Advertisment

Should You Eat Curd In Winter: ଶୀତଦିନରେ ଦହି ଖାଇବା ଭଲ ନା ଖରାପ ? ଜାଣନ୍ତୁ ଖାଇବାର ସଠିକ ଉପାୟ

ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ହୋଇଥାଏ...

ଅଦ୍ୟତନ ହୋଇଛି
Should You Eat Curd In Winter

Should You Eat Curd In Winter

Advertisment

ଆପଣ ଶୀତଦିନେ ଦହି ଖାଉଛନ୍ତି କି ? ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଏମିତି ଆପଣଙ୍କର ନାନା ପ୍ରଶ୍ନକୁ ଆଜି ଆମେ ଦୂର କରିବୁ । ଅନେକ ଲୋକ ଥଣ୍ତା ଦିନରେ ଦହି ଖାଇବାକୁ ପସନ୍ଦ କରନ୍ତିନି । କାରଣ ଥଣ୍ତା ହୋଇଯିବ ବୋଲି । କିନ୍ତୁ ଶୀତଦିନେ ଦହି ଖାଇବା ଦ୍ୱାରା ଅନେକ ଲାଭ ମିଳିପାରେ । ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ମିଳି ପାରିବ...

Advertisment

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ...

ଶୀତଦିନରେ  କାଶ, ଛିଙ୍କ ଆଦି ହେବା ସାଧାରଣ କଥା । କିନ୍ତୁ ଏହି ସମୟରେ ଦହି ଏକ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଭାବେ କାର୍ଯ୍ୟ କରିଥାଏ । ବ୍ୟାକ୍ଟେରିଆଗୁଡ଼ିକ ପ୍ରୋବାୟୋଟିକ୍ସ ସହ ମିଶି ଶରୀରକୁ ସୁସ୍ଥ ରଖେ । ଦହି ଏକ ଶକ୍ତିଶାଳୀ ପାଚନ ତନ୍ତ୍ର ତିଆରି କରେ । ଦହି ଖାଇବା ଦ୍ୱାରା ଶୀତକାଳୀନ ରୋଗ ମଧ୍ୟ କମ ହୋଇଥାଏ ।

ଅଧିକ ପଢନ୍ତୁ: ଶୀତଦିନେ ଖାଆନ୍ତୁ ହଳଦୀରୁ ପ୍ରସ୍ତୁତ ଏହି ଖାଦ୍ୟ; ରହିବନି ଆଉ ଏହି ରୋଗ ! 

Advertisment

ହାଡକୁ ମଜବୁତ କରେ...

ଥଣ୍ତାଦିନେ ଖରାର ପରିମାଣ କମ ରହିଥାଏ । ଲୋକେ ଘରେ ଅଧିକ ରହିବାକୁ ପସନ୍ଦ କରନ୍ତି । ଏଣୁ ସେମାନେ ଖରା ଠିକରେ ପାଆନ୍ତି ନାହିଁ । ଫଳରେ ଶରୀରକୁ କ୍ୟାଲସିୟମ ମିଳିପାରେ ନାହିଁ । ଏଣୁ ଦହି ଖାଇବା ଦ୍ୱାରା କ୍ୟାଲସିୟମ ମିଳିଥାଏ । ଫଳରେ ହାଡଗୁଡ଼ିକ ମଜବୁତ ରୁହେ । ଅଷ୍ଟିଓପୋରୋସିସ୍ ପରି ରୋଗ କବଳରୁ ରକ୍ଷା କରିଥାଏ ।

ହଜମରେ ସାହାଯ୍ୟ କରେ...

ଥଣ୍ତା ଦିନେ ପ୍ରାୟ ସମସ୍ତେ ଗରମ ଖାଇବାକୁ ପସନ୍ଦ କରନ୍ତି । ତଥାପି ପରିବେଶ ଥଣ୍ତା ଥିବା ହେତୁ ଏହା ବଦହଜମୀ କରାଇ ପାରେ । ଏଣୁ ଦହି ଖାଇବା ଦ୍ୱାରା ଏହା ଖାଦ୍ୟକୁ ଭଲ ଭାବେ ହଜମ କରାଇ ଥାଏ । ଦହିରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ହଜମରେ ସାହାଯ୍ୟ କରିଥାଏ । ଏହା ସହ କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ ।

Advertisment

ଦହି ହେଉଛି ଭିଟାମିନର ପାୱାରହାଉସ୍...

ଦହି କେବଳ ଯେ ପୋଷଣ ଓ କ୍ୟାଲସିୟମ ପ୍ରଦାନ କରେ ତାହା ନୁହେଁ, ଏଥିରୁ B12 ପରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିଟାମିନ୍ ମଧ୍ୟ ମିଳିଥାଏ । ଦହି ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ଶରୀରର ଶକ୍ତି ସ୍ତରକୁ ବଢ଼ାଇ ଥାଏ । ଦହିରେ ଭିଟାମିନ୍ C ରହିଛି, ଯାହା ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ଭଳି କାର୍ଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରିଥାଏ । ଏଣୁ ଶୀତଦିନେ ଦହି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

ଅଧିକ ପଢନ୍ତୁ: Hair Care Tips: ବନ୍ଦ ହୋଇଯିବ କେଶ ଉପୁଡ଼ିବା ଓ ପାଚିବା, ଗାଏବ୍ ହୋଇଯିବ ରୁପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ