• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । କୁହାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ  ।

ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ସେହି ଜିନିଷଗୁଡିକ କହିବାକୁ ଯାଉଛୁ ଯାହାକୁ ଖାଇବା ପରେ ମଧ୍ୟ ଆପଣ ପୂଜା କରି ପାରିବେ । ଚାଣକ୍ୟ କହିବା ଅନୁଯାୟୀ ୭ଟି ଜିନିଷ ରହିଛି ଯାହା ଅତ୍ୟନ୍ତ ପବିତ୍ର ଯାହାକୁ ଆପଣ ଖାଇକି ପୂଜାପାଠ କରିପାରିବେ । ଆସନ୍ତୁ ଜାଣିବା ସେହି ୭ଟି ଜିନିଷ କ’ଣ କ’ଣ...

ପଢନ୍ତୁ ଏହି ଖବର: Chanakya Niti: ଜୀବନକୁ ନଷ୍ଟ କରିଦେଇପାରେ ଏହି ଭୁଲ୍, ଜାଣନ୍ତୁ କଣ ଏହି ଭୁଲ୍

ଆଚାର୍ଯ୍ୟ ଚାଣକ୍ୟ ରୋଗୀ ବ୍ୟକ୍ତି ଓ ଭୋକିଲା ଲୋକଙ୍କ ପାଇଁ ଶାସ୍ତ୍ରଭିତ୍ତିକ କିଛି ଉକ୍ତି ଉଲ୍ଲେଖ କରିଛନ୍ତି । ଚାଣକ୍ୟଙ୍କ କହିବା ଅନୁଯାୟୀ ଶାସ୍ତ୍ରରେ ଜଳ, ଆଖୁ ରସ, କ୍ଷୀର, କଦଳୀ, ପାନପତ୍ର, ଫଳ ଓ ଔଷଧ ଅତ୍ୟନ୍ତ ପବିତ୍ର । ତେଣୁ, ସେଗୁଡ଼ିକୁ ଖାଇବା ପରେ ମଧ୍ୟ ଜଣେ ବ୍ୟକ୍ତି ଧାର୍ମିକ କାର୍ଯ୍ୟକଳାପ ଓ ଭଗବାନଙ୍କ ରୀତିନୀତି କରିପାରିବେ । ଏହି ଜିନିଷ ପୂଜାରେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରନ୍ତି ନାହିଁ ।

ସାଧାରଣତଃ ଭାରତୀୟମାନଙ୍କ ମଧ୍ୟରେ ବିଶ୍ୱାସ କରାଯାଏ ଯେ ସ୍ନାନ ଓ ପୂଜାପାଠ ପରେ ଖାଦ୍ୟ ଓ ଔଷଧ ଖାଇବା ଉଚିତ୍‌। କିନ୍ତୁ ଚାଣକ୍ୟଙ୍କ କହିବା ଅନୁଯାୟୀ ଅସୁସ୍ଥତା କିମ୍ବା ଅନ୍ୟ କୌଣସି ଅବସ୍ଥାରେ କ୍ଷୀର, ପାଣି, କଦଳୀ, ଫଳ ଏବଂ ଔଷଧ ଖାଇ ପାରିବେ। ଏଥିରେ କୌଣସି ପାପ ନାହିଁ । ଏହା ପରେ, ଗାଧୋଇବା, ଉପାସନା ଓ ଧାର୍ମିକ କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now