• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା, ମେ ମାସ ,୧୩ ତାରିଖ, ଶୁକ୍ରବାର, ମେଷ, ୩୦ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ହସ୍ତା ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ:

ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ ଓ ଚାକିରୀ କ୍ଷେତ୍ରରେ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବା ସହିତ ମାନସମ୍ମାନ ବୃଦ୍ଧି ହେବ ।

ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ବୃଷ:

ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କରିବା ସମୟରେ କ୍ଳେଶ ଅନୁଭବ କରିବେ । ଆୟ ଅନୁପାତରେ ବ୍ୟୟ ବଢିବାରୁ ମନରେ ଅସ୍ଥିରତା ସୃଷ୍ଟି ହେବ । ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ମିଳିବ ଏବଂ ସନ୍ତାନମାନେ ପାଠପଢାରେ କଷ୍ଟ ମନେ କରିବେ ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମିଥୁନ:

ପାରିବାରିକ ସମସ୍ୟା ଲାଗି ରହିବା ସହିତ ସ୍ବାସ୍ଥ୍ୟହାନୀ ଘଟିବ । ଚାକିରୀ କ୍ଷେତ୍ରରେ ଗୁପ୍ତଶତୃ ବୃଦ୍ଧି ହେବେ ଓ ଅପବାଦ ପାଇବେ।ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ପ୍ରତିକାର- ଚଉରା ମାଟି ମଥାରେ ଲଗାନ୍ତୁ

କର୍କଟ:

ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ ଏବଂ ମାନସମ୍ମାନ ପାଇବେ । ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ନୂଅା ବନ୍ଧୁଙ୍କ ସହିତ ମିଳନ ହେବ । ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ସୁସମ୍ବାଦ ପ୍ରାପ୍ତି ହେବା ସହିତ ଚାକିରୀ କ୍ଷେତ୍ରରେ ଉନ୍ନତି ହେବ

ପ୍ରତିକାର-ମାଆଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ

ସିଂହ:

କର୍ମକ୍ଷେତ୍ରରେ ଅପବାଦ ହେବାର ଯୋଗ ରହିଛି, ଯାନବାହନରେ ଗଲାବେଳେ ସାବଧାନର ସହିତ ଯାଆନ୍ତୁ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ମଧ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରିବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି ।

ପ୍ରତିକାର-କୁକୁରକୁ ଖାଦ୍ୟ ଦିଅନ୍ତୁ

କନ୍ୟା:

ସାମାଜିକ  କାର୍ଯ୍ୟରେ ମାନସମ୍ମାନ ପ୍ରାପ୍ତି ହେବ ଏବଂ ସୁସ୍ୱାଦୁ ଭୋଜନ କରିବେ । ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରି ଲାଭବାନ ହେବେ ଏବଂ ନୂତନ ବନ୍ଧୁଙ୍କ ସହ ମିଳନ ହେବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ମଧ୍ୟ ରହିଛି ।

ପ୍ରତିକାର-ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ

ତୁଳା:

ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରି ଅର୍ଥଲାଭ କଲେ ମଧ୍ୟ ଅପମାନ ପାଇବାର ଯୋଗ ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛି ଅର୍ଥ ବ୍ୟୟ ହେବ । ସନ୍ତାନମାନଙ୍କର ସ୍ୱଭାବ ବାପା ମାଙ୍କ ମନରେ କଷ୍ଚ ଦେବ ।

ପ୍ରତିକାର- ଧଳା ବସ୍ତ୍ର ପରିଧାନ କରନ୍ତୁ

ବିଚ୍ଛା:

କର୍ମକ୍ଷେତ୍ରରେଅଧିକ ଦାୟିତ୍ୱ ନିର୍ବାହ କରିବେ ଏବଂ ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ପାରିବାରିକ ସମସ୍ୟା ଯାହା ଥିଲା ତାହା ସମାଧାନରେ ପହଞ୍ଚିବ । ଗୁପ୍ତଶତୃଙ୍କ ପ୍ରତି ସାବଧାନ ରହିବେ ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ:

ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ ନାହିଁ । ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେବେ । ଯାନବାହନ କ୍ରୟ କରିବା ପାଇଁ ସୁଯୋଗ ମିଳିବ ଏବଂ ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ ।

ପ୍ରତିକାର-ମାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ

ମକର:

ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ଏବଂ ଛାତ୍ରଛାତ୍ରୀଙ୍କୁ ଚାକିରୀ ପାଇଁ ସୁଯୋଗ ମିଳିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ ଏବଂ ମାନସମ୍ମାନ ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ ।

ପ୍ରତିକାର-ଶ୍ରା ହନୁମାନ ସିନ୍ଦୁର ମଥାରେ ଲଗାନ୍ତୁ

କୁମ୍ଭ:

ପାରିବାରିକ କଳହ ଲାଗି ରହିବା ସହିତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହିତ ଅର୍ଥ ବ୍ୟୟ ମଧ୍ୟ ହେବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ ।

ପ୍ରତିକାର- ମଥାରେ ହଳଦୀ ଟୀକା ଲଗାନ୍ତୁ

ମୀନ:

ଚାକିରୀ କରିଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ପ୍ରାପ୍ତି ହେବ । ରାଜନୀତି କରୁଥିବା ବ୍ୟକ୍ତି ସାମାଜିକ କାଯର୍ୟକ୍ରମରେ ଯୋଗଦେବେ । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ ଏବଂ ଆର୍ଥିକ ସମସ୍ୟା ଦୂର ହେବ ।

ପ୍ରତିକାର-କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ