Advertisment

ଗାଧୋଇବା ବେଳେ କରନ୍ତୁ ଏମିତି, ନଚେତ୍...

ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉତ୍ତମ ସ୍ନାନରେ ଗଣାଯାଏ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କଲେ ଶରୀରରେ କୋମଳତା, ନିର୍ମଳତା, ସୁଗନ୍ଧତା, ରୂପ, ବଳ, ପରମାୟୁ ଏବଂ ଉତ୍ତମ ସ୍ୱର ଲାଭ ହୁଏ’ । ସ୍ନାନ ବା ଗାଧେଇବାକୁ ନେଇ ଶାସ୍ତ୍ରରେ ଅନେକ ମାନ୍ୟତା ରହିଛି । ଚାଲନ୍ତୁ ଜାଣିବା ...

author-image
Pallipuspa Samal
ଅଦ୍ୟତନ ହୋଇଛି
Do this while bathing

Do this while bathing

ଶାସ୍ତ୍ର ଅନୁସାରେ ତାରା ଲୁଚି ନଥିବାବେଳେ ଯେଉଁ ସ୍ନାନ କରାଯାଏ ତାହା ଶରୀର ଓ ମନ ପାଇଁ ବହୁତ ଭଲ ଫଳପ୍ରଦ ହୋଇଥାଏ । ତାରା ବୁଡ଼ିଯିବା ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ସ୍ନାନ କରାଯାଏ ତାହା ହେଉଛି ମଧ୍ୟମ ସ୍ନାନ ।

Advertisment
  • ସୂର୍ଯ୍ୟୋଦୟ ହେବା ପରେ ଦିନରେ ଯେଉଁ ସ୍ନାନ କରାଯାଏ ତାହାକୁ ଅଧମ ସ୍ନାନ କୁହାଯାଏ ।
  • ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ କ୍ଷୀର ସ୍ନାନ, ସୂର୍ଯ୍ୟୋଦୟ ସମୟରେ ସ୍ନାନକୁ ଜଳ ସ୍ନାନ କହିଥାନ୍ତି
  • ସୂର୍ଯ୍ୟୋଦୟ ପରେ ଦିବା ୯ ଘଟିକା ଭିତରେ ହେଉଥିବା ସ୍ନାନକୁ ରକ୍ତସ୍ନାନ କହିଥାନ୍ତି ।
  • ଦିବା ୯ଘଟିକା ଭିତରେ ଯେଉଁମାନେ ସ୍ନାନ କରନ୍ତି ସେମାନେ ଅଧିକରୁ ଅଧିକ ଥଣ୍ଡା, ସର୍ଦ୍ଦି, ଏସୋନୋଫିଲିଆ ଆଦିରୋଗରେ ପୀଡ଼ିତ ହୁଅନ୍ତି । କାରଣ ଏ ସମୟରେ ବାତ, ପିତ୍ତ ଏବଂ କଫର ସମତା ନଥାଏ । ଯାହାଫଳରେ ଥଣ୍ଡା ହୁଏ ଏବଂ ସ୍ୱାସ୍ଥ୍ୟ ନଷ୍ଟ ହୁଏ ।
  • ଡାହାଣ ପୂଡ଼ାରେ ସୂର୍ଯ୍ୟ ନାଡ଼ିରେ ନିଶ୍ୱାସ ପ୍ରଶ୍ୱାସ ଯାତାୟତବେଳେ ସ୍ନାନ କରିବା ବିଧାନଗତ । ଏହାଦ୍ୱାରା ଶ୍ଲେଷ୍ମାଜାତ ହେବାର ଭୟ କମ୍ ଥାଏ ।
  • ସ୍ନାନ ପୂର୍ବରୁ ପ୍ରଥମେ ତୈଳ ମାଲିସ୍ କରି ଦେହକୁ ଉଷୁମ କରିନେବା ଆବଶ୍ୟକ ।
  • ଶାସ୍ତ୍ର ଅନୁସାରେ ସ୍ନାନ କରିବା ପୂର୍ବରୁ ପ୍ରଥମେ ମୁଖରେ ଜଳ ଭର୍ତ୍ତି କରି ଆଖିରେ ୨୧ ଥର ପର୍ଯ୍ୟନ୍ତ ଜଳ ଛାଟନ୍ତୁ । ତା’ପରେ ମୁଣ୍ଡ ଏବଂ ବେକକୁ ଭଲଭାବେ ଜଳରେ ଧୋଇ ସାରିବା ପରେ ସମଗ୍ର ଶରୀରକୁ ଧୁଅନ୍ତୁ । ଏହି ଭଳି କରିବା ଦ୍ୱାରା ଯେଉଁମାନଙ୍କୁ ଅଧିକ ସର୍ଦ୍ଦି ହୁଏ ସେମାନେ ଏହି ଉପାୟ ଅବଲମ୍ବନ କଲେ ଆଉ ସର୍ଦ୍ଦି ହେବନାହିଁ ।
  • ସ୍ନାନ କରିବା ସମୟରେ ନାଭିଯାଏ ଜଳରେ ପଶି ନାଭି, ତଳିପେଟକୁ ଶୀତଳ ଜଳରେ ଘଷି ଘଷି ଶୀତଳ କରି ନିଅନ୍ତୁ ।
  • ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ପାଚକ ଶକ୍ତି ବୃଦ୍ଧି ପାଏ ।
  • ଯକୃତ ଏବଂ କିଡ଼ନୀ କାର୍ଯ୍ୟରେ ଉନ୍ନତି ଘଟେ ।
  • ହୃତପିଣ୍ଡ ମଧ୍ୟ ଅଧିକ ସୁସ୍ଥ ସବଳ ଏବଂ ସତେଜ ରହେ ।
  • ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ଫୁସଫୁସ୍, ମସ୍ତିଷ୍କ ଭଳି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟ ଶକ୍ତିଶାଳୀ ଏବଂ ରୋଗ ଶୂନ୍ୟ ହୁଏ ।
Vastu Tips
Advertisment
Advertisment