• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା ମେ ମାସ ୧୨ ତାରିଖ, ଗୁରୁବାର, ମେଷ, ୨୯ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ:

ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସାଥ୍ ଦେଲେ ମଧ୍ୟ କର୍ମକ୍ଷେତ୍ରରେ କଳହ ଯୋଗ ରହିଛି । ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ । ବହୁଦିନର ଦୂର ବନ୍ଧୁଙ୍କ ସହିତ ମିଳନ ହେବ ଏବଂ ଛାତ୍ର ଛାତ୍ରୀଙ୍କର ପାଠପଢାରେ ବାଧାବିଘ୍ନ ଘଟିବ

ପ୍ରତିକାର- ମଥାରେ ହଳଦୀ ଟୀକା ଲଗାନ୍ତୁ

ବୃଷ:

କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । ବୃତ୍ତିଗତ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ ଏବଂ ଆୟ ଅନୁପାତରେ ବ୍ୟୟ ଅଧିକ ହେବ ।

ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ

ମିଥୁନ:

ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଓ ଅଶାନ୍ତି ଦେଖାଦେବ, ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିବ । ବ୍ୟବସାୟରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇ ପାରନ୍ତି । ଚାକିରୀ କ୍ଷେତ୍ରରେ ପ୍ରମୋଶନ ପାଇବେ ।

ପ୍ରତିକାର- ଶ୍ରୀ ଗଣେଶ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ

କର୍କଟ:

ବ୍ୟବସାୟରେ ଅଧିକ ସମୟ ଦେବେ ଓ ଅଧିକ ଲାଭ ପାଇବେ, ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ହେବ । ପିଲାମାନଙ୍କର ପାଠପଢାକୁ ନେଇ ବାପା ମା ଚିନ୍ତାରେ ରହିବେ । ନୂଆ ଭୂମି କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି ।

ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ସିଂହ:

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବ୍ୟବସାୟୀମାନଙ୍କର ବ୍ୟୟଭାବ ଦେଖାଦେବ ଏବଂ ଆଶାନୁସାରେ ଫଳ କମ୍ ମିଳିବ । କୌଣସି ଏକ ସମସ୍ୟାକୁ ନେଇ ମନରେ ଅସ୍ଥିରତା ସୃଷ୍ଟି ହେବ ।

ପ୍ରତିକାର-ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

କନ୍ୟା:

ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ । ଆର୍ଥିକ ସମସ୍ୟାରୁ ମୁକ୍ତି ହେବେ ଏବଂ ବ୍ୟବସାୟରେ ଆୟ ବୃଦ୍ଧି ହେବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ପ୍ରତିକାର-ମିଠା ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ

ତୁଳା:

କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ ଏବଂ ବ୍ୟବସାୟରେ କ୍ଷତି ସହିବେ । ପାରିବାରିକ ଅଶାନ୍ତି ସୃଷ୍ଟି ହେବା ସହିତ ଗୁପ୍ତଶତୃ ବୃଦ୍ଧି ହେବେ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ ।

ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

ବିଚ୍ଛା:

କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ପଦୋନ୍ନତି ହେବ । ସହକର୍ମୀଙ୍କ ସହଯୋଗ ମିଳିବା ସହିତ ଘର ପାଇଁ ମୂଲ୍ୟବସ୍ତୁ କ୍ରୟ କରିପାରନ୍ତି

କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତି ଅଫିସରେ ଅଧିକ ଦାୟିତ୍ୱ ନିର୍ବାହ କରିବେ ।

ପ୍ରତିକାର- ମା ଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ

ଧନୁ:

ଭାବୁଥିବା କାମ ଅଚାନକ ପୂରଣ ହେବ ଓ ନୂଆ ଲୋକଙ୍କ ସହିତ ବନ୍ଧୁତା ବୃଦ୍ଧି ହେବ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ପ୍ରତିକାର-ଗ୍ରାମଦେବୀଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ

ମକର:

ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ପ୍ରତିଟି କାର୍ଯ୍ୟକୁ ଅତି ସହଜରେ ସମାଧାନ କରିବେ ଏବଂ ଭ୍ରମଣ ଯୋଗ ମଧ୍ୟ ରହିଛି । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବା ସହିତ ଚାକିରୀ କ୍ଷେତ୍ରରେ ମନ ବଳାଇବେ ।

ପ୍ରତିକାର-ପାଖରେ ହଳଦୀ ରଖନ୍ତୁ

କୁମ୍ଭ:

ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବା ସହିତ ପାରିବାରିକ ଅଶାନ୍ତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ କଳହ ଦେଖାଦେବାରୁ ମନ ଭଲ ରହିବ ନାହିଁ

ଭାତୃବିବାଦ ବୃଦ୍ଧି ହେବ ଓ ଗୁପ୍ତଶତୃ ଅସୁବିଧାରେ ପକାଇ ପାରନ୍ତି ।

ପ୍ରତିକାର- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ

ମୀନ:

ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯିବେ । ରାଜନୀତି ଏବଂ ପ୍ରାଇଭେଟ ବିଭାଗରେ କାମ କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଓ ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟୀମାନେ ଲାଭ ପାଇପାରିବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ

ପ୍ରତିକାର-ବାପା ମାଙ୍କୁ ପ୍ରଣାମ କରନ୍ତୁ