/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661517006.jpg)
benefits of green apple
ଗ୍ରୀନ୍ ଆପଲରେ କ୍ୟାଲସିୟମ୍, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, କପର୍, ଆଇରନ୍, ଜିଙ୍କ୍, ଭିଟାମିନ୍-ଏ ଏବଂ ଭିଟାମିନ୍-କେ ପରି ଅନେକ ପୋଷକ ତତ୍ତ୍ୱ ସବୁଜ ଆପଲରେ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
Advertisment
- ସବୁଜ ଆପଲ୍ ଖାଇବା ଦ୍ୱାରା ଦୁର୍ବଳ ହାଡ ସମସ୍ୟାରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ, ସବୁଜ ଆପଲ୍ ମଧ୍ୟ ଚର୍ମ ପାଇଁ ବହୁତ ଭଲ ହୋଇଥାଏ।
- ଏହା ବ୍ୟତୀତ ସବୁଜ ଆପଲରେ କ୍ୟାଲୋରୀ ପରିମାଣ ବହୁତ କମ୍ ଥାଏ। ପ୍ରତିଦିନ ସବୁଜ ଆପଲ୍ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…
ହାଡ ମଜବୁତ-
- ଭିଟାମିନ୍ କେ, କ୍ୟାଲସିୟମ୍ ଏବଂ ପୋଟାସିୟମରେ ଭରପୂର ମାତ୍ରାରେ ମିଳିଥାଏ। ଯାହା ହାଡକୁ ମଜବୁତ କରିଥାଏ ।
Advertisment
ମଧୁମେହ-
- ମଧୁମେହରେ, ଲାଲ୍ ଆପଲ୍ ବଦଳରେ ସବୁଜ ଆପଲ୍ ଖାଇବା ଉଚିତ୍। ସବୁଜ ଆପଲରେ ଲାଲ୍ ଆପଲ ଅପେକ୍ଷା କମ୍ ସୁଗାର୍ ଏବଂ ଅଧିକ ଫାଇବର ଥାଏ। ଏହା ବ୍ୟତୀତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଚର୍ମ ପାଇଁ ଉପକାରୀ-
- ସବୁଜ ଆପଲରେ ଥିବା ଭିଟାମିନ୍ ଏ, ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଏହା ଚର୍ମ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଟେନିନ୍ ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ହୋଇଥାଏ, ଏହା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
ଫୁସଫୁସ ପାଇଁ ଉପକାରୀ-
- ସବୁଜ ଆପଲରେ ଥିବା ଫ୍ଲାଭୋନାଏଡ କାରଣରୁ ଏହାକୁ ନିୟମିତ ଖାଇବା ଆପଣଙ୍କୁ ଆଜମା ରୋଗରୁ ରକ୍ଷା କରିଥାଏ।
ଦୃଷ୍ଟିଶକ୍ତି ପାଇଁ-
- ସବୁଜ ଆପଲରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଦୃଷ୍ଟିଶକ୍ତି କ୍ଷମତାକୁ ଆହୁରି ଉନ୍ନତ କରିଥାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)