Advertisment

ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ

ITBPରେ ସରକାରୀ ଚାକିରି ପାଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ITBP ଦ୍ୱାରା ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

author-image
Pramod Behera
ITBP Constable Recruitment 2024

ITBP Constable Recruitment 2024

ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ଦେଶ ସେବା। ତେବେ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ (ITBP) ରେ ସରକାରୀ ଚାକିରି ପାଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ITBP ଦ୍ୱାରା ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ କନଷ୍ଟେବଲ, ହେଡ୍‌ କନଷ୍ଟେବଲ ଆଦି ବିଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୩୦ ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ITBର ଅଫିସିଆଲ୍ ୱେବ୍‌ସାଇଟ୍‌ https://recruitment.itbpolice.nic.in/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ITBP Constable Recruitment 2024 Apply for 330 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୨ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ହେଡ୍ କନ୍‌ଷ୍ଟେବଲ୍‌ - ୯ଟି ପୋଷ୍ଟ୍‌
  • କନ୍‌ଷ୍ଟେବଲ୍ ଆନିମଲ୍ ଆଟେଣ୍ଡାଣ୍ଟ - ୧୧୫ଟି ପୋଷ୍ଟ୍‌
  • କନ୍‌ଷ୍ଟେବଲ୍ କେନେଲ୍‌ମ୍ୟାନ୍‌ - ୪ଟି ପୋଷ୍ଟ୍‌
  • କାର୍ପେଣ୍ଟର୍‌ - ୭୧ଟି ପୋଷ୍ଟ୍‌
  • ପ୍ଲମ୍ବର୍ - ୫୨ଟି ପୋଷ୍ଟ୍‌
  • ମାସନ୍ - ୬୪ଟି ପୋଷ୍ଟ୍‌
  • ଇଲେକ୍ଟ୍ରିସିଆନ୍ - ୧୫ଟି ପୋଷ୍ଟ୍‌
  • ମୋଟ୍ – ୩୩୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ହେଡ୍ କନଷ୍ଟେବଲ୍ ପାଇଁ ଦ୍ୱାଦଶ ପାଶ୍‌
  • କନଷ୍ଟେବଳ ପାଇଁ ଦଶମ ପାଶ୍
  • କନଷ୍ଟେବଳ ପାୟନିଅର୍ ପାଇଁ ଦଶମ ପାଶ ସହିତ ମାସନ୍ / କାର୍ପେଣ୍ଟର୍ / ପ୍ଲମ୍ବର / ଇଲେକ୍ଟ୍ରିକାଲ୍ ଟ୍ରେଡ୍‌ରେ ITI ଥିବା ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୪,୦୦୦ଟଙ୍କା
  • ସର୍ବାଧିକ ଦରମା – ୮୧,୦୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ EWS/ OBC – ୧୦୦ଟଙ୍କା
  • SC/ ST/ PwBD /ExSM/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଶାରିରୀକ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job Seekers ITBP Job Search
Advertisment
Advertisment