Advertisment

RRB Recruitment 2024: ଭାରତୀୟ ରେଳବାଇରେ ପୂରଣ ହେବ ୫୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ରେଳ କୋଚ୍ କାରଖାନା(RCF) କାପୁରଥାଲାର ବିଭିନ୍ନ ଟ୍ରେଡ୍‌ରେ ପଦବୀ ପୂରଣ ହେବ। ଏନେଇ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Rail Coach Factory Recruitment 2024

RCF Kapurthala invites applications for 550 Rail Coach Factory Apprentice Posts

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ରେଳ କୋଚ୍ କାରଖାନା(RCF) କାପୁରଥାଲାର ବିଭିନ୍ନ ଟ୍ରେଡ୍‌ରେ ପଦବୀ ପୂରଣ ହେବ। ଏନେଇ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫୦ ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RCF ର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RCF Kapurthala invites applications for 550 Rail Coach Factory Apprentice Posts Notification ଉପରେ କ୍ଲିକ୍ କରନ୍ତୁ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୯ ଏପ୍ରିଲ୍ ୨୦୨୪

ଅଧିକ ପଢ଼ନ୍ତୁ: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍(UPSC)ରେ ପୂରଣ ହେବ ଅନେକ ପଦବୀ

ଖାଲି ପଦବୀ:

  • ଫିଟର୍ – ୨୦୦ଟି ପୋଷ୍ଟ୍
  • ୱେଲ୍‌ଡର(G&E) –୨୩୦ଟି ପୋଷ୍ଟ୍
  • ମେସିନିଷ୍ଟ୍ – ୦୫ଟି ପୋଷ୍ଟ୍
  • ପେଣ୍ଟର୍(G) – ୨୦ଟି ପୋଷ୍ଟ୍
  • କାର୍‌ପେଣ୍ଟର୍ – ୦୫ଟି ପୋଷ୍ଟ୍
  • ଇଲେକ୍ଟ୍ରିସିଆନ୍ – ୭୫ଟି ପୋଷ୍ଟ୍
  • ଏସି ଓ ଫ୍ରିଜ୍ ମେକନିକ୍ – ୧୫ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ମାନ୍ୟତାପ୍ରାପ୍ତ ବୋର୍ଡରୁ ୫୦ ପ୍ରତିଶତ ମାର୍କ ସହିତ ମାଟ୍ରିକ୍ ପାଶ୍
  • ସମ୍ବନ୍ଧିତ ଟ୍ରେଡ୍‌ରେ ITI

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ ଗଣନା ୩୧।୦୩।୨୦୨୪ ଅନୁସାରେ ହେବ

ବୟସ କୋହଳ:

  • SC/ST – ୦୫ ବର୍ଷ
  • OBC – ୦୩ ବର୍ଷ
  • ଦିବ୍ୟାଙ୍ଗ – ୧୦ ବର୍ଷ

ଆବେଦନ ଶୁଳ୍କ:

  • ମହିଳା/SC/ST/PwD – ଦେୟମୁକ୍ତ
  • ଅନ୍ୟମାନେ – ୧୦୦ ଟଙ୍କା

ଦରମା:

  • ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍ ଉପରେ ଆଧାରିତ
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍

କିପରି କରିବେ ଆବେଦନ:

  • ରେଳବାଇର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଅନ୍‌ଲାଇନ୍ ଆବେଦନ ପୂରଣ କରିବାକୁ ଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ନୂତନ ପ୍ରାର୍ଥୀ ହୋଇଥିଲେ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍ କରିବା ଉଚିତ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବେଦନ ଫିସ୍‌ ଦିଅନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ବାହାର କରନ୍ତୁ
Indian Railways Indian Railway Jobs Govt Jobs Railway Jobs
Advertisment
Advertisment