Advertisment

CAPFରେ ବାହାରିଲା ଚାକିରି; ଜାଣନ୍ତୁ ଆବେଦନର ଶେଷ ତାରିଖ

ଏହି ସମସ୍ତ ପଦବୀ ପାଇଁ ମହିଳା ଓ ଏସ୍‌ସି/ଏସ୍‌ଟି ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଫି’ ରଖାଯାଇନାହିଁ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
UPSC CAPF Recruitment

UPSC CAPF Recruitment

Union Public Service Commission ବା (UPSC) ୨୦୨୩ରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ପରୀକ୍ଷା ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀମାନେ UPSCର ଅଫିସିଆଲ୍ ୱେବସାଇଟ୍ upsconline.nic.in ମାଧ୍ୟମରେ ଆବେଦନ କରିପାରିବେ ।

Advertisment

ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ମେ’ ୧୬ ତାରିଖ ଆବେଦନ କରିବାର ଶେଷ ତାରିଖ ରହିଛି । UPSC ପକ୍ଷରୁ CAPF ନିଯୁକ୍ତି ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇଛି । ମୋଟ ୩୨୨ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ବିଭିନ୍ନ ପଦବୀ ପାଇଁ ବିବରଣୀ ଦିଆଯାଇଛି । ଆସନ୍ତୁ ଜାଣିବା...

BSF: ୮୬ଟି ପଦବୀ

CRPF: ୫୫ଟି ପଦବୀ

CISF: ୯୧ଟି ପଦବୀ

ITBP: ୬୦ଟି ପଦବୀ

SSB: ୩୦ଟି ପଦବୀ

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନା ପାଇଁ ବାହାରିଲା ଚାକିରି, ବେସିକ୍‌ ପେ’ ୫୬,୬୦୦ରୁ ଆରମ୍ଭ

Advertisment

ଏହି ସବୁ ପଦବୀ ପାଇଁ କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଏହି ସମସ୍ତ ପଦବୀ ପାଇଁ ଆପଣ ଆବେଦନ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କ ନିକଟରେ ବିଶ୍ୱବିଦ୍ୟାଳୟର ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ। ତାହା ସହ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଆବେଦନ କରିବାକୁ ଇଚ୍ଛୁକଥିବା ପ୍ରାର୍ଥୀଙ୍କ ବୟସ  ସର୍ବନିମ୍ନ ୨୦ ବର୍ଷ ହୋଇଥିବା ଆବଶ୍ୟକ । ଅଗଷ୍ଟ ୧, ୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କୁ ୨୫ ବର୍ଷ ବୟସ ହୋଇନଥିବା ଆବଶ୍ୟକ ବୋଲି କୁହାଯାଇଛି ।

କେତେ ରହିଛି ଅବେଦନ ଶୁକ୍ଳ:

ଏହି ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ୨୦୦ ଟଙ୍କା ଦେବାକୁ ପଡ଼ିବ । ହେଲେ ମହିଳା ଓ ଏସ୍‌ସି/ଏସ୍‌ଟି ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଫି’ ରଖାଯାଇନାହିଁ ।

କିପରି କରିବେ ଆବେଦନ:

ଆପଣଙ୍କୁ ଆବେଦନ କରିବାକୁ ହେଲେ www.upsc.gov.inର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ପଡ଼ିବ । ପ୍ରଥମ ପେଜ୍‌ରେ ଦିଆଯାଇଥିବା ଆବେଦନ ଫର୍ମ ଉପରେ କ୍ଲିକ୍ କରି ତଥ୍ୟ ଦେବାକୁ ହେବ । ଅବେଦନ କରିବା ସମୟରେ ପରିଚୟ ପତ୍ର ସହ ଡକ୍ୟୁମେଣ୍ଟ ଦେବାକୁପଡ଼ିବ । ପରେ ଆପଣ ଫି’ ମଧ୍ୟ ଭରିବେ । ଏ ସମ୍ପର୍କରେ ଅଧିକ ଜାଣିବାକୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିପାରିବେ ।

UPSC Jobs
Advertisment
Advertisment