Advertisment

ଭାରତୀୟ ବାୟୁସେନାରେ ନିଯୁକ୍ତି, ତୁରନ୍ତୁ କରନ୍ତୁ ଆବେଦନ

ଆପଣ ଭାରତୀୟ ବାୟୁସେନା (Indian Air Force)ଚାକିରି କରିବାକୁ ଚାହଁଛନ୍ତି କି ? ଭାରତୀୟ ବାୟୁସେନା (Indian Air Force) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ବାୟୁସେନାର ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଅଧୀନରେ ୫ ପଦବୀ ପାଇଁ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
indian air force recruitment

indian air force recruitment

ଭାରତୀୟ ବାୟୁସେନାରେ ୧୦ମ ଓ ଦ୍ୱାଦଶ ପାସ୍ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ହାଉସ୍ କିପିଂ ଷ୍ଟାଫ୍, ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହିନ୍ଦୀ ଟାଇପିଷ୍ଟ ଭଳି ବିଭିନ୍ନ ଗ୍ରୁପ୍-ସି ସିଭିଲ୍ ପଦ ପାଇଁ ବାୟୁସେନା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ବାୟୁସେନା (Indian Air Force) ଅଫିସିଆଲ ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଟାଇପିଷ୍ଟ ପଦରେ ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।

Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏହି ନିଯୁକ୍ତି ଅଧୀନରେ ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହାଉସ୍ କିପିଂ ଷ୍ଟାଫ୍ ପଦରେ ଆବେଦନ ପାଇଁ ଆଶାୟୀମାନେ ଦଶମ ଉତ୍ତୀର୍ଣ୍ଣ ହୋଇଥିବା ଦରକାର।
  • କାର୍ପେଣ୍ଟର ପଦ ପାଇଁ ୧୦ମ ପାସ୍ ସହିତ ଆଶାୟୀମାନେ କୋଣସି ମାନତାପ୍ରାପ୍ତ ସଂସ୍ଥାରୁ କାର୍ପେଣ୍ଟର ଟ୍ରେଡରେ ଆଇଟିଆଇ କରିଥିବା ଦରକାର।
  • କୁକ୍ ପଦ ପାଇଁ ୧୦ମ ପାସ୍ ସହିତ କାଟରିଙ୍ଗରେ ସାର୍ଟିଫିକେଟ୍ କିମ୍ବା ଡିପ୍ଲୋମା ଦରକାର।
  • ସେହିପରି ହିନ୍ଦୀ ଟାଇପିଷ୍ଟ ପଦ ପାଇଁ ଦ୍ବାଦଶ ପାସ୍ ସହିତ କମ୍ପୁଟରରେ ହିନ୍ଦୀରେ ୩୦ ଶବ୍ଦ ପ୍ରତି ମିନିଟ୍ ଏବଂ ଇଂଲିଶରେ ୩୫ ଶବ୍ଦ ପ୍ରତି ମିନିଟ୍ ଟାଇପିଙ୍ଗ୍ ସ୍ପୀଡ୍ ରହିଥିବା ଆବଶକ।

ପଦବୀ ଚୟନ ଓ ବୟସ ସୀମା:

ଏହି ପଦଗୁଡ଼ିକ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଲାଗି ଆମନ୍ତ୍ରଣ କରାଯିବ। ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ଆଶାୟୀମାନଙ୍କ ବୟସ ୧୮ରୁ ୨୫ ବର୍ଷ, ଓବିସି ୧୮ରୁ ୨୮ ବର୍ଷ ଏବଂ ଏସସି/ଏସଟି ବର୍ଗର ଆଶାୟୀମାନଙ୍କ ବୟସ ୧୮ରୁ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଏହି ପଦଗୁଡ଼ିକ ପାଇଁ ଅଫଲାଇନ ଆବେଦନ କରିବାକୁ ହେବ।

Advertisment
Indian Air Force Recruitment
Advertisment
Advertisment