/odishatv-khabar/media/post_attachments/uploadimage/library/16_9/16_9_0/Vastu_1633866362.jpg)
Vastu
ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଇଥାଏ । ଏହି ସବୁ କାରଣରୁ ମଣିଷକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ବାର ଅନୁସାରେ କାର୍ଯ୍ୟ କରିବା ଉଚିତ୍ । ବାର ଅନୁସାରେ କାର୍ଯ୍ୟକଲେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ବୋଲି ବିବେଚନା କରାଯାଏ । ତେବେ ଚାଲନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ।
Advertisment
ବାର ଅନୁଯାୟୀ କରନ୍ତୁ କାର୍ଯ୍ୟ:
- ରବିବାର – ରବିବାର ଦିନ ସୂର୍ଯ୍ୟଙ୍କର ଅଧିକ ପ୍ରଭାବ ରହିଥାଏ । ଏହି ବାରରେ କୌଣସି ରୋଗ ପାଇଁ ନୂତନ ଔଷଧ ଆରମ୍ଭ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ । ନୂତନ ଯାନ ମଧ୍ୟ ଏହି ଦିନ କିଣିପାରିବେ। ଏହି ଦିନ ସୁନା, ତମ୍ବା କିଣିପାରିବେ ଓ ଧାରଣ ମଧ୍ୟ କରିପାରିବେ । ବିଦ୍ୟୁତ ଉପକରଣ ମଧ୍ୟ କିଣିପାରିବେ ।
- ସୋମବାର – ସୋମବାର ଦିନ କୃଷି ସମ୍ବନ୍ଧୀୟ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ। ସୋମବାର ବସ୍ତ୍ର-ଆଭୂଷଣ ମଧ୍ୟ କିଣିପାରିବେ ।
- ମଙ୍ଗଳବାର – ମଙ୍ଗଳବାର ଦିନ ଋଣ ଆଣନ୍ତୁ ନାହିଁ। କାରଣ ଏହା ସୁଝିବା ପାଇଁ କଷ୍ଟ ହୋଇଥାଏ ।
- ବୁଧବାର – ବୁଧବାର ଦିନ ବିଦ୍ୟା, ଅଧ୍ୟୟନ, ପାଠ୍ୟ ଉପକ୍ରମ କିଣନ୍ତୁ। ଏହି ଦିନ ଧନ ସଞ୍ଚୟ କରିଲେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ ।
- ଗୁରୁବାର – ଗୁରୁବାର ଖୁବ ଶୁଭବାର ଅଟେ । ଏହି ଦିନରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ, ଆଇନ କାର୍ଯ୍ୟ, ମଙ୍ଗଳ କାର୍ଯ୍ୟ କରିବା ଶୁଭଦାୟକ ।
- ଶୁକ୍ରବାର – ଶୁକ୍ରବାର ଦିନ ମିତ୍ରତା, କୃଷି ଆଦି କରିବା ଶୁଭପ୍ରଦ ହୋଇଥାଏ ।
- ଶନିବାର – ଶନିବାର ଦିନ ଗୃହପ୍ରବେଶ, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ । ଏହି ଦିନ ତେଲ, କାଠ, କୋଇଲା, ଲୁଣ, ଲୁହାରେ ନିର୍ମିତ ବସ୍ତୁ କିଣନ୍ତୁ ନାହିଁ ।
- ସ୍ୱାର୍ଥ ପାଇଁ କିମ୍ବା ଭୁଲ ସଙ୍ଗ ଦୋଷ ଗ୍ରହଣ କରିବା ଉଚିତ ନୁହେଁ ।
- ଅନ୍ୟର ଧନକୂ ହାସଲ କରିବାର ପ୍ରୟାସ କରିବା ଉଚିତ ନୁହେଁ ।
- ପରିଶ୍ରମୀ ହେବା ସହିତ ଅହଂକାର ଠାରୁ ଦୁରେଇ ରହିବା ଉଚିତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)