Advertisment

ଇଣ୍ଡିଆନ୍ ଓଏଲରେ ଖାଲି ପଡ଼ିଛି ୪୬୯ଟି ପଦବୀ,ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସର୍ବଶେଷ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟରେ ବମ୍ପର ପଦବୀରେ ନିଯୁକ୍ତି ଦେବା ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି । ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।

author-image
Pallipuspa Samal
ଅଦ୍ୟତନ ହୋଇଛି
Indian Oil Recruitment 2021

Indian Oil Recruitment 2021

Indian Oil Recruitment 2021: ନୂଆଦିଲ୍ଲୀ: ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ଓଏଲ୍ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସର୍ବଶେଷ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟରେ ବମ୍ପର ପଦବୀରେ ନିଯୁକ୍ତି ଦେବା ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି । ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯୋଗ୍ୟ ବା ଇଛୁକ ପ୍ରାର୍ଥୀମାନେ,  ଇଣ୍ଡିଆନ ଅଏଲ ଲିମିଟେଡର ଅଧିକାରିକ ୱେବସାଇଟରେ ଜାରି କରାଯାଇଥିବା ଅଧିକ ସୂଚନାକୁ ଭଲଭାବେ ପଢି ନିଅନ୍ତୁ ।

Advertisment

ଖାଲି ପଦବୀ ପାଇଁ କିପରି କରିବେ ଆବେଦନ:

  • ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
  • ଏହା ପରେ ହୋମ ପେଜ୍ ‘ହ୍ୱାଟସ ନ୍ୟୁ’ ସେକ୍ସନକୁ ଯାଇ ଅପରେଣ୍ଟିସ ପଦବୀରେ କ୍ଲିକ କରନ୍ତୁ।
  • ଏହାପରେ ପାଇପଲାଇନ ଡିଭିଜନକୁ ଯାଇ ଅପରେଣ୍ଟିସ ଲିଙ୍କରେ କ୍ଲିକ କରନ୍ତୁ ।
  • ଏହାପରେ ସେଠାରେ ଦିଆଯାଇଥିବା ଲିଙ୍କ୍ ବିଜ୍ଞାପନ ଉପରେ ଡାଉନଲୋଡ କରନ୍ତୁ ।
  • ଏହାକୁ କ୍ଲିକ କରିବା ପରେ ଆପ୍ଲିକେସନ ପେଜକୁ ଯାଆନ୍ତୁ ।
  • ରେଜିଷ୍ଟ୍ରେସନ ନମ୍ବର ଏବଂ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରି ଆପ୍ଲିକେସନ ସବମିଟ୍ କରନ୍ତୁ ।
Advertisment

ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଟ୍ରେଡ ଅପରେଣ୍ଟିସ ପାଇଁ ଫୁଲଟାଇମ ଗ୍ରାଜୁଏସନର ଡିଗ୍ରୀ ରହିଥିବା ଜରୁରୀ । ସେହିପରି ଟେକ୍ନସିଆନ ଅପରେଣ୍ଟିସ ପଦବୀ ପାଇଁ ବୋର୍ଡରୁ +୨ ପାସ୍ ସହିତ ସମ୍ବନ୍ଧିତ ଟ୍ରେଡରେ ଫୁଲ୍ ଟାଇମ୍ ଡିପ୍ଲୋମା କରିଥିବା ଜରୁରୀ । ସେହିପରି ତେବେ ଏହି ପଦବୀ ପାଇଁ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ରହିଛି । ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ବୟସ ସୀମା ୧୮ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି ।

New Delhi Indian Oil Recruitment 2021
Advertisment
Advertisment