• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମଇ ୧ ତାରିଖ, ରବିବାର, ମେଷ, ୧୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ ,ପ୍ରତିପଦା ତିଥି ,ଦ୍ୱିଜା ନକ୍ଷତ୍ର ମେଷ ଚନ୍ଦ୍ର । ଜାଣନ୍ତୁ ଆଜି କେମିତି କଟିବ  ଆପଣଙ୍କ ଦିନ...

ମେଷ:

ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହେବେ ।

ପ୍ରତିକାର-ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ବୃଷ:

ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ।

ପ୍ରତିକାର-ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ:

ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଆର୍ଥିକ ସମସ୍ୟାର ସମାଧାନ ହେବ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।

ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

କର୍କଟ:

ଆପଣ ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ  । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ । ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ 

ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ତୁଳା:

ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ । ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ  ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।

ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

ବିଛା:

ଆଜି ପ୍ରତ୍ୟେକ କାଯର୍ୟରେ ସଫଳ ହେବେ । ଯେକୌଣସିମତେ  ଅର୍ଥ ରୋଜଗାରର ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନ ଶୁଭ ପ୍ରଦ ହେବ ।

ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

ଧନୁ:

ଆଜି ଦୂର ଯାତ୍ରା କରିବାର ସୁଯୋଗ ପାଇପାରିବେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ୱୀକାର କରିହେବନି । କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ

ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ

ମକର:

ଆଜି ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ । ପୁରାତନ ରୋଗର ଉପସମ ହେବ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ।

ପ୍ରତିକାର-ମା କାଳୀଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

କୁମ୍ଭ:

ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ  କରିବେ । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର କଳାରାଶି ମିଶାଇ ଢାଳନ୍ତୁ

ମୀନ:

ଆଜି ଦିନଟି ଆପଣଙ୍କ ପାଇଁ ଲାଭ ପ୍ରଦ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାଯର୍ୟ କ୍ଷେତ୍ରକୁ ଯାଆନ୍ତୁ