Advertisment

ସକାଳୁ ଶୀଘ୍ର ଉଠିଲେ କଣ ହୁଏ ଫାଇଦା ? ଜାଣନ୍ତୁ ଓ ମାନନ୍ତୁ...

ଆପଣ ନିଶ୍ଚୟ ଶୁଣିଥିବେ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍‌ ଜଣଙ୍କୁ ଦେଖିବା ଯେଉଁମାନେ ସକାଳୁ ଉଠନ୍ତି । ତେବେ ଆପଣ ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ପାଇଁ ମଧ୍ୟ ଚେଷ୍ଟା କରିବେ ।

ଅଦ୍ୟତନ ହୋଇଛି
 benefits of waking up early in the morning

waking-up-in-the-morning

Advertisment

ସକାଳୁ ଶୀଘ୍ର ଉଠିଲେ କଣ ହୁଏ ? ସକାଳୁ ଶୀଘ୍ର ଉଠିଲେ ଫାଇଦା ମିଳେ କି ? କେଉଁ ପ୍ରକାର ଫାଇଦା ମିଳେ ? ଆପଣ ନିଶ୍ଚୟ ଶୁଣିଥିବେ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍‌ ଜଣଙ୍କୁ ଦେଖିବା ଯେଉଁମାନେ ସକାଳୁ ଉଠନ୍ତି । ଆପଣ ଯାହାକୁ ବି ହେଲଥ୍‌ ଟିପ୍ସ୍‌ ମାଗିବେ ପ୍ରଥମେ ସେ ସକାଳୁ ଉଠିବାକୁ ହିଁ ପରାମର୍ଶ ଦେବେ । ତେବେ ଆପଣ ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ପାଇଁ ମଧ୍ୟ ଚେଷ୍ଟା କରିବେ । ଆସନ୍ତୁ ଜାଣିବା...

Advertisment

ଶାନ୍ତ ପରିବେଶକୁ ଅନୁଭବ କରିପାରିବେ...

ସକାଳୁ ଉଠିବା ଦ୍ବାରା ଶାନ୍ତ ପରିବେଶକୁ ଅନୁଭବ କରିପାରିବେ । କାରଣ ସକାଳ ପୁରା ଶାନ୍ତ ପରିବେଶ ରହିଥାଏ । ଯାହାଦ୍ବାରା ଆପରଙ୍କ ମନ ଓ ଶରୀରକୁ ସୁସ୍ଥ ରଖିବାରେ ସାହର୍ଯ୍ୟ କରେ। 

ଅଧିକ ପଢନ୍ତୁ : Yogasana: ଆପଣଙ୍କ ପିଲା ଘଣ୍ଟା ଘଣ୍ଟା ଧରି ପାଠ ପଢୁଛନ୍ତି କି… ହୋଇପାରେ ଏମିତି ସମସ୍ୟା; ଶିଖାନ୍ତୁ ଏହି ଯୋଗ, କିଛି ହେବନି

Advertisment

ଅଳସୁଆ ଲାଗି ନଥାଏ...

ସକାଳୁ ଉଠିଲେ ଆମର ସବୁଠୁ ବଡ଼ ଫାଇଦା ହୋଇଥାଏ ଯେ, ଆମକୁ ଦିନସାରା ଅଳସୁଆ ଲାଗି ନଥାଏ। ଆମେ ପୂରା ଦିନ କାମ କରିବା ପାଇଁ ଶକ୍ତି ପାଇଥାଉ। ସକାଳୁ ଉଠୁଥିବା ଲୋକମାନଙ୍କ ମଧ୍ୟରେ ଭାବିବା ଓ କିଛି କାର୍ଯ୍ୟକୁ ସଠିକ୍‌ ରୂପେ ତୁଲାଇବାର କ୍ଷମତା ଥାଏ। ସକାଳୁ ଉଠୁଥିବା ଲୋକ ରଚନାତ୍ମକ ହୋଇଥାନ୍ତି। ସେମାନଙ୍କର ଏକାଗ୍ରତା ଶକ୍ତି ଅଧିକା ଥାଏ।

ଶରୀରକୁ ପୋଷଣ ମିଳିଥାଏ...

ସକାଳୁ ଉଠିବା ଯୋଗୁ ଆମ ଶରୀରକୁ ପୋଷଣ ମିଳିଥାଏ। ଶୀଘ୍ର ଉଠି ଆପଣ ଯଦି ବାହାରକୁ ବୁଲାବୁଲି କରିବାକୁ ଯାଉଛନ୍ତି ବା ଚାଲୁଛନ୍ତି, ତାହାଲେ ଏହା ଆପଣଙ୍କ ଶରୀରକୁ ଅନେକ ଫାଇଦା ଦେଇଥାଏ। ତେବେ ଆପଣଙ୍କ ଦିନ ସକାଳୁ ଉଠି ବାହାରେ ବୁଲାବୁଲି କରିବାରୁ ଆରମ୍ଭ କରନ୍ତୁ।

Advertisment

ସଠିକ୍‌ ସମୟରେ ଖାଦ୍ୟ ଖାଇପାରିବେ...

ସକାଳୁ ଉଠିବାର ଆଉ ଏକ ଫାଇଦା ମଧ୍ୟ ହୋଇଥାଏ। ଆମେ ଯଦି ଡେରିରେ ଉଠିଥାଉ ତାହାଲେ ସକାଳ ଜଳଖିଆ ଖାଇବା ସମୟ ଗଡ଼ି ଯାଇଥାଏ। ଏହା ଆମ ଶରୀର ପାଇଁ  ଆଦୌ ଭଲ ନୁହେଁ। ତେବେ ଆପଣ ସକାଳେ ଉଠିଲେ ଜଳଖିଆ ପେଟ ପୁରା ଖାଆନ୍ତୁ। ଏହା କଳେ ଆପଣଙ୍କର ଗ୍ୟାସ୍‌ ସମସ୍ୟା ନ ହେବା ସହ ଦିନସରା ସତେଜତା ଅନୁଭବ କରିବେ।

ସକରାତ୍ମକ ପ୍ରଭାବ ପକାଏ...

ସକାଳୁ ଉଠିବାର ଆଉ ଏକ ଫାଇଦା ହେଲା ଯେ, ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ। ଦିନସାରା ବ୍ୟସ୍ତ ରହି କାମ କରିବା ପାଇଁ ଏହା ଆପଣଙ୍କୁ ଶକ୍ତି ଦିଏ। କୌଣସି କାମ କରିବା ଆଗରୁ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ।

ସନ୍ତୁଳିତ ଓଜନ ବଜାୟ ରଖିବାରେ ସାହାଯ୍ୟ କରେ...

ସକାଳେ ଉଠିବା ଏବଂ ଚାଲିବା ଏବଂ ବ୍ୟାୟାମ କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ଏବଂ ମେଦବହୁଳତା ହ୍ରାସ ହୋଇଥାଏ । ତେଣୁ ଜଣେ ସକାଳେ ଉଠିବା ଉଚିତ୍ ।

ରାତିରେ ଠିକ ସମୟରେ ନିଦ ଆସିଥାଏ...

ଯଦି ଶୀଘ୍ର ଉଠନ୍ତି, ତେବେ ରାତିରେ ସହଜରେ ଶୋଇପାରୁଥିବେ । ଫଳରେ ଏହା ଦ୍ବାରା ଏକ ଭଲ ଦୈନନ୍ଦିନ କାର୍ଯ୍ୟ ଅନୁସରଣ କରିବାକୁ ସମର୍ଥ ହେବେ ।

ହଜମ ଭଲ ହୋଇଥାଏ...

ସକାଳୁ ଉଠିବା ଦ୍ବାରା ହଜମ ପ୍ରକ୍ରିୟା ସୁସ୍ଥ ରହେ । ପେଟ ସଫା ହୋଇଥାଏ । ଫଳରେ ଠିକ୍ ସମୟରେ ଖାଦ୍ୟ ଖାଇବାକୁ ଏବଂ ସକାଳେ ସନ୍ତୁଳିତ ଖାଦ୍ୟ ଖାଇବାକୁ ସମୟ ପାଇପାରିବେ ।

ଅଧିକ ପଢନ୍ତୁ : Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ