Advertisment

ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ଚିକେନ କବାବ’

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ରବିବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ କବାବ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

author-image
Pallipuspa Samal
chicken kebab

chicken kebab

ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ସାଧାରଣତଃ ମାର୍କେଟରେ ମିଳୁଥିବା ଫାଷ୍ଟଫୁଡ୍‌ ବା ବିଭିନ୍ନ ଜଙ୍କ୍‌ ଫୁଡ୍ ଖାଇବା ପାଇଁ ଲୋକମାନେ ବେଶୀ ପସନ୍ଦ କରିଥାନ୍ତି । କିନ୍ତୁ ବାହାରେ ଫାଷ୍ଟଫୁଡ୍‌ ଖାଇବା ଦ୍ୱାରା ଦେହ ଖରାପ ହୋଇଥାଏ । ସେଥିପାଇଁ ଆଜି ଆମେ ଚିକେନର ଏକ ରେସିପି ବନେଇବୁ ଯାହା ଆପଣ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ଦେବ । ଆଜି ଆମେ ବନାଇବା ରେଷ୍ଟୁରାଣ୍ଟ ଷ୍ଟାଇଲରେ 'ଚିକେନ କବାବ' ।

Advertisment

‘ଚିକେନ କବାବ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ବୋନଲେସ୍ ଚିକେନ,ବ୍ରେଡ୍, କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର , ଧନିଆ ପତ୍ର, ବଟର, କଟା ପିଆଜ, ଲୁଣ, ଅଦା, ରସୁଣ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ, ଚିଜ୍‌, କଞ୍ଚା ଅଣ୍ଡା, ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବୋନଲେସ୍ ଚିକେନକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ବ୍ରେଡ୍,କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର ଓ ଧନିଆ ପତ୍ରକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ଗ୍ରାଇଣ୍ଡିଂ କରି ରଖିଥିବା ଚିକେନରେ ବଟର, କଟା ପିଆଜ, ଅଦା,ରସୁଣ ପକାନ୍ତୁ
  • ଏହାପରେ ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ ପାଉଡର,ଲଙ୍କା ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
  • ଏହାପରେ ମସଲା ମାଂସରେ ମଝିରେ ଚିଜ୍‌ ଦେଇ କବାବ ସେପରେ ଗଢ଼ନ୍ତୁ।
  • ଏହାପରେ ଏକ କଞ୍ଚା ଅଣ୍ଡାକୁ ଭଲ ଭାବରେ ଗୋଳାଇ ଏକ ପାତ୍ରରେ ରଖନ୍ତୁ।
  • ଗଢ଼ି ରଖିଥିବା କବାବ୍‌କୁ ଅଣ୍ଡାରେ ଗୋଳାଇ ପୂର୍ବରୁ ଗ୍ରାଇଣ୍ଡିଂ କରି ରଖିଥିବା ବ୍ରେଡ୍‌ ଗୁଣ୍ଡରେ ମିଶାଇ ଛାଣନ୍ତୁ।
  • ଛାଣିବାବେଳେ ଗ୍ୟାସ ଆଞ୍ଚକୁ ମିଡିୟମ ରଖନ୍ତୁ।
  • ଚିକେନ କବାବଟି ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ମାର୍କେଟ ଭଳି ‘ଚିକେନ କବାବ’। ଘରକୁ କୁଣିଆ ଆସିଲେ ଆପଣ ଏହି ରେସିପିଟିକୁ ଘରେ ବନେଇ ପରଷି ପାରିବେ ।

Odia Food And Recipes
Advertisment
Advertisment