Advertisment

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଖାଲିପଡିଛି ୧୯୮ ପଦବୀ, ତୁରନ୍ତ ଆବେଦନ କରନ୍ତୁ

ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ୍ ଅଫ୍ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । Bank Of Baroda ରେ ଖାଲିପଡିଛି ୧୯୮ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
bank job

bank job

ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ବ୍ୟାଙ୍କ ଅଫ ବରୋଦାରେ ରିଲେସନସିପ ମ୍ୟାନେଜର ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। BOB(Bank Of Baroda ) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୧୯୮ ପଦବୀରେରେ ଆବେଦନ କରିପାରିବେ । ଅଧିକ ଜାଣିବା ପାଇଁ ବ୍ୟାଙ୍କର ଅଧିକାରକ ୱେବସାଇଟ bankofbaroda.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ୧ ଫେବୃଆରୀ, ୨୦୨୨ ପର୍ଯ୍ୟନ୍ତ ରହିଛି।

Advertisment

ବ୍ୟାଙ୍କ ଅଫ ବରୋଦାରେ ମୋଟ ୧୯୮ଟି ପଦବୀ ରେ ଆବେଦନ କରିପାରିବେ । ଏରିଆ ରିସିଭିଲ୍‌ ମ୍ୟାନେଜର ପଦବୀ ପାଇଁ ୫୦ଟି ପଦବୀ,ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ପାଇଁ ୫୦ଟି,ଆଞ୍ଚଳିକ ରିସିଭିଲ୍‌ ମ୍ୟାନେଜର ପାଇଁ ୪୮ଟି,ହେଡ ଷ୍ଟ୍ରାଟେଜି ପଦବୀ ପାଇଁ ୧ଟି,ନ୍ୟାସନାଲ ମ୍ୟାନେଜର ଟେଲିକଲିଂ ପଦବୀ ପାଇଁ ୧ଟି,ହେଡ୍‌ ପ୍ରୋଜେକ୍ଟ ଆଣ୍ଡ ପ୍ରୋସେସ ପଦବୀ ପାଇଁ ୧ଟି,ନ୍ୟାସନାଲ ରିସିଭିଲ୍‌ ମ୍ୟାନେଜର ପଦବୀ ପାଇଁ ୩ଟି,ଜୋନାଲ ରିସିଭିଲ୍‌ ମ୍ୟାନେଜର ପଦବୀ ପାଇଁ ୨୧ଟି ଷ୍ଟ୍ରାଟେଜି ମ୍ୟାନେଜର ପଦବୀ ପାଇଁ ୩ଟି,ଷ୍ଟ୍ରାଟେଜି ମ୍ୟାନେଜର(ଡେପୁଟି ଭାଇସ ପ୍ରେସିଡେଣ୍ଟ) ପଦବୀ ପାଇଁ ୩ଟି,ଭେଣ୍ଡର ମ୍ୟାନେଜର ପଦବୀ ପାଇଁ ୩ଟି । MIS ମ୍ୟାନେଜର ପଦବୀ ପାଇଁ ୪ଟି,ଗ୍ରୀଭାନ୍ସ ମ୍ୟାନେଜର ପଦବୀ ପାଇଁ ୧ଟି,ପ୍ରୋସେସ ମ୍ୟାନେଜର ପଦବୀ ପାଇଁ ୪ଟି ଓ ପ୍ରଡକ୍ଟ ମ୍ୟାନେଜର (ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ) ପଦବୀ ପାଇଁ ୩ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ । ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି।

Advertisment

ପଦବୀ ପାଇଁ ଆବେଦନ ଶୁଳ୍କ:

ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ଅନୁସୂଚିତ ଜାତି, ଅନୁସୂଚିତ ଜାତି, ମହିଳା, PWD ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।

Bank Job
Advertisment
Advertisment