/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632918648.jpg)
SBI recruitment
ନୂଆଦିଲ୍ଲୀ: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବେକାର ଯୁବକ ଯୁବତୀଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SBI ପକ୍ଷରୁ କଷ୍ଟର ସପୋର୍ଟ ଏଜକ୍ୟୁଟିଭ୍ ପଦବୀ ସହିତ ଅନ୍ୟାନ ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ଏହି ସବୁ ପଦବୀରେ ଆବେଦନ କରିବା ପାଇଁ SBIର ଅଫିସିଆଲ୍ ୱେବ୍ ସାଇଟ୍ sbi.co.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୧୮ ତାରିଖ ଧାର୍ଯ୍ୟ କରାଯାଇଛି ।
Also Read
SBI ପକ୍ଷରୁ ମୋଟ୍ ୬୦୬ଟି ପଦବୀ ପାଇଁ ଖାଲି ରହିଛି । ପଦବୀ ଗୁଡିକ ମଧ୍ୟରେ ରିଲେସନ୍ ସିପ୍ ମ୍ୟାନେଜର ପାଇଁ-୩୧୪ଟି ପଦବୀ, ରିଲେସନ୍ ସିପ୍ ମ୍ୟାନେଜର(ଟିମ୍ ଲିଡର) ପାଇଁ-୨୦ଟି ପଦବୀ, କଷ୍ଟମର ସପୋର୍ଟ ଏଜ୍କ୍ୟୁଟିଭି-୨୧୭ଟି ପଦବୀ, ଇନଭେଷ୍ଟମେଣ୍ଟ ଅଫିସର-୧୨ଟି ପଦବୀ, ସେଣ୍ଟ୍ରାଲ ରିସର୍ଚ୍ଚ ଟିମ୍-୨ଟି ପଦବୀ,ସେଣ୍ଟ୍ରାଲ ରିସର୍ଚ୍ଚ ଟିମ(ପ୍ରାଜେକ୍ଟ ଲିଡ୍)-୨ଟି ପଦବୀ ,ମ୍ୟାଜେନର(ମାର୍କେଟିଂ)- ୧୨ଟି ପଦବୀ,ଓ ଡେପୁଟି ମ୍ୟାନେଜର- ୨୬ଟି ପଦବୀ ପାଇଁ ଖାଲି ରହିଛି ।
ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଡିପ୍ଲୋମା, ଏମବିଏ, ପିଜିଡିଏମ୍, ବ୍ୟାଚଲର ଡିଗ୍ରୀଧାରୀ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ତେବେ ଅକ୍ଟୋବର ୧୮ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)