Advertisment

SSC Recruitment: ପୋଲିସ୍ ବିଭାଗରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି, SSC ମାଧ୍ୟମରେ ପୂରଣ ହେବ ୪୧୮୭ ପଦବୀ

ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପୋଲିସ୍ ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କ ମଧ୍ୟରୁ ଜଣେ, ତେବେ ସୁଯୋଗ ଆପଣଙ୍କ ପାଖରେ। ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଷ୍ଟାଫ୍ ସିଲେକସନ କମିଶନ (SSC) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
SSC Recruitment 2024

Ssc delhi police capf si 2024 notice out registration begins for 4187 posts

ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପୋଲିସ୍ ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କ ମଧ୍ୟରୁ ଜଣେ, ତେବେ ସୁଯୋଗ ଆପଣଙ୍କ ପାଖରେ। ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଷ୍ଟାଫ୍ ସିଲେକସନ କମିଶନ (SSC) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେଉଛି ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ଦିଲ୍ଲୀ ପୋଲିସ୍‌ରେ ସବ୍-ଇନ୍ସପେକ୍ଟର ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ପଦବୀ ପୂରଣ ହେବ। ସମୁଦାୟ ୪୧୮୭ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍‌ସାଇଟ୍ ssc.gov.inକୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ SSC Delhi Police, CAPF SI 2024 registration begins, 4187 vacancies notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୪ ମାର୍ଚ୍ଚ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ମାର୍ଚ୍ଚ ୨୦୨୪
  • ପରୀକ୍ଷା – ୦୯, ୧୦, ୧୩ ମେ ୨୦୨୪

ଅଧିକ ପଢ଼ନ୍ତୁ: ଯଦି ଭଲ ଦରମା ସହିତ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ

ଖାଲି ପଦବୀ:

  • ଦିଲ୍ଲୀ ପୋଲିସ୍ SI ପୁରୁଷ - ୧୨୫ଟି ପୋଷ୍ଟ୍‌
  • ଦିଲ୍ଲୀ ପୋଲିସ୍ SI ମହିଳା -୬୧ଟି ପୋଷ୍ଟ୍‌
  • CAPF SI – ୪୦୦୧ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ଯେଉଁମାନେ ସ୍ନାତକ ଡିଗ୍ରୀ ପାଇଁ ପରୀକ୍ଷା ଦେଇଥିବେ ସେମାନେ ମଧ୍ୟ ଆବେଦନ କରିପାରିବେ
  • ଅଧିକ ଜାଣିବା ପାଇଁ ବିଜ୍ଞାପନ ଦେଖନ୍ତୁ

ବୟସ ସୀମା:

  • ମେଡିକାଲ୍ ଅଫିସର ସର୍ବାଧିକ ବୟସ – ୨୦ ବର୍ଷ
  • ଅନ୍ୟାନ୍ୟ ପଦବୀର ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୦୧ ଅଗଷ୍ଟ ୨୦୨୪ ଅନୁସାରେ ହେବ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୫,୪୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୧୨,୪୦୦ ଟଙ୍କା

ଆବେଦନ ଶୁଳ୍କ:

  • SC/ ST/ PwBD/ ExSM/ ମହିଳା – ଦେୟମୁକ୍ତ
  • ଅନ୍ୟ ସମସ୍ତ ପ୍ରାର୍ଥୀ – ୧୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ପରୀକ୍ଷା
  • ମେଡିକାଲ୍ ଯାଞ୍ଚ୍‌
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍‌

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ
  • ଏହା ପରେ ହୋମ୍‌ପେଜ୍‌ରେ Recruitment ରେ କ୍ଲିକ୍ କରନ୍ତୁ
  • ତାପରେ SSC CPO SI Recruitment 2024 ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ, SSC CPO SI Recruitment 2024 ର ଅଫିସିଆଲ୍ ବିଜ୍ଞପ୍ତିକୁ ଭଲଭାବେ ପଢନ୍ତୁ
  • ତା’ପରେ Apply Online ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ଆବେଦନ ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
SSC Govt Jobs SSC Jobs SSC Recruitment SSC Job Notification
Advertisment
Advertisment