Advertisment

ଇଣ୍ଡିଆନ୍‌ ନେଭୀରେ ଖାଲି ପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ୍‌ ନେଭୀରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଇଣ୍ଡିଆନ୍‌ ନେଭି ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍‌ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
indian navy recruitment 2022

indian navy recruitment 2022

ଇଣ୍ଡିଆନ୍‌ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ୧୫୩୧ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ କରିବା ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ନେଭୀର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ମାର୍ଚ୍ଚ ୨୦ ଶେଷ ତାରିଖ ରହିଛି ।

Advertisment

ମୋଟ୍ ପଦବୀ:

ଇଣ୍ଡିଆନ୍‌ ନେଭୀରେ ଟ୍ରେଡ୍ସମ୍ୟାନ୍‌ ସ୍କିଲଡରେ ମୋଟ ୧୫୩୧ ପଦବୀ ପାଇଁ ଆବେଦନ କରିପାରିବେ। ଯେଉଁଥିରେ ୬୯୭ ପଦବୀ ସାଧାରଣ ବର୍ଗ, ଓବିସିଙ୍କ ପାଇଁ ୩୮୫ ପଦବୀ, ଅନୁସୂଚିତ ଜାତିଙ୍କ ପାଇଁ ୨୧୫ ପଦବୀ, ଆର୍ଥିକ ରୂପରେ ଦୁର୍ବଳ ବର୍ଗଙ୍କ ପାଇଁ ୧୪୧ ପଦବୀ ଏବଂ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇର୍ ୯୩ ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥିଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଆବଶ୍ୟକ। ଏହାସହିତ ଆଇଟିଆଇର ସାର୍ଟିଫିକେଟ୍‌ ରହିଥିବା ମଧ୍ୟ ଜରୁରୀ ଅଟେ । ପଦବୀରେ ଆବେଦନ ପାଇଁ ୨୦ ମାର୍ଚ୍ଚ ୨୦୨୧ ସୁଦ୍ଧା ଆବେଦନକାରୀଙ୍କ ନ୍ୟୁନତମ ବୟସ ୧୮ ବର୍ଷରୁ କମ୍‌ ଏବଂ ୨୫ ବର୍ଷରୁ ଅଧିକ ନହୋଇଥିବା ଆବଶ୍ୟକ।

Advertisment

ଚୟନ ପ୍ରକ୍ରିୟା ଏବଂ ଦରମା:

ଯୋଗ୍ୟ ପ୍ରାର୍ଥୀଙ୍କୁ ୧୯,୯୦୦ ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ। ଆବେଦନକାରୀଙ୍କ ମଧ୍ୟରୁ ସ୍କ୍ରୀନିଙ୍ଗ କରି ଚୟନ କରାଯିବ। ଏହି ଇଚ୍ଛୁକ ପ୍ରାର୍ଥୀଙ୍କର ଲିଖିତ ପରୀକ୍ଷା କରାଇ ମେରିଟ ଆଧାରରେ ଚୟନ କରାଯିବ।

କିପରି କରିବେ ଆବେଦନ:

  • ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସର୍ବପ୍ରଥମେ ଇଣ୍ଡିଆନ ନେଭୀର ଅଫିସିଆଲ ୱେବସାଇଟ joinindiannavy.gov.inକୁ ଯଆନ୍ତୁ ।
  • ଏହାପରେ ୱେବସାଇଟରେ ନିଜର ରେଜିଷ୍ଟ୍ରେସନ କରନ୍ତୁ ଏବଂ ଆବେଦନ ଫର୍ମ ଭରନ୍ତୁ।
  • ଏହାପରେ ଫର୍ମର ଏକ କପି ଡାଉନଲୋଡ କରି ନିଜ ପାଖରେ ମଧ୍ୟ ରଖିପାରିବେ।
  • ଅନଲାଇନନ୍‌ ଆବେଦନ କରିବାର ଶେଷ ତାରିଖ ୨୦ ମାର୍ଚ୍ଚ ୨୦୨୨ ରହିଛି।
Indian Navy Recruitment
Advertisment
Advertisment