ସରି ସରି ଆସୁଛି ସମୟ । ଯଥାଶୀଘ୍ର କରନ୍ତୁ ଆବେଦନ । ରିଟାର୍ଡ ବ୍ୟାଙ୍କ ଅଫିସରଙ୍କ ପାଇଁ ସରି ସରି ଯାଉଛି ସୁଯୋଗର ସମୟ । ତୁରନ୍ତ କରନ୍ତୁ ଆବେଦନ । ଆରମ୍ଭ କରନ୍ତୁ ନୂଆ ଇନିଂସ । ଆମେ କହୁଛୁ ଏସ୍ବିଆଇ ପକ୍ଷରୁ ପ୍ରକାଶ ପାଇଥିବା ରିଟାର୍ଡ ଅଫିସରଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି କଥା । ଏହି ବିଜ୍ଞପ୍ତିର ଅବଧି ଶେଷ ହେବାକୁ ବସିଲାଣି । ମାର୍ଚ୍ଚ ୩୧ ପୂର୍ବରୁ ଏହି ଚାକିରି ପାଇଁ ଆବେଦନ କରନ୍ତୁ । କେବଳ ଅବସର ପ୍ରାପ୍ତ ବ୍ୟାଙ୍କ କମର୍ଚାରୀ ହିଁ ଏହି ଚାକିରି ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିଲେ ଉଲ୍ଲେଖ ରହିଛି ।
Also Read
ଅଧିକ ପଢ଼ନ୍ତୁ: KVSରେ ନିଯୁକ୍ତି ପାଇଁ ପରୀକ୍ଷା ଦେଇଛନ୍ତି କି; ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା
ଆପଣ ବ୍ୟାଙ୍କରେ ଚାକିରି କରୁଥିଲେ କି ? ଏବେ ଅବସର ନେଇଯାଇଛନ୍ତି କି ? ଏମିତି ପରିସ୍ଥିତିରେ ଆପଣ ପୁନର୍ବାର ଚାକିରି କରିବାକୁ ସୁଯୋଗ ଖୋଜୁଛନ୍ତି କି ? ତେବେ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀମାନେ ବିଜନେସ୍ କରେସ୍ପଣ୍ତେଣ୍ଟ ଫାସିଲେଟର୍ ପୋଷ୍ଟ ପାଇଁ SBI ର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ । ମୋଟ୍ ୮୬୮ ପୋଷ୍ଟ ପାଇଁ SBI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୩ ।
ଶିକ୍ଷାଗତ ଯୋଗ୍ୟତା:
ଏହି ପଦବୀ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ, କାରଣ ଏହି ପଦବୀ ପାଇଁ ଆଶାୟୀମାନେ ହେଉଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ।
ଅଭିଜ୍ଞତା :
ଅବସରପ୍ରାପ୍ତ କର୍ମଚାରୀ ପୂର୍ବରୁ କାର୍ଯ୍ୟ କରୁଥିବା କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଦରକାର ।
ସ୍ୱତନ୍ତ୍ର ଦକ୍ଷତା :
ଅବସରପ୍ରାପ୍ତ କର୍ମଚାରୀ ମାନେ ଏହି ପଦବୀର ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଦକ୍ଷତା ରହିଥିବା ଉଚିତ୍ ।
ଚୟନ ପ୍ରକ୍ରିୟା :
ଆବେଦନକାରୀଙ୍କ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ତାଲିକା ପ୍ରସ୍ତୁତ କରାଯିବ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ । ଆଶାୟୀଙ୍କ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଦେଖି ଇଣ୍ଟରଭ୍ୟୁ ପାଇଁ ଚୟନ କରାଯିବ ନାହିଁ । ବିଭିନ୍ନ ଦିଗରୁ ଆଲୋଚନା ଏବଂ କାର୍ଯ୍ୟ ଦକ୍ଷତା ଦେଖି ତାଲିକା ପ୍ରସ୍ତୁତ କରାଯିବ ।
ଇଣ୍ଟରଭ୍ୟୁ :
ତାଲିକାଭୁକ୍ତ ଆଶାୟୀଙ୍କ ପାଇଁ ୧୦୦ ମାର୍କର ଇଣ୍ଟରଭ୍ୟୁ ରଖାଯିବ । ଏହାପରେ ବ୍ୟାଙ୍କର ଚୟନ କର୍ମକର୍ତ୍ତା ଆଶାୟୀଙ୍କ ନାମ ସ୍ଥିର କରିବେ ।
କେମିତି କରିବେ ଆବେଦନ ?
ଆବେଦନକାରୀ ମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ । ଚୟନ ହେଇଥିବା ଆଶାୟୀଙ୍କ ଇ-ମେଲ୍କୁ ଇଣ୍ଟରଭ୍ୟୁର ତାରିଖ ଏବଂ ମେରିଟ୍ ଲିଷ୍ଟ ପଠାଯିବ ।