• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୪ ତାରିଖ, ସୋମବାର, କୁମ୍ଭ,୩୦ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ଏକାଦଶୀ ତିଥି, ପୁଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର , ମିଥୁନ ରାଶିର ଘାତବାର, ଜାଣନ୍ତୁ ଆଜିର ରାଶିଫଳ....

ମେଷ:

ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ଏବଂ ନୂଆ ଲୋକଙ୍କ ସହିତ ବନ୍ଧୁତା ବଢିବ । ସ୍ୱାସ୍ଥ୍ୟରେ ‌ଆଗ ଅପେକ୍ଷା ସୁଧାର ଆସିଲେ ମଧ୍ୟ ମନରେ ଅସ୍ଥିରତା ବୃଦ୍ଧି ହେବ ।

ପ୍ରତିକାର-ମିଠା ଖାଦ୍ୟ ଖଆନ୍ତୁ

ବୃଷ:

ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ, ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରି ପାରନ୍ତି । ମାଙ୍ଗଳିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ କରିବେ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

ପ୍ରତିକାର-ମିଠା ଖାଦ୍ୟ ଖଆନ୍ତୁ

ମିଥୁନ:

କର୍ମକ୍ଷେତ୍ରକୁ ନେଇ ବାଦବିବାଦ ଓ ବଦନାମ ମଧ୍ୟ ହେବେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ମନ ବଳାଇଲେ ମଧ୍ୟ ମନ ଅସ୍ଥିରତା ରହିବ। ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରିଦେବେ ।

ପ୍ରତିକାର-ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ

କର୍କଟ:

କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବାରୁ ଖୁସି ଅନୁଭବ କରିବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇବେ । ବ୍ୟବସାୟରେ ଲାଭ ମିଳିବ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହି ପାରନ୍ତି ।

ପ୍ରତିକାର-ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ

ସିଂହ:

ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ ଅର୍ଥହାନୀର ଯୋଗ ରହିଛି । ଦୂର ବନ୍ଧୁଙ୍କ ସହିତ ମିଳନ ହେବାରୁ ପିଲାମାନଙ୍କର କ୍ୟାରିୟରକୁ ନେଇ ଆଲୋଚନା କରିବେ ।

ପ୍ରତିକାର:-ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ

କନ୍ୟା:

ଚାକିରୀ କ୍ଷେତ୍ରରେ ପ୍ରମୋଶନ ମିଳିବା ସହିତ ପ୍ରଶଂସିତ ହେବେ। ପରିବାରରେ ହସ ଖୁସିରେ ସମୟ ବିତାଇବେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ମନ ଦେବା ସହ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ।

ପ୍ରତିକାର-ଛୋଟ ପିଲାଙ୍କୁ ମିଠା ଖାଦ୍ୟ ବାଣ୍ଟି ଦିଅନ୍ତୁ

ତୁଳା:

ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବା ସହିତ ପାରିବାରିକ ବୁଝାମଣା ଠିକ ରହିବ । ଘରକୁ ଅତିଥୀଙ୍କର ଆଗମନ ହେବ ।

ପ୍ରତିକାର:-ମାଙ୍କର ପାଦଛୁଇଁ ପ୍ରଣାମ କରନ୍ତୁ

ବିଚ୍ଛା:

ସାମାଜିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ । କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତି ଉଚ୍ଚ ପଦାଧିକାରୀଙ୍କଠୁ ପ୍ରଶଂସା ପାଇବେ । ଭବିଷ୍ୟତ ଲାଗି ସୁ-ସମ୍ବାଦ ପ୍ରାପ୍ତି ହେବ ।

ପ୍ରତିକାର:-ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ

ଧନୁ:

ଯାନବାହନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ଓ ମନରେ ଅନେକ ଚିନ୍ତା ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ମିଳନ ହେବାରୁ ମନରେ ପରିବର୍ତ୍ତନ ଆସିବ ଏବଂ ସୁସ୍ୱାଦୁ ଭୋଜନ କରିବେ ।

ପ୍ରତିକାର-ଓସ୍ତ ଗଛ ମୂଳରେ ଘିଅଦ୍ୱୀପ ଜାଳନ୍ତୁ

ମକର:

ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ ଏବଂ ଶୁଭଫଳ ପାଇବେ । ପ୍ରେମ ପ୍ରତୀୟ ଦିଗରୁ ଦିନଟି ଶୁଭ ରହିବ। କର୍ମକ୍ଷେତ୍ରକୁ ନେଇ ମାନ ସମ୍ମାନ ମିଳିବ ଓ ସାମାଜିକ କ୍ଷେତ୍ରରେ ପତିଆରା ବୃଦ୍ଧି ହେବ ।

ପ୍ରତିକାର-ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ

କୁମ୍ଭ:

ପିଲାମାନଙ୍କର ସଫଳତା ଦେଖି ବାପା ମାଆ ଖୁସି ହେବେ । ବ୍ୟବସାୟରେ ନୂଆନିତୀ ପ୍ରୟୋଗ କରିବେ । ରାଜନୀତି କରୁଥିବା ବ୍ୟକ୍ତି ପ୍ରଶଂସିତ ହେବେ ।

ପ୍ରତିକାର:-ଓସ୍ତ ଗଛ ପରିକ୍ରମା କରନ୍ତୁ

ମୀନ:

କର୍ମକ୍ଷେତ୍ର ହେଉ କିମ୍ବା ଅଫିସରେ ହେଉ ଅଧିକ ଦାୟିତ୍ୱ ନିର୍ବାହ କଲେ ମଧ୍ୟ ଅପବାଦ ପାଇବାର ଯୋଗ ରହିଛି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ପାରିବାରିକ ସମସ୍ୟା ସମାଧାନ ହେବ ଓ ବ୍ୟବସାୟରେ ଲାଭ ମିଳିବ ।

ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ