• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ପକ୍ଷରୁ ପ୍ରକାଶ ପାଇଥିବା ବିଭିନ୍ନ ପଦବୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ପୂର୍ବତନ ଡିଜିପି ତଥା ଷ୍ଟାଫ୍‌ ସିଲେକ୍ସନ କମିଶନର ଚେୟାରମ୍ୟାନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ପକ୍ଷରୁ ପ୍ରକାଶ ପାଇଥିବା ବିଭିନ୍ନ ପଦବୀ ପାଇଁ ସମସ୍ତ ପରୀକ୍ଷା ଚଳିତ ଫେବ୍ରୁଆରୀରେ କରାଯିବ । ହେଲେ ସମସ୍ତ ପଦବୀ ଗୁଡ଼ିକ ପାଇଁ ଅଲଗା ଅଲଗା ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି ।

Junior Stenographer, Junior Grade Typist, Junior Typist, Junior clerk-Typist, Typist-Copyist, Data Entry Operator ପାଇଁ ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ପ୍ରିଲିମିନାରୀ ପରୀକ୍ଷା କରାଯିବ । ଏଥିପାଇଁ ନଭେମ୍ବର ୧୦ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ସ୍ପେଶାଲିଷ୍ଟ ପୋଷ୍ଟ/ସର୍ଭିସେସ୍‌, Accounts assistant, Assistant Fodder Development Officer & senior Laboratory Assistant ପାଇଁ ଆସନ୍ତା ଫେବ୍ରୁଆରୀ ୧୩ ତାରିଖରେ ମେନ୍‌ ପରୀକ୍ଷା କରାଯିବ । ଏଥିପାଇଁ ଡିସେମ୍ବର ୧୬ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ସେହିପରି ସ୍ପେଶାଲିଷ୍ଟ ପୋଷ୍ଟ/ସର୍ଭିସେସ୍‌, Market Intelligence Inspector ପାଇଁ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ମେନ୍‌ ପରୀକ୍ଷା କରାଯିବ । ଏହି ପଦବୀ ପାଇଁ ଡିସେମ୍ବର ୧୬ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର ।

Senior economic Investigator ପାଇଁ ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ମେନ୍‌ ପରୀକ୍ଷା କରାଯିବ । ଏଥିପାଇଁ ଡିସେମ୍ବର ୧୬ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Vital statistics assistant under the directorate of heath intelligence & vital statistics ପାଇଁ ମଧ୍ୟ ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ପ୍ରିଲିମିନାରୀ ପରୀକ୍ଷା କରାଯିବ ।

ସେହିପରି Pharmacist ପଦବୀ ପାଇଁ ଯେଉଁମାନେ ଆଶାୟୀ ରହିଛନ୍ତି ସେମାନଙ୍କ ସାର୍ଟିଫିକେଟ ଭେରିଫିକେସନ୍‌ କରାଯିବ ବୋଲି କୁହାଯାଇଛି । ତାହାସହିତ ଅନ୍ୟାନ୍ୟ କିଛି ପଦବୀ ପାଇଁ ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ସାର୍ଟିଫିକେଟ୍‌ ଭେରିଫିକସନ୍‌ କରାଯିବ ବୋଲି ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଯଦି ଆପଣ ଅଧିକ ତଥ୍ୟ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ୱେବ୍‌ସାଇଟ୍‌ ଭିଜିଟ୍‌ କରି ସବିଶେଷ ତଥ୍ୟ ପାଇପାରିବେ ।