ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବ୍ୟାଙ୍କର ଅଧିକାରକ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୨୪ ମାର୍ଚ୍ଚ, ୨୦୨୨ ପର୍ଯ୍ୟନ୍ତ ରହିଛି।
Also Read
ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ ବରୋଦାରେ ମୋଟ୍ ୧୦୫ ପଦବୀ ପାଇଁ ଆବେଦନ କରିପାରିବେ । କ୍ରେଡିଟ ଅଧିକାରୀ (MSME) MMG/S III ପାଇଁ ୨୫ଟି, ମ୍ୟାନେଜର/ଡିଜିଟାଲ ଫ୍ରଡ(ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ) ପାଇଁ ୧୫ଟି,କ୍ରେଡିଟ୍ ଅଫିସର ପାଇଁ ୧୫ଟି, ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜର ପାଇଁ ୧୫ଟି,ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜରMMG/S II : ୧୫ଟି ,କ୍ରେଡିଟ୍/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ ପାଇଁ ୧୨ଟି, କ୍ରଡିଟ୍/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ SMG/SIVପାଇଁ ୮ଟି ପଦବୀ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:
ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି।
ପଦବୀ ପାଇଁ ଆବେଦନ ଶୁଳ୍କ:
ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ଅନୁସୂଚିତ ଜାତି, ଅନୁସୂଚିତ ଜାତି, ମହିଳା, PWD ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।