PGT JOB
ଓଡ଼ିଶାରେ ବାହାରିଲା ଚାକିରି । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୦୬୧ଟି ପିଜିଟି ଚାକିରି ବାହାର କରିଛନ୍ତି ରାଜ୍ୟ ସରକାର । ଏନେଇ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ସାରିଛି । ଆସନ୍ତା ଏପ୍ରିଲ ୧୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍ସାଇଟ୍ ssbodisha.ac.in. କୁ ଯାଇ ଆବେଦନ କରିପାରିବେ ।
ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଲିଖିତ ଏବଂ କ୍ୟାରିଅର ମାର୍କ ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ପାଇଁ ଆପ୍ଲିକେସନ୍ ଫି’ ୫୦୦ ଟଙ୍କା । ଏଥିରେ ଜେନେରାଲ ଓ SEBC ଅନ୍ତର୍ଭୁକ୍ତ ।
ଅଧିକ ପଢ଼ନ୍ତୁ: GATE ପରୀକ୍ଷାର୍ଥୀ ପାଇଁ ଚାକିରି ସୁଯୋଗ..ଖାଲି ପଡ଼ିଛି ୨୬୯ ପଦବୀ
SC/ST ଏବଂ PwD ବର୍ଗର ପ୍ରାର୍ଥୀଙ୍କ ପାଇଁ ଆପ୍ଲିକେସନ୍ ଫି’ ୨୦୦ ଟଙ୍କା ରହିଛି ।
କେମିତି କରିବେ ଆବେଦନ:
ପ୍ରଥମେ ଏହାର ଅପିସିଆଲ ୱେବସାଇଟ୍ ssbodisha.ac.in କୁ ଯାଆନ୍ତୁ ।
ଏହାପରେ ହୋମ୍ପେଜ୍ରେ ଥିବା ଆପ୍ଲାଏ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ "Online Application for Recruitment to the Posts of Post Graduate Teachers (PGT) in Non-Govt. Aided Higher Secondary Schools of Odisha" ଉପରେ କ୍ଲିକ୍ କରନ୍ତୁ ।
ସେଥିରେ କ୍ଲିକ୍ କରିବା ପରେ ଏକ ନୂଆ ପେଜ୍ ଖୋଲିବ ।
ସେଠାରେ ପ୍ରାର୍ଥୀଙ୍କୁ ନିଜ ତଥ୍ୟ ରଖି ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ ।
ପରେ ଆପଣଙ୍କ ସାମ୍ନାରେ ପେମେଣ୍ଟ ଅପ୍ସନ୍ ଆସିବ ।
ସେଠାରେ ପେମେଣ୍ଟ କରିବାକୁ ହେବ ।
ନିଜର ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ସବମିଟ୍ କରିବେ ।
ସବ୍ମିଟ୍ କରିବା ପରେ ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖିବେ । ଭବିଷ୍ୟତରେ ଆବଶ୍ୟକ ହୋଇପାରେ ।
ଅଧିକ ପଢ଼ନ୍ତୁ: ନବୋଦୟ ବିଦ୍ୟାଳୟ ସମିତିରେ ପୂରଣ ହେବ ୧୩୦୦ରୁ ଅଧିକ ପଦବୀ; ଦଶମ ପିଲା ବି ନେବେ ସୁଯୋଗ
/odishatv-khabar/media/post_attachments/ht-img/img/2024/03/18/550x309/ssb_odisha_pgt_1710750715446_1710750722080.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/PGT_JOB_1710759890.jpg)