Advertisment

ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ମଟନ ବୋଟି ମସାଲା’

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ ବୋଟି ମସାଲା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
Mutton Boti Masala Recipe

mutton boti masala recipe

Advertisment

ଆପଣ କେବେ ‘ମଟନ ବୋଟି ମସାଲା’ର ରେସିପି ଖାଇଛନ୍ତି କି ? ଆଜି ଶୁକ୍ରବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଟନ ବୋଟି ମସାଲା’। ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ମଟନ ବୋଟି ମସାଲା’ ବନୋଇବା ପାଇଁ ଆବଶ୍ୟକ ସାମଗ୍ରୀ:

ବୋନ୍‌ଲେସ୍‌ ମଟନ, ତେଜପତ୍ର, ଗୋଟା ଡାଲଚିନି, ଲବଙ୍ଗ, ଗୁଜୁରାତି, ଜାଇତ୍ରି, ଗୋଟା ଅଳେଇ, କଟା ପିଆଜ, ଛେଚା ରସୁଣ, ଲୁଣ, ହଳଦୀ, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ଟମାଟୋ ପ୍ୟୁରି, ଧନିଆପତ୍ର, ଅଦା-ରସୁଣ ପେଷ୍ଟ ଓ ଗରମ ମସଲା ଗୁଣ୍ଡ।

ଅଧିକ ପଢ଼ନ୍ତୁ: କେବେ ଖାଇନଥିବେ ମଟନ୍‌ର ଏହି ସ୍ୱାଦିଷ୍ଟ ରେସିପି

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବଜାରରୁ ବୋନ୍‌ଲେସ୍‌ ମଟନ୍‌ ଆଣନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ।
  • ଏହାପରେ କରେଇ ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ ତେଜପତ୍ର, ଗୋଟା ଡାଲଚିନି, ଲବଙ୍ଗ, ଗୁଜୁରାତି, ଜାଇତ୍ରି ଓ ଗୋଟା ଅଳେଇ ପକାନ୍ତୁ।
  • ଏହାପରେ ସେଥିରେ କିଛି ଛେଚା ରସୁଣ ପକାଇ ଗୋଳାଇ ଦିଅନ୍ତୁ।
  • ଏହାପରେ ସେଥିରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜ ଲାଲ୍ ହୋଇଗଲା ପରେ ସେଥିରେ ବୋନ୍‌ଲେସ୍‌ ମଟନ, ଲୁଣ ଓ ହଳଦୀ ପକାଇ କିଛି ସମୟ ପାଇଁ କଷନ୍ତୁ।
  • ମାଂସ ଅଳ୍ପ କଷି ହେବା ପରେ ସେଥିରେ ଅଦାରସୁଣ ପେଷ୍ଟ ପକାନ୍ତୁ।
  • ଏହାପରେ ଲଙ୍କା ପାଉଡର, ଧନିଆ ପାଉଡର ଓ ଜିରା ପାଉଡର ଓ ଟମାଟୋ ପ୍ୟୁରି ପକାଇ ମାଂସକୁ ଭଲ ଭାବରେ କଷନ୍ତୁ।
Advertisment

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ‘ମଟନ୍‌ ସିକ୍‌ କବାବ୍’

  • କଷିବା ପରେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣି ଢାଙ୍କି ଦିଅନ୍ତୁ। ଅଧଘଣ୍ଟା ପରେ ଢ଼ାଙ୍କୁଣିକୁ କାଢ଼ି ଦିଅନ୍ତୁ।
  • ଏହାପରେ ସେଥିରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ରେଷ୍ଟୁରାଣ୍ଟ ଭଳି ସୁଆଦିଆ ମଟନ ବୋଟି। ଏହି ରେସିପିଟି ଆପଣ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Advertisment
Odia Food And Recipes Mutton Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ