/odishatv-khabar/media/post_attachments/uploadimage/library/16_9/16_9_0/SBI_1666869826.jpg)
SBI
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ତିଆ(SBI) ରେ ଖାଲି ପଡ଼ିଛି ପଦବୀ । ୧୪୨୨ ସର୍କଲ ବେସ୍ଡ ଅଧିକାରୀ(CBO) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ହେଉଛି ନଭେମ୍ବର ୭ । ଆଗ୍ରହୀ ପରୀକ୍ଷାର୍ଥୀମାନେ ଏସ୍ବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in ରେ ଯାଇ ଆବେଦନ କରିପାରିବେ । ତିନୋଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀମାନଙ୍କୁ ଟୟନ କରାଯିବ ।
Advertisment
- ଅନଲାଇନ୍ ଟେଷ୍ଟ
- ସ୍କ୍ରିନିଂ
- ଇଣ୍ଟରଭ୍ୟୁ
ଅଧିକ ପଢ଼ନ୍ତୁ: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ ; ଦରମା ୯୨ ହଜାରରୁ ଅଧିକ
SBI CBO ନିଯୁକ୍ତି ୨୦୨୨: ପଦବୀ ବିବରଣୀ
ମୋଟ ପଦବୀ: ୧୪୦୦ଟି ପୋଷ୍ଟ
ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ପଦବୀ..
- ଭୋପାଳ: ୧୭୫ଟି ପୋଷ୍ଟ
- ଭୁବନେଶ୍ୱର: ୧୭୫ଟି ପୋଷ୍ଟ
- ହାଇଦ୍ରାବାଦ: ୧୭୫ଟି ପୋଷ୍ଟ
- ଜୟପୁର: ୨୦୦ଟି ପୋଷ୍ଟ
- କୋଲକାତା: ୧୭୫ଟି ପୋଷ୍ଟ
- ମହାରାଷ୍ଟ୍ର: ୨୦୦ଟି ପୋଷ୍ଟ
- ଉତ୍ତର ପୂର୍ବାଞ୍ଚଳ: ୩୦୦ଟି ପୋଷ୍ଟ
ଏହି ପଦବୀ ପାଇଁ ଅକ୍ଟୋବର ୧୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନର ଶେଷ ତାରିଖ ହେଉଛି ନଭେମ୍ବର ୭ । ଡିସେମ୍ବର ୪ରେ ଏହାର ଅନ୍ଲାଇନ୍ ପରୀକ୍ଷା ରହିଛି । ଏହାପୂର୍ବରୁ ଆପଣ ନିଜର ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ଆଡମିଟ୍ କାର୍ଡ ବାହାର କରିପାରିବେ । ଏହି ପଦବୀର ବେସିକ୍ ଦରମା ହେଉଛି ୩୬,୦୦୦ ଟଙ୍କା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)