Advertisment

NHMରେ ଖାଲିପଡିଛି ୧୯ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ହେଲଥ ମିଶନ(NHM) ଅଧିନରେ ଖାଲିପଡିଛି ୧୯ଟି ପଦବୀ । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

author-image
Pallipuspa Samal
ଅଦ୍ୟତନ ହୋଇଛି
NHM Recruitment

NHM Recruitment

 ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ହେଲଥ ମିଶନ(NHM) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ମୋଟ୍ ୧୯ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ନ୍ୟାସନାଲ ହେଲଥ ମିଶନ ପକ୍ଷରୁ ମାଲକାନଗିରି ଆୟୁଷ MO, ଶିଶୁ ରୋଗ ବିଶେଷଜ୍ଞ, ମେଡିକାଲ ଅଫିସର ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ତେବେ ଏହି ପଦବୀରେ ଆବେଦନ କରିବାକୁ ଥିବା ଯୋଗ୍ୟ ଏବ୍ୟ ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

Advertisment

ଯୋଗ୍ୟ ଓ ଆଶାୟୀ ଆବେଦନକାରୀ The Chief Medical Officer and Public Health Officer, Malkangiri ଠିକଣାରେ ନିଜର ଆବେଦନ ପତ୍ର ପଠାଇପାରିବେ । ଆବେଦନ କରିବାର ଶେଷ ତାରିଖ ୨୨ ନଭେମ୍ବର ୨୦୨୧ ଧାର୍ଯ୍ୟ କରାଯାଇଛି । ତିନୋଟି ପଦବୀରେ ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ପଦବୀ ଗୁଡ଼ିକ ହେଲା ଆୟୁଷ MO,ଶିଶୁ ରୋଗ ବିଶେଷଜ୍ଞ ଏବଂ କନସଲଟାଣ୍ଟ ଓ ମେଡିକାଲ ଅଫିସର ପାଇଁ ପଦବୀ ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଆୟୁଷ MO ରେ ଆବେଦନ କରିବା ପାଇଁ ଆୟୁର୍ବେଦିକ ମେଡିସିନରେ ବ୍ୟାଚଲର ଡିଗ୍ରୀ, କିମ୍ବା ହୋମିଓପାଥିକ ଏବଂ ସର୍ଜରୀରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ଶିଶୁ ରୋଗ ବିଶେଷଜ୍ଞ ପାଇଁ ଏମବିବିଏସ ପାସ୍‌ କରିଥିବା ଜରୁରୀ ଅଟେ। ସେହିପରି ମେଡିକାଲ ଅଫିସର ପଦବୀ ପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ଏମବିବିଏସ ଡିଗ୍ରୀ ପାସ୍‌ କରିଥିବା ଜରୁରୀ ଅଟେ। ଆୟୁଷ ପଦବୀ ପାଇଁ ୩୫ ବର୍ଷ ଏବଂ ଅନ୍ୟ ପଦବୀ ପାଇଁ ୬୫ ବର୍ଷ ରଖାଯାଇଛି । ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ ରିହାତି ଏବଂ ଦିବ୍ୟାଙ୍ଗ, ପୂର୍ବତନ ଖେଳାଳିଙ୍କ ପାଇଁ ୧୦ ବର୍ଷ ରିହାତି ରହିଛି ।

Advertisment
NHM Recruitment
Advertisment
Advertisment