Advertisment

RRC Recruitment 2024 : ଉତ୍ତର ରେଳବାଇରେ ପୂରଣ ହେବ ୪ ହଜାରରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

ଉତ୍ତର ରେଳବାଇ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ନିଯୁକ୍ତି ପାଇଁ RRC ଦ୍ୱାରା ବିଜ୍ଞପ୍ତି ଜାରି ହୋଇଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
RRC Recruitment 2024  Apply for 9096 posts

RRC Recruitment 2024 Apply for 9096 posts

ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ସରକାରୀ ଚାକିରି ହିସାବରେ ଭାରତୀୟ ରେଳବାଇରେ ଚାକିରି କରିବାକୁ। ଯେଉଁମାନେ ଏହି ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ସୁଯୋଗ ଆସିଛି। ଏବେ ରେଳବାଇ ନିଯୁକ୍ତି ସେଲ୍ (RRC), ଉତ୍ତର ରେଳବାଇ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ନିଯୁକ୍ତି ପାଇଁ RRC ଦ୍ୱାରା ବିଜ୍ଞପ୍ତି ଜାରି ହୋଇଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଆପ୍ରେଣ୍ଟିସ୍ ଟ୍ରେନି ବିଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪ ହଜାରରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRCର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.rrcnr.org/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RRC Recruitment 2024 Apply for 9096 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଲକ୍ଷ୍ନୌ – ୧୩୯୭ଟି ପୋଷ୍ଟ୍
  • ଦିଲ୍ଲୀ – ୧୧୩୭ଟି ପୋଷ୍ଟ୍
  • ଅମ୍ବାଲା – ୪୧୪ଟି ପୋଷ୍ଟ୍
  • ମୁରାଦାବାଦ – ୧୬ଟି ପୋଷ୍ଟ୍
  • ଫିରୋଜପୁର – ୬୩୨ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ SSC / ମାଟ୍ରିକ୍ / ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ
  • ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ NCVT/SCVT ଦ୍ୱାରା ଜାରି ପ୍ରାସଙ୍ଗିକ ଟ୍ରେଡ୍‌ରେ ITI ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ

ଅଧିକ ପଢ଼ନ୍ତୁ: RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ବୟସ କୋହଳ:

  • SC/ ST – ୫ ବର୍ଷ
  • OBC – ୩ ବର୍ଷ
  • ଦିବ୍ୟାଙ୍ଗ – ୧୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ଟଙ୍କା
  • SC/ ST/ PwBD / ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • RRCର ଅଫିସିଆଲ୍ ୱେବସାଇଟ୍‌ rrcnr.org କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଉପଲବ୍ଧ RRC NR ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକୃତ କରନ୍ତୁ
  • ଆବେଦନ ପ୍ରକ୍ରିୟା ସହିତ ଆଗକୁ ବଢନ୍ତୁ
  • ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଫର୍ମ Submit କରନ୍ତୁ
  • ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ

ଅଧିକ ପଢ଼ନ୍ତୁ: WCR Apprentice Recruitment 2024: ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ; ଦଶମ ପାଶ୍‌ କରିଥିଲେ ସୁଯୋଗ

Indian Railways Govt Jobs Job Search Job Seekers Railway Jobs
Advertisment
Advertisment