• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମେଷ
କର୍ମକ୍ଷେତ୍ରରେ ସମ୍ମାନିତ ହେବେ ଓ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳିବ ।

ବ୍ୟବସାୟୀ ମାନେ ବ୍ୟବସାୟରେ ଲାଭ ପାଇପାରିବେ ।
ସନ୍ତାନମାନଙ୍କର କାର୍ଯ୍ୟକଳାପ ଦେଖି ବାପା ମା ଗର୍ବ ଅନୁଭବ କରିବେ ।
ପ୍ରତିକାର- ଶ୍ରୀ ହନୁମାନ ସିନ୍ଦୁର ମଥାରେ ଲଗାନ୍ତୁ ।

ବୃଷ
ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ ।
ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଖୁସି ଅନୁଭବ କରିବେ, ବାକି ପଡିଥିବା ଅର୍ଥ ଆଦାୟ ହେବ ।
କର୍ମକ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ
ସନ୍ତାନମାନଙ୍କର ସ୍ୱଭାବ ଆଚରଣ ବାପା ମାଙ୍କ ମନରେ କଷ୍ଟ ଦେବେ ।
ଜମି କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି ।
ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ, ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି ।
ପ୍ରତିକାର- ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ ।

କର୍କଟ
କର୍ମକ୍ଷେତ୍ରକୁ ନେଇ କିଛି ସମସ୍ୟା ଦେଖାଦେବ ଓ ଅପମାନ ଯୋଗ ରହିଛି ।
ଆର୍ଥିକ ସମସ୍ୟା ବୃଦ୍ଧି ହେବାରୁ ମନ ଭଲ ରହିବ ନାହିଁ ।
ବ୍ୟବସାୟ ବାଣିଜ୍ୟକୁ ନେଇ ଗୁପ୍ତଶତୃ ବୃଦ୍ଧି ହେବେ ।
ପ୍ରତିକାର- ମାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ ।

ସିଂହ
ନୂତନ ଘର ତିଆରି ପାଇଁ ସ୍ତ୍ରୀଙ୍କର ସହଯୋଗ ରହିବ ଏବଂ ଆର୍ଥିକ ସାହାଯ୍ୟ ମିଳିବ ।
ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ, ଶତୃମାନେ ପରାଜିତ ହେବେ ଓ ମିତ୍ରତାର ହାତ ବଢାଇବେ ।
ଭ୍ରମଣ ଯୋଗ ସହିତ ସୁସ୍ୱାଦୁ ଭୋଜନ କରିବେ । 
ପ୍ରତିକାର- ସୂର୍ଯ୍ୟଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ ।

କନ୍ୟା
ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ହେବ ।
ରାଜନୀତିରେ ଥିବା ବ୍ୟକ୍ତି ବିଶେଷମାନେ ସଫଳତା ପାଇପାରିବେ ।
ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ, ବ୍ୟବସାୟରେ ଆୟ ଅଧିକ ହେବ ।
ପ୍ରତିକାର- ଶ୍ରୀ ଗଣେଷଙ୍କୁ ଦୂବ ଅର୍ପଣ କରନ୍ତୁ ।

ତୁଳା
ପାରିବାରିକ ଗଣ୍ଡଗୋଳ କଳହ ଦେଖାଯିବ, ଶରୀରରେ ଆଘାତ ଲାଗିପାରେ ।
ପ୍ରାଇଭେଟ୍ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ବଢିପାରେ ।
ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ ।
ପ୍ରତିକାର- ମିଠା ଖାଦ୍ୟ ଖାଆନ୍ତୁ ।

ବିଛା
ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ କର୍ମକ୍ଷେତ୍ରରେ କଳହ ଯୋଗ ଦେଖାଯିବ ।
ନୂତନ କାର୍ଯ୍ୟ ଲାଗି ଦୂରସ୍ଥାନକୁ ଯାତ୍ରା କରିବେ ।
ପଡୋଶୀଙ୍କ ସହିତ ଜମିଜମା ସଂକ୍ରାନ୍ତୀୟ ନେଇ ସମସ୍ୟା ବଢିପାରେ, ଜଗି ରଖି ଚଳିବାକୁ ପଡିବ ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ।

ଧନୁ
ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ, ବହୁଦିନର ଦୂରବନ୍ଧୁଙ୍କ ସହିତ ମିଳନ ହେବ ।
ବ୍ୟବସାୟ କ୍ଷେତ୍ରରେ ଲାଭ ପାଇପାରିବେ, ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଉନ୍ନତ ଧରଣ ରହିବ ।
ଭାତୃ ବିବାଦ ବୃଦ୍ଧି ହେବ ।
ପ୍ରତିକାର- ହଳଦୀ ପାଣିରେ ସ୍ନାନ କରନ୍ତୁ ।

ମକର
ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ, ଅଳସୁଆପଣ ଦେଖାଯିବା ସହିତ ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦରେ ପଡିବେ ।
ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।
ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କର ମନ ଅଶାନ୍ତ ରହିବ ।
ପ୍ରତିକାର- ଶ୍ରୀ ହନୁମାନଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ
ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ ।
କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ, ପରିବାରରେ ହସ ଖୁସିରେ ସମୟ ବିତାଇବେ ।
ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ମୀନ
କୌଣସି ଏକ ସମସ୍ୟାକୁ ନେଇ ଅର୍ଥହାନୀର ଯୋଗ ରହିଛି ।
ପାରିବାରିବ କଳହ ଲାଗି ରହିବ ଏବଂ ବ୍ୟୟ ଭାବ ବୃଦ୍ଧି ହେବ ।
କର୍ମକ୍ଷେତ୍ରକୁ ନେଇ ଅଶାନ୍ତି ସୃଷ୍ଟି ହେବ ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ।