• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା ମେ ୧୦ ତାରିଖ, ମଙ୍ଗଳବାର, ମେଷ, ୨୭ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ମଘା ନକ୍ଷତ୍ର, ସିଂହ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ:

ଆଜି ସ୍ୱାସ୍ଥ୍ୟ ଭଲ ରହିବ, ପାରିବାରିକ ମନୋମାଳିନ କାରଣରୁ ସାମାନ୍ୟ ଚିନ୍ତିତ ରହିବେ । ଅର୍ଥଲାଭର ସୁଯୋଗ ଅଛି, କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ,ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ

ପ୍ରତିକାର-ଶୁଭଫଳ ପାଇବା ପାଇଁ ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳନ୍ତୁ

ବୃଷ:

ଆଜି ଆକସ୍ମିକ ଧନ ଲାଭର ଯୋଗ ରହିଛି, ସ୍ୱାସ୍ଥ୍ୟ ଭଲ ରହିବ । ପାରିବାର କାରଣରୁ ସାମାନ୍ୟ ଚିନ୍ତିତ ରହିବେ , କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟରେ ଲାଭହେବ, ଛାତ୍ରଛାତ୍ରୀ ପଢାପଢିରେ ଶୁଭଫଳ ଲାଭ କରିବେ ।

ପ୍ରତିକାର-ଶୁଭଫଳ ପାଇବା ପାଇଁ କୈାଣସି ଅସହାୟ କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ମିଥୁନ:

ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ, ପାରିବାରିକ ସମସ୍ୟା ଦେଖାଦେଇପାରେ ଯାହା ଫଳରେ ସାମାନ୍ୟ ଚିନ୍ତିତ ରହିବେ । ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ, କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଉପରିସ୍ଥ ଅଧିକାରୀମାନଙ୍କ ସହିତ ମତଭେଦ ହୋଇପାରେ, ଛାତ୍ରଛାତ୍ରୀ ପଢାପଢିରେ ମନୋନିବେଶ କରିବେ ।

ପ୍ରତିକାର-ଶୁଭଫଳ ପାଇବା ପାଇଁ ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

କର୍କଟ:

ପାରିବାରିକ ଓ ଗ୍ରାହ୍ୟସ୍ଥ ଜୀବନ ସୁଖମୟ ହେବ, ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ନିଜର ଲୋକ କେହି ଜଣେ ଶତୃତା କରିପାରେ ଜଗି ରଖି ଚଳନ୍ତୁ । ଋତୁକାଳୀନ ଥଣ୍ଡା ଶର୍ଦ୍ଦି ଜନିତ ସାମାନ୍ୟ ଜ୍ୱର ପୀଡାର ଆଶଙ୍କା ଏଡାଇ ଦିଆଯାଇ ନପାରେ ।

ପ୍ରତିକାର-ଶୁଭଫଳ ପାଇଁ ଗାୟତ୍ରୀ ମନ୍ତ୍ରକୁ ୨୭ଥର ପାଠ କରନ୍ତୁ

ସିଂହ:

ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ, ଯାହାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ବକେୟା ଅର୍ଥ ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ, କର୍ମକ୍ଷେତ୍ରରେ ସହଯୋଗ ମିଳିବ । ବ୍ୟବସାୟରେ ଲାଭହେବ, ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ପ୍ରତିକାର-ତୁଳସୀ ମୂଳରେ ପାଣି ଢାଳନ୍ତୁ, ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

କନ୍ୟା:

ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ, ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ । ପୂର୍ବରୁ ଲାଗି ରହିଥିବା ଅଶାନ୍ତି ମନୋମାଳିନ ଦୂର ହୋଇଯିବ, ଆକସ୍ମିକ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସହଯୋଗ ମିଳିବ, ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ

ପ୍ରତିକାର-ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ତୁଳା:

ଆଜି ଆକସ୍ମିକ ଭାବରେ ଖର୍ଚ୍ଚର ପରିମାଣ ବଢିଯାଇପାରେ, ସ୍ୱାସ୍ଥ୍ୟହାନୀର ଆଶଙ୍କା ରହିଛି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ଯାହା ଫଳରେ ଧାର କରଜ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ, ବ୍ୟବସାୟରେ ଶୁଭାଶୁଭ ମିଶ୍ରିତ ଫଳ ମିଳିବ ।

ପ୍ରତିକାର-ଓଁ ନମଃ ଶିବାୟ ମନ୍ତ୍ରରେ ୫ଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ

ବିଛା:

ଆଜି କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ, ପାରିବାରିକ । ଜୀବନ ସୁଖପ୍ରଦ ହେବ। ଶାରୀରିକ ପୀଡ଼ା ଦେଖାଦେଇପାରେ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ

ଧନୁ:

ଜଗିରଖି ଭାବି ଚିନ୍ତି କାଯର୍ୟ କରନ୍ତୁ, ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ, ସାମାନ୍ୟ ସ୍ବାସ୍ଥ୍ୟହାନୀର ଆଶଙ୍କା ରହିବ । ପାରିବାରିକ ମନୋମାଳିନ ଦେଖାଦେଇପାରେ, ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ, ଛାତ୍ରଛାତ୍ରୀ ପଢାପଢିରେ ଶୁଭଫଳ ଲାଭ କରିବେ

ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

ମକର:

ଆଜି ଆକସ୍ମିକ ଭାବେ ଧନ ଲାଭ କରିବେ, ଦେହ ମନ ସୁସ୍ଥ ରହିବ, କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସମସ୍ତ ଦିଗରେ ବିଜୟୀ ହେବେ । ମହିଳାମାନେ ଆଜି ଜଗିରଖି ଚଳନ୍ତୁ, ଦାମ୍ପତ୍ୟ ଜୀବନରେ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ । ବ୍ୟବସାୟରେ ମିଶ୍ରିତ ଫଳଭୋଗ ହେବ, ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ

କୁମ୍ଭ:

ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ, ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ କାରଣରୁ ଚିନ୍ତିତ ରହିବେ, ଉପସ୍ଥିତ ବୁଦ୍ଧି ଓ ଉପରିସ୍ଥ ଅଧିକାରୀଙ୍କ ସହଯୋଗ କାରଣରୁ କାର୍ଯ୍ୟ ହାସଲ କରିବେ । ଛାତ୍ରଛାତ୍ରୀ ପଢାପଢିରେ ମଧ୍ୟମ ଫଳଭୋଗ କରିବେ, ନିଜର ଲୋକ ବିରୁଦ୍ଧାଚରଣ କରିବେ ସତର୍କ ରୁହନ୍ତୁ

ପ୍ରତିକାର-ସାତୋଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ ଓ ସାତଟି କଳାମିଠା ଭୋଗ କରନ୍ତୁ

ମୀନ:

ଆଜି ଆକସ୍ମିକ ଭାବରେ ବକେୟା ଦରମା ହସ୍ତଗତ ହେବ, ପାରିବାରିକ ଭୁଲ ବୁଝାମଣା କାରଣରୁ ଚିନ୍ତିତ ରହିବେ । ଗୁପ୍ତଶତ୍ରୁଙ୍କ କାରଣରୁ କାର୍ଯ୍ୟ ବିଳମ୍ବିତ ହେବ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଆୟ ବୃଦ୍ଧି ଘଟିବ, ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ପ୍ରତିକାର- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ