Advertisment

IAS Officer Without Qualifying UPSC: ବିନା UPSC ପରୀକ୍ଷାରେ ବି ହୋଇପାରିବେ IAS ଅଫିସର୍‌, ଜାଣନ୍ତୁ କିପରି...

UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହେବା ବ୍ୟତୀତ ଜଣେ ପରୀକ୍ଷାର୍ଥୀ ଅନ୍ୟ ଦୁଇଟି ଉପାୟରେ IAS ଅଧିକାରୀ ମଧ୍ୟ ହୋଇପାରିବେ ।

ଅଦ୍ୟତନ ହୋଇଛି
ବିନା UPSCରେ ବି ହୋଇପାରିବେ IAS ଅଫିସର୍

ବିନା UPSCରେ ବି ହୋଇପାରିବେ IAS ଅଫିସର୍

Advertisment

UPSC ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ । ପ୍ରତିବର୍ଷ ୫ ରୁ ୭ ଲକ୍ଷ ପରୀକ୍ଷାର୍ଥୀ ସିଭିଲ ସର୍ଭିସ ପରୀକ୍ଷା ଦେଇଥାନ୍ତି । ଯେଉଁମାନଙ୍କ ମଧ୍ୟରୁ କେବଳ ୧ ହଜାର ପରୀକ୍ଷାର୍ଥୀ ଚୟନ ହୋଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି UPSC ପରୀକ୍ଷାରେ ପାସ୍ ନକରି ବି ଆପଣ ଜଣେ IAS ଅଧିକାରୀ ହୋଇପାରିବେ । ତେବେ ଆସନ୍ତୁ ଜାଣିବା କିପରି ବିନା UPSC ପରୀକ୍ଷାରେ କିପରି IAS ଅଧିକାରୀ ହୋଇପାରିବେ ।

Advertisment

ବାସ୍ତବରେ, UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହେବା ବ୍ୟତୀତ ଜଣେ ପରୀକ୍ଷାର୍ଥୀ ଅନ୍ୟ ଦୁଇଟି ଉପାୟରେ IAS ଅଧିକାରୀ ମଧ୍ୟ ହୋଇପାରିବେ । ପ୍ରଥମ ଉପାୟ ହେଉଛି ରାଜ୍ୟ ସିଭିଲ ସର୍ଭିସେସ୍ ପରୀକ୍ଷା ପାସ୍‌ ହେବା ଜରୁରୀ (‍Qualifying State Civil Services Examination) ଏବଂ ଦ୍ୱିତୀୟ ଉପାୟ ହେଉଛି ସିଭିଲ୍ ସର୍ଭିସେସ୍ ଲାଟେରାଲ୍ ଏଣ୍ଟ୍ରି (Civil Services Lateral Entry) ମାଧ୍ୟମରେ ଆପଣ IAS ଅଧିକାରୀ ହୋଇପାରିବେ ।

ଅଧିକ ପଢ଼ନ୍ତୁ: ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ପୂରଣ ହେବ ମ୍ୟାନେଜର୍ ପଦବୀ

IAS ହେବାକୁ ହେଲେ ପ୍ରଥମେ ରାଜ୍ୟ PCS ପରୀକ୍ଷା ପାସ୍‌ କରିବାକୁ ପଡ଼ିବ । ରାଜ୍ୟ ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ପାସ୍ କରିବା ପରେ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ (SDM) ହେବାକୁ ପଡିବ । ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ ୧୯୫୫ ଅନୁଯାୟୀ, SDM ୮ ବର୍ଷ ଚାକିରି କରିବା ପରେ IAS ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଥାନ୍ତି ।

Advertisment

ଜଣେ PCS ଅଧିକାରୀଙ୍କୁ IASକୁ ପଦୋନ୍ନତି ଦେବା ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ, ସରକାରଙ୍କ ଦ୍ୱାରା ନିଯୁକ୍ତ ଦୁଇଜଣ ଅଧିକାରୀ, ଯେଉଁମାନେ ଯୁଗ୍ମ ସଚିବଙ୍କଠାରୁ ବଡ଼ ପାହ୍ୟା କିମ୍ବା ସେହି ପାହ୍ୟାର ଅଧିକାରୀ ହୋଇଥିବେ । IAS ପଦୋନ୍ନତି ପାଇଁ ଯେଉଁ PCS ଅଧିକାରୀଙ୍କ ନାଁ କେନ୍ଦ୍ର ସରକାରଙ୍କୁ ପଠାଯାଏ, ଏହି କମିଟି ସେହି ଅଧିକାରୀମାନଙ୍କର ବାର୍ଷିକ ଗୋପନୀୟ ରିପୋର୍ଟ ଯାଞ୍ଚ କରିଥାନ୍ତି । ଯଦି ଜଣେ ଅଧିକାରୀଙ୍କ ବିରୋଧରେ ତଦନ୍ତ ଚାଲିଛି, ତେବେ ତାଙ୍କ ନାମ ତାଲିକାରୁ ହଟାଯାଏ । ଏହାପରେ କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥାନ୍ତି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ +2 ପ୍ରାର୍ଥୀ

IAS ହେବାର ଆଉ ଏକ ରାସ୍ତା ହେଉଛି ଲାଟେରାଲ୍ ଏଣ୍ଟ୍ରି ସ୍କିମ୍ । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଏବଂ ୪୦ ବର୍ଷରୁ ଅଧିକ ବୟସର ଯେ କୌଣସି ଅଧିକାରୀ ଏଥିପାଇଁ ଯୋଗ୍ୟ ଅଟନ୍ତି । ସେମାନଙ୍କର ଅତିକମରେ ପନ୍ଦର ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଆବଶ୍ୟକ । ଆବେଦନ କରିବା ପରେ ପ୍ରାର୍ଥୀଙ୍କୁ ଏକ ସାକ୍ଷାତକାର ପାଇଁ ହାଜର ହେବାକୁ ପଡ଼ିବ, ଯାହା ଭାରତ ସରକାରଙ୍କ କ୍ୟାବିନେଟ ସଚିବଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ସାକ୍ଷାତକାର ପାସ୍ କରିବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ IAS ପଦବୀ ଦିଆଯାଏ । ତେବେ ଏହି ନିଯୁକ୍ତି ୩ ବର୍ଷର ଚୁକ୍ତି ଭିତ୍ତିକ ହୋଇଥାଏ ।

Advertisment
UPSC IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ