/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682758173.jpg)
Tremendous opportunity job in NCERT
ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସ୍ନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (NCERT) ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ, ସେମାନେ NCERTର ଅଫିସିଆଲ୍ ୱେବସାଇଟ୍ ncert.nic.in କୁ ଯାଇ ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିପାରିବେ।
Advertisment
NCERT ରେ ନିଯୁକ୍ତି ଲେବଲ ୨ରୁ ୧୨ ପର୍ଯ୍ୟନ୍ତ ବିଭିନ୍ନ ଲେବଲ୍ରେ ମୋଟ ୩୪୭ଟି ପଦବୀ ପୂରଣ ହେବ। ଏହି ପଦବୀଗୁଡ଼ିକରେ ଚାକିରି କାରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ଆଜିଠାରୁ(ଏପ୍ରିଲ୍ ୨୯) ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆପଣ ଯଦି ଏନେଇ ଆବେଦନ କରିବାକୁ ଚାହାନ୍ତି ତେବେ ପ୍ରଥମେ ଏ ସମ୍ବନ୍ଧୀୟ ତଥ୍ୟ ଉପରେ ଭଲଭାବେ ନଜର ପକେଇ ନିଅନ୍ତୁ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ - ୨୯ ଏପ୍ରିଲ୍
- ଅନ୍ଲାଇନ୍ ଆବେଦନ ଶେଷ - ମେ ୧୯
ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନା ପାଇଁ ବାହାରିଲା ଚାକିରି, ବେସିକ୍ ପେ’ ୫୬,୬୦୦ରୁ ଆରମ୍ଭ
Advertisment
ଯୋଗ୍ୟତା:
- ବିଭିନ୍ନ ସ୍ତର ଅନୁସାରେ ଯୋଗ୍ୟତା ରହିଛି
- ୧୦ମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ
- ଅଧିକ ଜାଣିବା ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ
ବୟସ:
- ସର୍ବନିମ୍ନ ବୟସ – ୨୭
- ସର୍ବାଧିକ ବୟସ – ୫୦
ଚାକିରି ସ୍ଥାନ:
- ଭୁବନେଶ୍ୱର
- ଭୋପାଳ
- ମୟିଶୂର
- ଶିଲଂ
- ଆଜମେର୍
- ଅହମଦାବାଦ
- ବେଙ୍ଗାଲୁର୍
- ଗୁଆହାଟୀ
- କୋଲକାତା
ଚୟନ ପ୍ରକ୍ରିୟା:
- ପ୍ରତିଯୋଗୀତା ପରୀକ୍ଷା
- ଦକ୍ଷତା ପରୀକ୍ଷା
- ସାକ୍ଷାତକାର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)