି ହେବ । ରାଜକୀୟ ମାମଲାରେ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ ।

ପ୍ରତିକାର: ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ଧନୁ:

ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ। ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ।

ପ୍ରତିକାର: କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

ମକର:

ବାକିଥିବା କାଯର୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ । ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । ଉଚ୍ଚାଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବେ ।

ପ୍ରତିକାର: ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କୁମ୍ଭ:

ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ସାହାଯ୍ୟରେ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ପ୍ରତିକାର: ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ମୀନ:

ବାଦବିବାଦ, କ୍ରିଡା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ସଫଳ ହେବେ ।ପରିବାରକୁ ପ୍ରାଥମିକତା ଦେବା ଫଳରେ ଗୁରୁଜନଙ୍କ ଆଶୀର୍ବାଦ ପାଇବେ । ଅନ୍ୟର ଉପକାର କରି ପ୍ରଶଂସିତ ହେବେ ଓ ର୍ନିମାଣମୂଳକ ଯୋଜନାରେ ଆଗେଇବେ ।

ପ୍ରତିକାର: ଅଶ୍ୱସ୍ଥବୃକ୍ଷ ମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ