Advertisment

RFCL Recruitment 2024: ଯଦି ଭଲ ଦରମା ସହିତ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ

ଆପଣ ଯଦି ଏକ ଭଲ ବେତନ ସହିତ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ RFCL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଇଂଜିନିୟର୍, ସିନିୟର୍ କେମିଷ୍ଟ୍, ମେଡିକାଲ୍ ଅଫିସର ଆଦି ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
RFCL recruitment vacancy for engineer and other posts

RFCL recruitment vacancy for engineer and other posts

ଆପଣ ଯଦି ଏକ ଭଲ ବେତନ ସହିତ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ରାମଗୁଣ୍ଡମ୍ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ୍ (RFCL) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଇଂଜିନିୟର୍, ସିନିୟର୍ କେମିଷ୍ଟ୍, ମେଡିକାଲ୍ ଅଫିସର ଆଦି ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ତେଲେଙ୍ଗାନାର RFCL ପ୍ଲାଣ୍ଟ ଏବଂ ନୋଏଡାର କର୍ପୋରେଟ୍ ଅଫିସରେ ନିଯୁକ୍ତି କରାଯିବ। ଇଞ୍ଜିନିୟର୍, ସିନିୟର କେମିଷ୍ଟ, ଆକାଉଣ୍ଟସ୍ ଅଫିସର ଏବଂ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ RFCL ଆବେଦନ ପତ୍ର ମାଗିଛି।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେଉଛି ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି NFL, EIL ଏବଂ FCIL ର ମିଳିତ ଉଦ୍ୟମରେ ହେଉଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୭ଟି ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RFCL ର ଅଫିସିଆଲ୍ ୱେବ୍‌ସାଇଟ୍ www.rfcl.co.in କୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ RFCL recruitment vacancy for engineer and other posts notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ମାର୍ଚ୍ଚ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • ଇଞ୍ଜିନିୟର କେମିକାଲ୍ – ୧୧ଟି ପୋଷ୍ଟ୍‌
  • ଇଞ୍ଜିନିୟର ମେକାନିକାଲ୍ – ୫ଟି ପୋଷ୍ଟ୍‌
  • ଇଞ୍ଜିନିୟର ଇଲେକ୍ଟ୍ରିକାଲ୍ – ୨ଟି ପୋଷ୍ଟ୍‌
  • ଇଞ୍ଜିନିୟର ଉପକରଣ – ୧ଟି ପୋଷ୍ଟ୍‌
  • ସିନିୟର କେମିଷ୍ଟ୍‌ କେମିକାଲ୍ ଲ୍ୟାବ୍ – ୨ଟି ପୋଷ୍ଟ୍‌
  • ଆକାଉଣ୍ଟ୍ ଅଫିସର୍ – ୫ଟି ପୋଷ୍ଟ୍‌
  • ମେଡିକାଲ୍ ଅଫିସର୍ – ୧ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା BE, B.Tech, B.Sc, M.Sc, MBA ଏବଂ MBBS ଡିଗ୍ରୀ ରହିଛି
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ମେଡିକାଲ୍ ଅଫିସର- ସର୍ବାଧିକ ବୟସ – ୩୫ ବର୍ଷ
  • ଅନ୍ୟାନ୍ୟ ପଦବୀର ସର୍ବାଧିକ ବୟସ – ୩୦ ବର୍ଷ

ଚୟନ ପ୍ରକ୍ରିୟା:

  • ବ୍ୟକ୍ତିଗତ ସାକ୍ଷାତକାର
  • କମ୍ପ୍ୟୁଟର୍ ଟେଷ୍ଟ୍

ଦରମା:

  • ସର୍ବନିମ୍ନ ମାସିକ ଦରମା – ୪୦,୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୪୦,୦୦୦ ଟଙ୍କା

ଆବେଦନ ଶୁଳ୍କ:

  • SC/ ST/ PwBD/ ExSM/ ବିଭାଗୀୟ ପ୍ରାର୍ଥୀ – ଦେୟମୁକ୍ତ
  • ଅନ୍ୟ ସମସ୍ତ ପ୍ରାର୍ଥୀ – ୭୦୦ଟଙ୍କା

କିପରି କରିବେ ଆବେଦନ:

  • RFCL ର ଅଫିସିଆଲ୍ ୱେବ୍‌ସାଇଟ୍ www.rfcl.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • “Recruitment of Experienced Professionals (E-1 Level) - Advertisement No. Rectt/05/2024”ରେ କ୍ଲିକ୍ କରନ୍ତୁ
  • ସ୍କ୍ରିନ୍‌ରେ ଏକ ନୂଆ ପେଜ୍ ଖୋଲିବ
  • Apply Link ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ଭବିଷ୍ୟତର ଆବଶ୍ୟକତା ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ କାଢନ୍ତୁ
Govt Jobs
Advertisment
Advertisment