Advertisment

BELରେ ଖାଲିପଡିଛି ୨୪୭ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ବି-ଟେକ୍ କରିଛନ୍ତି କି ? ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL) ପକ୍ଷରୁ ଖାଲି ପଡିଛି ୨୪୭ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ । bel indiaର ଅଫିସିଆଲ ୱେବସାଇଟକୁ ଯାଇ ଅନ୍ ଲାଇନ୍ ଆବେଦନ କରିପାରିବେ ।

author-image
Pallipuspa Samal
BEL recruitment

BEL recruitment

ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL) ପକ୍ଷରୁ ପ୍ରୋଜେକ୍ଟ ଇଂଜିନିୟର, ଟ୍ରେନି ଇଂଜିନିୟର, ଟ୍ରେନି ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ । ତେବେ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।

Advertisment

ଆବେଦନ ଶୁଳ୍କ ଓ ଜରୁରୀ ତାରିଖ:

ଅଲଗା ଅଲଗା ପଦବୀ ପାଇଁ ଆବେଦନ ଶୁଳ୍କ ଅଲଗା ଅଲଗା ରହିଛି। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL)ର ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ତାରିଖ ୨୭ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୪ ଫେବୃଆରୀ ୨୦୨୨ ରହିଛି। ଆବେଦନ କରିବା ପୂର୍ବରୁ ନୋଟିଫିକେସନ ଚେକ୍‌ କରିଦିଅନ୍ତୁ।

ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL) ରେ ମୋଟ୍ ୨୭୪ଟି ପଦବୀ ରହିଥିବା ବେଳେ ପ୍ରୋଜେକ୍ଟ ଇଂଜିନିୟର ପାଇଁ ୬୭ଟି ପଦବୀ, ଟ୍ରେନି ଇଂଜିନିୟର ପାଇଁ୧୬୯ଟି ପଦବୀ,ଟ୍ରେନି ଫାଇନାନ୍ସ ଅଫିସର ପାଇଁ ୧୧ଟି ପଦବୀରେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।

Advertisment

ପଦବୀ ପାଇଁ ଚୟନ ପ୍ରକ୍ରିୟା:

ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଏବଂ ଅଭିଜ୍ଞତା ଆଧାରରେ କରାଯିବ। ତା’ ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏହା ପରେ ନିଯୁକ୍ତି ମିଳିବ।

ପଦବୀ ପାଇଁ କିପରି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ ୱେବସାଇଟ ପେଜକୁ ଯାଆନ୍ତୁ।
  • ଏହା ପରେ ଆପ୍ଲାଏ ଲିଙ୍କ ବା ଆବେଦନ ଉପରେ କ୍ଲିକ କରନ୍ତୁ ।
  • ବ୍ୟକ୍ତିଗତ ବିବରଣୀ ବା ନିଜର ବାୟୋଡାଟା ଭରିବା ପରେ ଫର୍ମ ସବମିଟ୍‌ କରନ୍ତୁ।
  • ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ କରନ୍ତୁ ବା ଭରନ୍ତୁ ।
BEL Recruitment 2022
Advertisment
Advertisment