• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସିଲା ବଡ଼ ନିଯୁକ୍ତି ସୁଯୋଗ । ଷ୍ଟେଟ୍ ବ୍ୟାଙ୍କରେ ବାହାରିଲା ଚାକିରି । ଆପ୍ରେଣ୍ଟିସ୍‌ ପୋଷ୍ଟ ପାଇଁ SBI ଜାରି କଲା ବିଜ୍ଞପ୍ତି । ଏଥିପାଇଁ ଆଜିଠାରୁ ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେଉଛି ରେଜିଷ୍ଟ୍ରେସନ୍‌ । ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏହି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଚାଲିବ । ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ sbi.co.in. କୁ ଯାଇ ରେଜିଷ୍ଟ୍ରେସନ୍‌ କରିପାରିବେ । ମୋଟ ୬୧୬୦ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ଏହି ଚାକିରି ପାଇଁ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ ଲିଖିତ ପରୀକ୍ଷା ।

ଯୋଗ୍ୟତା

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ନିକଟରେ ଅତିକମ୍‌ରେ ସରକାରୀ ସ୍ୱୀକୃତିପ୍ରାପ୍ତ ଯେକୌଣସି ସଂସ୍ଥା ବା କଲେଜରୁ ଗ୍ରାଜୁଏସନ୍‌ ଡିଗ୍ରୀ ରହିଥିବା ନିହାତି ଆବଶ୍ୟକ । 

ଚୟନ ପ୍ରକ୍ରିୟା

ଲୋକାଲ ଭାଷାରେ ଏବଂ ଅନ୍‌ଲାଇନ୍‌ରେ ଏହି ପରୀକ୍ଷା କରାଯିବ । ରିଟିନ୍ ଟେଷ୍ଟରେ ୧୦୦ଟି ପ୍ରଶ୍ନ ରହିବ । ଏହାର ମୋଟ ମାର୍କ ମଧ୍ୟ ୧୦୦ । ଏହି ୧୦୦ଟି ଯାକ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରାର୍ଥୀଙ୍କ ନିକଟରେ ମାତ୍ର ଏକ ଘଣ୍ଟାର ସମୟ ରହିବ । 

ଜେନେରାଲ ଇଂଲିସ୍ ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବ । ସେଗୁଡ଼ିକ ହେଲା, ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମାଲାୟଲମ, ମଣିପୁର, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଏବଂ ହିନ୍ଦି ।

ରେଜିଷ୍ଟ୍ରେସନ୍‌ ଫି’

ଜେନେରାଲ, ଓବିସି, EWS ବର୍ଗଙ୍କ ପାଇଁ ୩୦୦ ଟଙ୍କା ଲାଗିବ ରେଜିଷ୍ଟ୍ରେସନ୍‌ ଫି’ । ସେହିଭଳି SC/ST/PwBD ବର୍ଗଙ୍କ ପଇଁ କୌଣସି ରେଜିଷ୍ଟ୍ରେସନ୍ ଫି’ ବା ଆବେଦନ ଦେୟ ଦେବାକୁ ପଡ଼ିବ ନାହିଁ ।

ଅଧିକ ତଥ୍ୟ ପାଇଁ SBIର ଅଫିସିଆଲ ୱେବ୍‌ସାଇଟ୍‌ sbi.co.in. ଯାଇ ଦେଖନ୍ତୁ ।