Advertisment

Sleeping Tips: ଶୋଇବା ପୂର୍ବରୁ କେବେବି କରନ୍ତୁ ନାହିଁ ଏହି କାମ; ନିଦରେ ହେବ ବାଧା

କିଛି ଖରାପ ଅଭ୍ୟାସ ହିଁ ନିଦ୍ରାହିନତାର କାରଣ ହୋଇ ଠିଆ ହୁଏ। ଏହି ସମସ୍ୟାରେ ଲୋକେ ଅନେକ ପ୍ରକାର ଚିକିତ୍ସା କରିବାକୁ ଚେଷ୍ଟା କରି ବିଫଳ ହୁଅନ୍ତି। କିନ୍ତୁ କେବଳ ଜୀବନଶୈଳୀକୁ ସଜାଡି ଦେଲେ ହିଁ ଏହି ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଶୋଇବା ପୂର୍ବରୁ କ’ଣ ନ କରିବେ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
How to Sleep Better: bad habits before sleep in night will lose sleep

6 bad habits before sleep in night you will lose sleep

ସୁସ୍ଥ ରହିବା ପାଇଁ, ସୁସ୍ଥ ଖାଇବା ସହିତ ଭଲ ନିଦ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ। କାରଣ, ଶୋଇବା ଆମ ଶରୀରର ପୁନରୁଦ୍ଧାର ଏବଂ ଉନ୍ନତ ବିକାଶରେ ସାହାଯ୍ୟ କରେ। ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାତିରେ ଅତି କମରେ ୭-୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଆଯାଏ।

Advertisment

ପ୍ରାୟ ସମସ୍ତେ ଅନୁଭବ କରିଥିବେ ଯେତେବେଳେ ରାତିରେ ଠିକ୍ ଭାବରେ ଶୋଇ ନ ହୁଏ, ଥକାପଣ ଏବଂ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦିଏ। ଏହି ସମସ୍ୟା ମାଇଗ୍ରେନ୍‌ ଆଶଙ୍କାକୁ ମଧ୍ୟ ବଢାଇପାରେ। କେବଳ ଏତିକି ନୁହେଁ, ନିଦ୍ରାହୀନତାର ଶିକାର ହେବା ଦ୍ୱାରା ହାଇ ବିପି, ମେଦବହୁଳତା, ମଧୁମେହ, କୋଲେଷ୍ଟ୍ରଲ୍‌ ଏବଂ ହୃଦରୋଗ ଭଳି ଅନେକ ବିପଦର ଆଶଙ୍କା ଦେଖାଯାଏ।

ଅଧିକ ପଢ଼ନ୍ତୁ: ପିଲାମାନେ ଖାଇବାକୁ ହଇରାଣ କରୁଛନ୍ତି କି… ଏହି ନଖରାମୀକୁ ଏଡାଇବା ପାଇଁ ୬ଟି ଉପାୟ

Advertisment

କିନ୍ତୁ, ଆପଣ ଜାଣନ୍ତି କି ଆପଣଙ୍କର କିଛି ଖରାପ ଅଭ୍ୟାସ ହିଁ ଆପଣଙ୍କ ପାଇଁ ନିଦ୍ରାହିନତାର କାରଣ ହୋଇ ଠିଆ ହୁଏ। ଏହି ସମସ୍ୟାରେ ଲୋକେ ଅନେକ ପ୍ରକାର ଚିକିତ୍ସା କରିବାକୁ ଚେଷ୍ଟା କରି ବିଫଳ ହୁଅନ୍ତି। କିନ୍ତୁ କେବଳ ଜୀବନଶୈଳୀକୁ ସଜାଡି ଦେଲେ ହିଁ ଏହି ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଶୋଇବା ପୂର୍ବରୁ କ’ଣ ନ କରିବେ ସେ ବିଷୟରେ ଜାଣିନେବା।

ମୋବାଇଲ୍ ବ୍ୟବହାର ନ କରିବା:

ରାତିରେ ଶୋଇବା ପରେ ସ୍ମାର୍ଟଫୋନ୍, ଲାପ୍‌ଟପ୍ କିମ୍ବା ଆଇପ୍ୟାଡ୍‌ରେ କାମ କରିବା ଠାରୁ ଦୂରେଇ ରହିବା ଉଚିତ। ଆହୁରି ମଧ୍ୟ, ଶୋଇବା ପୂର୍ବରୁ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ମେସେଜ୍ କରିବା କିମ୍ବା ଗ୍ରୁପ୍ ଚାଟ୍‌ରେ ଅଂଶ ହେବାରେ ଭୁଲ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଶୀଘ୍ର ନିଦ ହେବ ନାହିଁ, ଯାହା ଆପଣଙ୍କ ଶୋଇବା ଚକ୍ର ଉପରେ ପ୍ରଭାବ ପକାଇପାରେ।

ଚା ଏବଂ କଫି ବ୍ୟବହାର ନ କରିବା:

ଅନେକ ଲୋକ ଶୋଇବା ପୂର୍ବରୁ ଚା’ କିମ୍ବା ଏବଂ କଫି ପିଇବାକୁ ପସନ୍ଦ କରନ୍ତି। ଯାହା ଭୁଲ ଅଭ୍ୟାସ ମଧ୍ୟରୁ ଗୋଟିଏ। ଚା’ ଏବଂ କଫିରେ କଫିନ୍ ଥାଏ, ଯାହା ଆପଣଙ୍କ ମସ୍ତିଷ୍କକୁ ଜାଗ୍ରତ କରିଥାଏ। ଏହି କାରଣରୁ ରାତ୍ରି ଭୋଜନ ପରେ ଚା, କଫି, ଚକୋଲେଟ୍, କୋଲା, ସୋଡା କିମ୍ବା ଏନର୍ଜି ପାନୀୟ ଗ୍ରହଣ ନ କରିବା ଉଚିତ।

ବ୍ୟାୟାମରୁ ଦୂରେଇ ରହିବା:

ରାତିରେ ଶୋଇବା ପୂର୍ବରୁ ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ। ଅନେକ ଲୋକ ଶୋଇବା ପୂର୍ବରୁ ଚାଲନ୍ତି। ଶୋଇବା ପୂର୍ବରୁ ବ୍ୟାୟାମ କରିବା ଦ୍ୱାରା ଆମର ମସ୍ତିଷ୍କ ଏବଂ ଶରୀର ବହୁତ ସକ୍ରିୟ ହୋଇଯାଏ। ଏହା ନିଦକୁ ଆମ ଠାରୁ ଦୂରେଇ ନିଏ। ତେଣୁ ସକାଳ କିମ୍ବା ସନ୍ଧ୍ୟାରେ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ।

ଶୋଇବା ପୂର୍ବରୁ ନ ପଢିବା:

ରାତିରେ ବହି ପଢିବା ପରେ ତୁରନ୍ତ ଶୋଇବା ମଧ୍ୟ ନିଦ୍ରାହିନତାର ଅନ୍ୟତମ କାରଣ। ବହି ପଢି ତୁରନ୍ତ ଶୋଇବାକୁ ଗଲେ ମଧ୍ୟ ମନ ସେହି ପଠା କାର୍ଯ୍ୟରେ ବ୍ୟସ୍ତ ରହିଥାଏ। ଫଳରେ ନିଦ ହୁଏ ନାହିଁ। ତେଣୁ, ଶୋଇବା ପୂର୍ବରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିଛି ସମୟ ପୂର୍ବରୁ ଶେଷ କରି ଶୋଇବା ଉଚିତ।

ଗୃହପାଳିତ ପଶୁମାନଙ୍କ ସହ ନ ଶୋଇବା:

ଅନେକ ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କ ସହିତ ଶୋଇବାକୁ ଭଲ ପାଆନ୍ତି, ଯାହା ଏକ ଖରାପ ଅଭ୍ୟାସ। ଯଦି ଆପଣ ମଧ୍ୟ ଏହା କରନ୍ତି ତେବେ ଆପଣ ବନ୍ଦ କରିବା ଉଚିତ। ଗୃହପାଳିତ କୁକୁର କିମ୍ବା ବିଲେଇ ସହିତ ଶୋଇବା ଦ୍ୱାରା ନିଦ ଠିକ୍‌ରେ ହୁଏନି କାରଣ ପଶୁମାନେ ରାତିସାରା ବହୁତ ହଲଚଲ ହୁଅନ୍ତି।

ଅଧିକ ପଢ଼ନ୍ତୁ: ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରେ କେଉଁ ଖାଦ୍ୟ ?

ମଦ୍ୟପାନ ନ କରିବା:

ଅନେକ ଲୋକ ଶୋଇବା ପୂର୍ବରୁ ମଦ୍ୟପାନ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ମଦ୍ୟପାନ କରିବା ପରେ ଶୀଘ୍ର ନିଦ ହୋଇଯାଏ ସତ, କିନ୍ତୁ ଶୋଇବା ସମୟରେ ଅସ୍ଥିରତା ଏବଂ ବାରମ୍ବାର ଆଖି ଖୋଲିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡେ।

Health Tips
Advertisment
Advertisment