Chanakya Niti: ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କରିଦେବ ଏହି ୩ଟି ଘଟଣା; ହାର୍‌ ମାନିବାକୁ କରିଥାଏ ବାଧ୍ୟ !

Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହିପରି ତିନୋଟି ଘଟଣା ବିଷୟରେ କହିଥିଲେ ଯାହାକି ଜଣେ ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କିମ୍ବା ନଷ୍ଟ କରିବାରେ ସକ୍ଷମ ହୋଇଥାଏ । କ’ଣ ସେହି ତିନୋଟି ଘଟଣା ? ଆସନ୍ତୁ ଜାଣିବା...

Chanakya Niti for Life

ଚାଣକ୍ୟ ନୀତି ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ, ଯାହାକୁ କୌଟିଲ୍ୟ ଓ ବିଷ୍ଣୁଗୁପ୍ତ ନାଁରେ ପ୍ରସିଦ୍ଧ ଚାଣକ୍ୟ ନିଜେ ଲେଖିଥିଲେ । ଏହି ଗ୍ରନ୍ଥ କେବଳ ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ମାର୍ଗଦର୍ଶନ କରିଥାଏ ତାହା ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥାଏ ।  ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହିପରି ତିନୋଟି ଘଟଣା ବିଷୟରେ କହିଥିଲେ ଯାହାକି ଜଣେ ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କିମ୍ବା ନଷ୍ଟ କରିବାରେ ସକ୍ଷମ ହୋଇଥାଏ । କଣ ସେହି ତିନୋଟି ଘଟଣା ? ଆସନ୍ତୁ ଜାଣିବା...

ସଞ୍ଚୟ ଟଙ୍କା ଚୋରି ହେଲେ...

ସମସ୍ତେ ସମସ୍ତଙ୍କର ଜୀବନକୁ ସୁଖୀ କିମ୍ବା ସହଜ କରିବା ପାଇଁ ଟଙ୍କା ସଂଗ୍ରହ ବା ସଞ୍ଚୟ କରନ୍ତି । ସସସ୍ତେ ଭାବନ୍ତି ଯେ ପରେ କିମ୍ବା ଆବଶ୍ୟକ ସମୟରେ ଆମେ ଏହି ଟଙ୍କା ବ୍ୟବହାର ବା ଖର୍ଚ୍ଚ କରିପାରିବୁ ବୋଲି । ଅନେକ ଥର ଏହା ଘଟେ ଯେ ଆମର ଜମା ହୋଇଥିବା ଟଙ୍କା ଚୋରି ହୋଇଯାଏ । ଯେତେବେଳେ ଏହା ଘଟେ, ବହୁତ ଯନ୍ତ୍ରଣାଦାୟକ ଦେଇଥାଏ । ଯେତେବେଳେ ଜମା ବା ସଞ୍ଚୟ ହୋଇଥିବା ଟଙ୍କା ଚୋରି ହୁଏ, ଜଣେ ବ୍ୟକ୍ତିର ପୁରା ଜୀବନ ନଷ୍ଟ ହୋଇଯାଏ !  ଖାଲି ଏତିକି ନୁହେଁ ବ୍ୟକ୍ତି ଜଣକ ଦୁର୍ବଳ ହୋଇଯାଏ ।

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦୂରତା...

ଚାଣକ୍ୟ ନୀତି ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କର ମହତ୍ତ୍ବ ବହୁତ ଅଧିକ ରହିଥାଏ । ଏପରି ପରିସ୍ଥିତିରେ ଯଦି କେହି ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ସମ୍ପର୍କ ହରାନ୍ତି, ତେବେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅନୁଭୂତି ଦେଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜୀବନସାଥୀ ତାଙ୍କୁ ଛାଡିଦିଅନ୍ତି, ସେତେବେଳେ ତାଙ୍କୁ ନିଜର ବୃଦ୍ଧାବସ୍ଥାକୁ ସଂପୂର୍ଣ୍ଣ ଏକାକୀ ବିତାଇବାକୁ ପଡିଥାଏ । ବ୍ୟକ୍ତି ଜଣକ ଦୁର୍ବଳ ହୋଇ ଯାଇଥାଏ । 

ପର ଘରେ ରହିବା ଦ୍ବାରା...

ଆମ ଜୀବନରେ ଅନେକ ଥର ଏପରି ବାଧ୍ୟବାଧକତା ଆସେ ଯେ ଆମକୁ ଅନ୍ୟ କାହାର ଘରେ ରହିବାକୁ ପଡିଥାଏ । ଏହା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଏ । ଯଦି ଏପରି ଘଟଣା କୌଣସି ବ୍ୟକ୍ତିଙ୍କ ସହିତ ଘଟେ, ତେବେ ସେ ନଚାହିଁଲେ ବି ପରାଜୟ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି । ଚାଣକ୍ୟ ନୀତି ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଘରେ ରହେ, ସେତେବେଳେ ସେ ଅନ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଏ । ଫଳରେ ବ୍ୟକ୍ତି ଜଣକ ଦୁର୍ବଳ ହୋଇଯାଏ ।