Advertisment

Chanakya Niti: ପାଇପାରିବେ ଜୀବନର ସମସ୍ତ ଖୁସି; ଯଦି ଆପଣଙ୍କ ପାଖରେ ଅଛି ଏହି ଜିନିଷ...

Chanakya Niti For Lifestyle: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ଏହି ୩ଟି ଜିନିଷ ଅଛି... ତେବେ ଆପଣ ଜୀବନର ସମସ୍ତ ଖୁସି ପାଇପାରିବେ...

author-image
Sujit kumar Swain
Chanakya Niti

Chanakya Niti

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । କୁହାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ  । ଚାଣକ୍ୟ କହିବା ଅନୁଯାୟୀ ଯଦି ଆପଣଙ୍କ ପାଖରେ ଏହି ୩ଟି ଜିନିଷ ଅଛି ତେବେ ଆପଣ ଜୀବନରେ ସମସ୍ତ ପ୍ରକାର ଖୁସି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେ ତିନୋଟି ଜିନିଷ କଣ କଣ ... 

Advertisment

ପୁଅ ଯଦି ଆଜ୍ଞାକାରୀ ହୁଏ...

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କର ପୁଅ ଆଜ୍ଞାକାରୀ, ତେବେ ସେହି ବ୍ୟକ୍ତି ଅନୁମାନ କରିବା ଉଚିତ୍‌ ଯେ ସେ ପୃଥିବୀର ସ୍ବର୍ଗ ସୁଖ ପାଇଛିନ୍ତି ବୋଲି । କାରଣ ଜଣେ ଆଜ୍ଞାକାରୀ ପୁଅ ଯେକୌଣସି ବାପାଙ୍କ ପାଇଁ ମୂଲ୍ୟବାନ ରତ୍ନ ସଦୃଶ ବୋଲି କୁହାଯାଇପାରିବ । ଜଣେ ଆଜ୍ଞାକାରୀ ପୁଅ ପାଇ‍ବା ପରେ , ପିତାଙ୍କର ସମସ୍ତ ଉଚ୍ଛା ପୂରଣ କରିପାରନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ପିତା ପୃଥିବୀରେ ସ୍ବର୍ଗର ସୁଖ ପ୍ରାପ୍ତ କରନ୍ତି । 

ଯିଏ ନିଜ ରୋଜଗାର ଧନରେ ସନ୍ତୁଷ୍ଟ ଥାଏ...

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତି ରୋଜଗାର କରୁଥିବା ଅର୍ଥରୁ ସନ୍ତୁଷ୍ଟ ହୁଅନ୍ତି ତା’ଠାରୁ କେହି ଅଧିକ ଖୁସି ହୋଇପାରିବେ ନାହିଁ । ଏପରି ସନ୍ତୁଷ୍ଟ ବ୍ୟକ୍ତି ସ୍ୱୀକାର କରିବା ଉଚିତ୍ ଯେ ତାଙ୍କ ପାଇଁ ପୃଥିବୀରେ ସ୍ୱର୍ଗ ସୁଖ ରହିଛି ।

Advertisment

ଯାହାର ପତ୍ନୀ ତାଙ୍କ କଥା ମାନେ...

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ଆଦେଶ ଅନୁଯାୟୀ ଆଚରଣ କରନ୍ତି । ସେ ଅନୁମାନ କରିବା ଉଚିତ ଯେ ସେ ପୃଥିବୀରେ ସ୍ୱର୍ଗକୁ ସୁଖକୁ ଯାଇଛନ୍ତି ।

Life Style Chanakya Niti
Advertisment
Advertisment